Advertisment

Intense Gunfight with Naxals: ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ, ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ ନିହତ ସୂଚନା

ଏନକାଉଣ୍ଟରରେ ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ ସମେତ ୫ରୁ ୭ ଜଣ ନକ୍ସଲ ନିହତ ହୋଇଥିବା ସୂଚନା। ଛୋଟନାଗରା ଥାନା ଅଞ୍ଚଳର କୁମ୍ଭାଡିହ ଗାଁ ନିକଟରେ ଏହି ବଡ ଧରଣର ଗୁଳି ବିନିମୟ ହୋଇଥିବା ଜଣାପଡିଛି।

Naxal

Naxal Photograph: (OTV)

Advertisment

ଝାଡ଼ଖଣ୍ଡର ସରଣ୍ଡା ଘନ ଜଙ୍ଗଲ ମଧ୍ୟରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ। ଏନକାଉଣ୍ଟରରେ ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ ସମେତ ୫ରୁ ୭ ଜଣ ନକ୍ସଲ ନିହତ ହୋଇଥିବା ସୂଚନା। ଛୋଟନାଗରା ଥାନା ଅଞ୍ଚଳର କୁମ୍ଭାଡିହ ଗାଁ ନିକଟରେ ଏହି ବଡ ଧରଣର ଗୁଳି ବିନିମୟ ହୋଇଥିବା ଜଣାପଡିଛି।

Advertisment

ନକ୍ସଲମାନେ ଏହି ଅଞ୍ଚଳରେ ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରୁଥିବା ନେଇ ସୁରକ୍ଷା ବାହିନୀ ଗୁପ୍ତ ସୂଚନା ପାଇଥିଲା। ପରେ ସାରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ଶୀର୍ଷ ମାଓ କମାଣ୍ଡର ମଧ୍ୟ ଏନକାଉଣ୍ଟରରେ ନିହତ ହୋଇଛି।

ଏହି ଟପ୍ ମାଓନେତା ଅନିଲ ଦସ୍ତେ ନାଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣାପଡିଛି। ଏ ନେଇ ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇ ନାହିଁ।

Advertisment

ଏନକାଉଣ୍ଟର; ୭ ନକ୍ସଲ ନିପାତ!

ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ
ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଗୁଳି ବିନିମୟ ସୂଚନା
ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ ନିହତ ସୂଚନା
ଅନଲ ଦସ୍ତେ ସମେତ ୫ରୁ ୭ ଜଣ ନକ୍ସଲ ନିହତ ସୂଚନା
ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରୁଥିଲେ
ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇ ନାହିଁ

Naxal Gunfight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ