TICKET Photograph: (OTV)
ବିମାନ ଉଡ଼ାଣ କମ୍ପାନୀ ଉପରେ ମନ୍ତ୍ରାଳୟ ଲଗାଇଲା ରୋକ୍ । ୫ ଶହ କିମି ଭିତରେ ବିମାନ ଭଡ଼ା ୭ ହଜାର ୫ ଶହ ଟପିବନି । ଦେଶ ଭିତରେ ସର୍ବାଧିକ ଦୂରତା ଭଡ଼ା ୧୮ ହଜାର ଟପିବନି । ୫ ଶହରୁ ୧ ହଜାର କମି ପର୍ଯ୍ୟନ୍ତ ଭଡ଼ା ୧୨ ହଜାର ଟଙ୍କା । ୧ ହଜାରରୁ ୧୫ ଶହ କିମି ପର୍ଯ୍ୟନ୍ତ ଭଡ଼ା ୧୫ ହଜାର ଟଙ୍କା । ୧୫ ଶହ କିମି ଟପିଲେ ଯାତ୍ରୀ ଭଡ଼ା ୧୮ ହଜାର ଭିତରେ ରହିବ ।
ଇଣ୍ଡିଗୋ ବିମାନ ସଙ୍କଟ ପରେ ସାରା ଦେଶରେ ବିମାନ ଟିକେଟ ଦର ବଢିଚାଲିଛି। ଯେଉଁ ଟିକେଟ ଦର ସପ୍ତାହେ ତଳେ ୭ ହଜାର ଥିଲା ସେହି ଟିକେଟ ଦର ଏବେ ଅହେତୁକ ବୃଦ୍ଧି ପାଇଛି। ଯାହା ଯାତ୍ରୀଙ୍କ ପକେଟକୁ ଖୁବ ବାଧୁଛି। ଏଭଳି ପରିସ୍ଥିତିରେ ଲୋକେ ଉଚ୍ଚା ଦରରେ ଟିକେଟ କିଣି ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।
ଟଙ୍କା ଫେରାଇବ ଇଣ୍ଡିଗୋ । ଇଣ୍ଡିଗୋକୁ ନେଇ ଆସିଲା ବଡ଼ ଖବର । ଟଙ୍କା ଫେରାଇବା ନେଇ ବିଧିବଦ୍ଧ ସୂଚନା ଜାରି କଲା ଇଣ୍ଡିଗୋ । ଯିଏ ଯେମିତି ଟଙ୍କା ଦେଇଥିବେ ସେଇ ମୋଡରେ ଟଙ୍କା ଫେରସ୍ତ ହେବ । ଯାତ୍ରୀ କ୍ୟାନସଲ୍ କରିଥିଲେ ବି ଟଙ୍କା ଫେରି ପାଇବେ ।
PMOରେ ପହଞ୍ଚିଲା ‘ଇଣ୍ଡିଗୋ’ ସମସ୍ୟା
ସେପଟେ ଇଣ୍ଡିଗୋ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଗଲା । ସମ୍ପୂର୍ଣ୍ଣ ସମସ୍ୟାର ବିବରଣୀ ଦିଆଯାଇଛି । ଇଣ୍ଡିଗୋ ସିଇଓ ସହ ଯୋଗାଯୋଗ କରିଛି PMO। ସମସ୍ୟାର ସମାଧାନ ପାଇଁ ୧୦ ଦିନ ମହଲତ ନେଲା ଇଣ୍ଡିଗୋ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/06/ticket-2025-12-06-18-38-51.jpg)