Foresight Photograph: (OTV)
ଦେଶରେ ଗତ ୭୦ ବର୍ଷରେ ଯେତିକି ବିକାଶ ହୋଇନଥିଲା, ତାଠୁ ଅଧିକ ବିଗତ ୧୦ ବର୍ଷରେ ହୋଇପାରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଅନ୍ୟ ଦେଶଠୁ ବହୁ ଆଗରେ। ଓଟିଭି ଫୋରସାଇଟ୍ ୨୦୨୬ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର।
ସେ କହିଛନ୍ତି, ଓଡ଼ିଶା ସମେତ ଅନ୍ୟ ପୂର୍ବ ରାଜ୍ୟଗୁଡ଼ିକ ବିକାଶ ହେଲେ ସମଗ୍ର ଭାରତ ବିକାଶ ସମ୍ଭବ। ଭାରତର ବିକାଶ ହେଲେ ହିଁ ପୂରଣ ହୋଇପାରିବ ବିକଶିତ ଭାରତ ସ୍ବପ୍ନ। ଏହାସହ ଆଗାମୀ ୧୦ ବର୍ଷରେ ଭାରତ ବହୁ ଆଗକୁ ଯିବ ଏବଂ ୨୫ ବର୍ଷରେ ଦେଶ ବିରାଟ ପରିବର୍ତ୍ତନ ଆଡ଼କୁ ଯାଉଥିବା କହିଛନ୍ତି ଜୟଶଙ୍କର।...
ଓଟିଭି ଫୋରସାଇଟ୍ ୨୦୨୬ରେ ମତ ରଖିଲେ ବିଦେଶ ମନ୍ତ୍ରୀ
ବୈଦେଶିକ ମନ୍ତ୍ରୀ କହିଛନ୍ତି, ଗତ ୧୦/୧୨ ବର୍ଷରେ ଅନେକ ବିକାଶମୂଳକ କାମ ହୋଇଛି । ବିମାନବନ୍ଦର ସଂଖ୍ୟା ଡବଲ୍, ରାସ୍ତା ଓ ରେଲୱେରେ ବି ଉନ୍ନତି ହୋଇଛି ।୮୦ କୋଟି ଲୋକଙ୍କୁ ଦୈନିକ ଖାଇବାକୁ ଦିଆଯାଉଛି । ୫ ବର୍ଷରେ ୨୦ କୋଟି ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି । ଆଗାମୀ ୫ ବର୍ଷରେ ସବୁ କ୍ଷେତ୍ରରେ AI ଯୋଡ଼ି ହୋଇଯିବ । ବିକାଶର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ଦେଶବାସୀ ସଂପୂର୍ଣ୍ଣ ପ୍ରସ୍ତୁତ ଥିବାର ସେ କହିଛନ୍ତି । ଅନେକ ଚ୍ୟାଲେଞ୍ଜ ଅଛି; କିନ୍ତୁ ଭବିଷ୍ୟତ ଉଜ୍ଜ୍ବଳ ନେଇ ମୁଁ ଆଶାବାଦୀ ।
କୋଭିଡ୍ ସମୟରେ ଆମେ ଅନ୍ୟ ଦେଶକୁ ଭ୍ୟାକସିନ୍ ପଠାଇଥିଲୁ । ଡିଜିଟାଇଜେସନରେ ଆମେ ବହୁତ ଆଗକୁ ବଢ଼ିଛୁ । ସ୍ବପ୍ନ ସ୍ବପ୍ନ ହୋଇ ନ ରହୁ, ଏହାକୁ ବାସ୍ତବ ରୂପ ଦିଆଯାଉ । ବିଦେଶରେ ପ୍ରତିଭାର ଅଭାବ ରହିଛି, ଆମେ ପ୍ରତିଭା ଯୋଗାଉଛୁ । ଓଡ଼ିଶାରୁ ବହୁତ ପ୍ରତିଭା ଏହି ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତି । ପୂର୍ବାଞ୍ଚଳର ବିକାଶ ହେଲେ ଭାରତର ବିକାଶ ହେବ । ଇଂରେଜ ଶାସନରେ ପୂର୍ବ ଭାରତ ହିଁ ସବୁଠୁ ବେଶୀ ଲୁଟର ଶିକାର ହୋଇଥିଲା ।
ପୂର୍ବ ଭାରତର ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ଅସମ୍ଭବ । ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତାଙ୍କ ମତରେ, ପୂର୍ବାଞ୍ଚଳ ରାଜ୍ୟ ଦେଇ ଜଳପଥରେ ଦକ୍ଷିଣ ପୂର୍ବ ଦେଶକୁ ଯାଇ ହେବ । ଓଡ଼ିଶାରେ ରିସୋର୍ସ ଅଛି, ତେଣୁ ବେନିଫିଟ୍ ମଧ୍ୟ ସେହି ଅନୁପାତରେ ଆସୁଛି । ଇଣ୍ଡୋ-ପାସିଫିକ୍ ଅଞ୍ଚଳ ସହ ଯୋଗାଯୋଗ ପାଇଁ ଓଡ଼ିଶା ଫେଭରେବୁଲ ପ୍ଲେସ୍ ।
ପୂର୍ବ ଭାରତ ସହ ବହୁ ପ୍ରାଚୀନ ସଂସ୍କୃତି ବାଲିଯାତ୍ରା ଯୋଡ଼ି ହୋଇ ରହିଛି । ଦକ୍ଷିଣ ପୂର୍ବ ଦେଶ ଗସ୍ତରେ ଥିବାବେଳେ ସମସ୍ତେ ବାଲିଯାତ୍ରା କଥା ପଚାରନ୍ତି । ଓଡ଼ିଶା ସହ ବାଲିଯାତ୍ରାର ପ୍ରାଚୀନ ପରମ୍ପରା ଯୋଡ଼ି ହୋଇ ରହିଛି । ଦକ୍ଷିଣ ଏସୀୟ ରାଷ୍ଟ୍ର ସହ ବାଣିଜ୍ୟ ନେଇ ପରମ୍ପରା ବଳବତ୍ତର ରହିଥିବାର ଫୋରସାଇଟରେ କହିଛନ୍ତି ଜୟଶଙ୍କର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/foresight-2026-01-20-20-29-07.jpg)