DDA-Vacancy Photograph: (OTV)
ସରକାରୀ ଚାକିରି କିଏ ବା ନ ଚାହେଁ। ଆପଣ ବି ଯଦି ପାଠ ପଢି କୌଣସି ସରକାରୀ ଚାକିରିର ଅପେକ୍ଷାରେ ଅଛନ୍ତି ଆଉ ଏଥିପାଇଁ ରାତିଦିନ ପରିଶ୍ରମ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଦିଲ୍ଲୀ ବିକାଶ ପ୍ରାଧିକରଣ ବା DDA ଗ୍ରୁପ୍ A, B, ଏବଂ C ପଦବୀ ପାଇଁ ୧୭ ଶହରୁ ଅଧିକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି।
ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଇଞ୍ଜିନିୟର, ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର, ଷ୍ଟେନୋଗ୍ରାଫର ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ସହିତ ମୋଟ ୧,୭୩୨ ପଦବୀ ପୂରଣ କରାଯିବ। ତେବେ ଏଥି ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୭୯୬ ପଦବୀ ଥିବା ବେଳେ EWSଙ୍କ ପାଇଁ ୧୭୩, SC ପାଇଁ ୨୦୭, ST ପାଇଁ ୧୩୧ ଓ OBC ପାଇଁ ୪୫୨ ପଦବୀ ସଂରକ୍ଷିତ ଅଛି।
ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ୬ ଅକ୍ଟୋବରରୁ ଆରମ୍ଭ ହେବ ଏବଂ ୫ ନଭେମ୍ବରରେ ଶେଷ ହେବ। ଏନେଇ ଚୟନ ପରୀକ୍ଷା ଡିସେମ୍ବର ୨୦୨୫ ରୁ ଜାନୁଆରୀ ୨୦୨୬ ମଧ୍ୟରେ ହେବାର ସମ୍ଭାବନା ଅଛି।
DDA ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି। ତେବେ ଦଶମ ଶ୍ରେଣୀ ଠାରୁ ଆରମ୍ଭ କରି ମାଷ୍ଟର ଡିଗ୍ରୀ ଥିବା ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ବୟସ କଥା ଦେଖିଲେ ୧୮ ରୁ ୪୦ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ।
ଏହାର ଆବେଦନ ଶୁଳ୍କ ସାଧାରଣ ବର୍ଗ/OBC/EWS ପାଇଁ ୨୫୦୦ଟଙ୍କା ରହିଥିବା ବେଳେ, SC/ST ଓ ଦିବ୍ୟାଙ୍ଗଙ୍କ ପାଇଁ ୧୫୦୦ଟଙ୍କା ରହିଛି।
ଏନେଇ କିଛି ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା, କିଛି ଦକ୍ଷତା ମୂଳକ ଟେଷ୍ଟ୍ ଆଉ ଟାଇପିଂ ଟେଷ୍ଟ ରଖା ଯାଇଥିବା ବେଳେ କିଛି ପଦବୀ ସିଧାସଳଖ ଯୋଗ୍ୟତା ଅନୁସାରେ ହେବ।
ଚୟନ ପ୍ରାର୍ଥୀଙ୍କୁ ସପ୍ତମ ବେତନ କମିଶନ ଅଧୀନରେ ପଦବୀ ଅନୁଯାୟୀ ଲେବଲ ୧ ରୁ ଲେବଲ ୧୧ ପର୍ଯ୍ୟନ୍ତ ଦରମା ମିଳିବ। ଯାହା ସର୍ବନିମ୍ନ ମାସିକ ଦରମା ପାଖାପାଖି ୧୮ ହଜାର ହୋଇଥିବା ବେଳେ ସର୍ବାଧିକ ପାଖାପାଖି ଅଢେଇ ଲକ୍ଷ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ DDAର ଅଫିସିଆଲ୍ ୱେବ୍ସାଇଟ୍ dda.gov.in କୁ ଯାଇ ଆବେଦନ କରିପାରିବେ। ଆପଣ ଏଠାରେ ଏହାର ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏଠାରେ ଏହି ନିଯୁକ୍ତି ନେଇ ସବିଶେଷ ତଥ୍ୟ ପାଇ ପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/29/dda-vacancy-2025-2025-09-29-12-42-38.jpg)