Advertisment

IAS 3rd Marriage: IAS ଅଫିସରଙ୍କ ବିବାହ ରେକର୍ଡ, ୩ ଜଣଙ୍କୁ ପିନ୍ଧାଇଲେଣି ସିନ୍ଦୂର

ଏବେ ସାରା ଦେଶରେ ଚାର୍ଚ୍ଚା ହେଉଛି । ପ୍ରଥମ ଏବଂ ଦ୍ବିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ତୃତୀୟ ଥର ପାଇଁ ବାହା ହୋଇଛନ୍ତି ଅଭି ପ୍ରସାଦ ।  IAS ଅଧିକାରୀ ଅଭି ପ୍ରସାଦ ମଧ୍ୟପ୍ରଦେଶ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଛନ୍ତି ।

MP IAS Officer 3RD Marriage

MP IAS Officer 3RD Marriage Photograph: (OTV)

Advertisment

IAS ଅଫିସରଙ୍କ ବିବାହ ରେକର୍ଡ । ପ୍ରେମ ପ୍ରେମରେ ପକାଇଲେଣି ୩ ଥର ହାତଗଣ୍ଠି । ୩ IAS ଅଧିକାରୀଙ୍କୁ ବାହାହୋଇଛନ୍ତି IAS ଅଫିସର ଅଭି ପ୍ରସାଦ । ଇଏ ହୋଉଛନ୍ତି ଭାରତର ଏମିତି ଜଣେ ପ୍ରଶାସନିକ ଅଧିକାରୀ ଯିଏ କି ତିନି ତିନି ଜଣ IAS ଅଧିକାରୀଙ୍କୁ ବିବାହ କରିଛନ୍ତି ।

Advertisment

୨୦୧୪ ବ୍ୟାଚ୍ ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ଅଭି ପ୍ରସାଦ । ସେ ଏଇମାସ ୧୧ ତାରିଖରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାରେ ଥିବା କୁନୋ ଜାତୀୟ ଉଦ୍ୟାନରେ ଆଇଏଏସ୍ ଅଧିକାରୀ ଅଙ୍କିତା ଧାକ୍ରେଙ୍କ ହାତ ଧରିଛନ୍ତି ଅଭି। ଅଙ୍କିତା ଧାକ୍ରେ ହେଉଛନ୍ତି ୨୦୧୭ ବ୍ୟାଚର IAS ।

ଯାହାକୁ ନେଇ ଏବେ ସାରା ଦେଶରେ ଚାର୍ଚ୍ଚା ହେଉଛି । ପ୍ରଥମ ଏବଂ ଦ୍ବିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ତୃତୀୟ ଥର ପାଇଁ ବାହା ହୋଇଛନ୍ତି ଅଭି ପ୍ରସାଦ । 
IAS ଅଧିକାରୀ ଅଭି ପ୍ରସାଦ ମଧ୍ୟପ୍ରଦେଶ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଛନ୍ତି ।

Advertisment

ଅଭି ପ୍ରସାଦଙ୍କ ତୃତୟ ପତ୍ନୀ ଅଙ୍କିତା ଧାକ୍ରେ ବର୍ତ୍ତମାନ ରାଜ୍ୟ ସଚିବାଳୟରେ ଉପସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ସେହିପରି ତାଙ୍କର ଅନ୍ୟ ଦୁଇ ପୂର୍ବତନ ପତ୍ନୀ, ରିଜୁ ବାଫନା ଏବଂ ମିଶା ସିଂହ ମଧ୍ୟ ଆଇଏଏସ୍ ।

ସେମାନେ ବର୍ତ୍ତମାନ ଶାଜାପୁର ଏବଂ ରତଲାମ ଜିଲ୍ଲାରେ କଲେକ୍ଟର ଭାବରେ କାମ କରୁଛନ୍ତି । ଶ୍ରୀମତୀ ବାଫନା ୨୦୧୪ ବ୍ୟାଚର IAS ହୋଇଥିବା ବେଳେ ଶ୍ରୀମତୀ ସିଂହ ୨୦୧୬ ବ୍ୟାଚର ଆଇଏଏସ୍ ଅଧିକାରୀ ।

Advertisment

କୁନୋ ଜାତୀୟ ଉଦ୍ୟାନରେ ଅଭି ପ୍ରସାଦଙ୍କ ତୃତୀୟ ବିବାହ ସରିବା ପରେ ସୋସିଆଲ ମିଡିଆରେ ବିବାହର ଫଟୋ ଭାଇରାଲ ହୋଇଥିଲା । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଉତ୍ତର ପ୍ରଦେଶ ସୀତାପୁର ଜିଲ୍ଲାର ବାସିନ୍ଦା ହେଉଛନ୍ତି IAS ଅଭି ପ୍ରସାଦ ।

ଏକ ରାଜନୈତିକ ପରିବାରିବାରେ ତାଙ୍କର ଜନ୍ମ । ଅଭି ପ୍ରସାଦଙ୍କ ଜେଜେବାପା ତମ୍ବେଶ୍ବର ପ୍ରସାଦ, ଯିଏକି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ସରକାରରେ ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ ।

IAS ଅଭି ପ୍ରସାଦ ହେଉଛନ୍ତି ଦେଶର ପ୍ରଥମ ଏବଂ ଏକମାତ୍ର IAS ଅଧିକାରୀ ଯିଏ ଜଣକ ପରେ ଜଣେ ତିନି ଜଣ IAS ଅଫିସରଙ୍କୁ ବିବାହ କରିଥିବା ସୂଚନା । ତେବେ ତୃତୀୟ ଥର ବିବାହ ନେଇ IAS ଅଭି ପ୍ରସାଦଙ୍କ କୌଣସି ପ୍ରତିକ୍ରିୟା ଆସିପାରିନାହିଁ । 

IAS Officer IAS Wedding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ