Advertisment

IED Blast: ସୁରକ୍ଷା ବାହିନୀକୁ ଟାର୍ଗେଟ କରି IED ବିଛାଇଥିଲେ ନକ୍ସଲ , କିନ୍ତୁ ଚାଲିଗଲା ମହିଳାଙ୍କ ଜୀବନ

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ପୁଣି IED ବିସ୍ଫୋରଣ। ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଓଡ଼ିଶା ସୀମାନ୍ତ ଝାଡଖଣ୍ଡ ସରଣ୍ଡା ଜଙ୍ଗଲ କୁଇଭଙ୍ଗା ଗାଁରେ ହୋଇଛି ଏହି IED ବିସ୍ଫୋରଣ।

KOIDA_ID_BLAST

KOIDA_ID_BLAST Photograph: (OTV)

Advertisment

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ପୁଣି IED ବିସ୍ଫୋରଣ। ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଓଡ଼ିଶା ସୀମାନ୍ତ ଝାଡଖଣ୍ଡ ସରଣ୍ଡା ଜଙ୍ଗଲ କୁଇଭଙ୍ଗା ଗାଁରେ ହୋଇଛି ଏହି IED ବିସ୍ଫୋରଣ। ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଜଙ୍ଗଲରେ ଆଇଇଡି ବିଛାଇଥିଲେ ନକ୍ସଲ। ଜଙ୍ଗଲକୁ ମହିଳା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ପୋତା ଯାଇଥିବା IEDରେ ଗୋଡ ପଡ଼ିଯିବାରୁ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। 

Advertisment

ଡେଡଲାଇନ୍ ପୂର୍ବରୁ ଖାଲି ହେଉଛି ମାଓଗଡ଼ । ଆତ୍ମସମର୍ପଣ କରିଛନ୍ତି ୨୫ ମାଓବାଦୀ । ଦୁର୍ଦ୍ଦାନ୍ତ ତଥା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ମୁଖ୍ୟ ଚେତୁ ସମେତ ୧୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ବସ୍ତର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ସମସ୍ତ ମାଓବାଦୀ । ମାଓ ନେତା ଚେତୁ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଅନ୍ୟ ନକ୍ସଲଙ୍କ ନାଁରେ ୪୦ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।୨୦୧୩ରେ ଝିରମ ଘାଟି ଆକ୍ରମଣରେ ଚେତୁ ମୁଖ୍ୟ ଖଳନାୟକ ଥିବା ପୋଲିସ କହିଛି । ସେ ୩୩ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବାରେ ସାମିଲ ଥିଲା । ଚେତୁର ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗି ଯାଇଛି ।

ଏପଟେ ମହାରାଷ୍ଟ୍ରର ଗଡ଼ଚିରଲୀ ପୋଲିସ ନିକଟରେ ଏମଏମସି ପ୍ରବକ୍ତା ଅନନ୍ତ ସମେତ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୫ ମାଓବାଦୀଙ୍କ ସମସ୍ତଙ୍କ ନାଁରେ ୯୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । କେବଳ ଅନନ୍ତ ନାଁରେ ଥିଲା ୨୪ ଲକ୍ଷ ଟଙ୍କାର ପୁରସ୍କାର । ସମସ୍ତେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ