Super-Moon Photograph: (OTV)
ନୂତନ ବର୍ଷ ଆରମ୍ଭରେ ଆକାଶରେ ଏକ ବିଶେଷ ଦୃଶ୍ୟ ଦେଖିବାକୁ ଯାଉଛି। ଯାହାକୁ ଆପଣ ଜାନୁଆରୀ 3 ଅର୍ଥାତ ଆଜି ଦେଖିପାରିବେ। ଆଜି ଆକାଶରେ ପ୍ରଥମ ପୂର୍ଣ୍ଣିମାର ସୁପରମୁନ୍ ଦେଖାଯିବ। ଯାହାକୁ ଉଲ୍ଫ ମୁନ୍ ମଧ୍ୟ ଦେଖାଯାଉଛି। ଯଦି ପାଗ ସ୍ପଷ୍ଟ ରହେ, ତେବେ ୟୁକେର ଲୋକମାନେ ଏହି ସୁନ୍ଦର ଦୃଶ୍ୟକୁ ସହଜରେ ଉପଭୋଗ କରିପାରିବେ।
ଆଜି ଆକାଶରେ ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିବାକୁ ମିଳିବ। ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ। ଆଉ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ। ସୂର୍ଯ୍ୟାସ୍ତ ପରଠାରୁ ସାରାରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଏହାକୁ ଦେଖି ପାରିବେ ଲୋକେ। ସୁପରମୁନ୍ ଅର୍ଥ ହେଉଛି ଚନ୍ଦ୍ର ସାଧାରଣ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ।
ତେବେ ୨୦୨୬ ଶେଷକୁ ଦେଖିବାକୁ ମିଳିବ ଆଉ ଦୁଇଟି ସୁପରମୁନ୍। ନଭେମ୍ବର ୨୪ରେ ଦ୍ବିତୀୟ ଓ ଡିସେମ୍ବର ୨୩ ତାରିଖରେ ତୃତୀୟ ସୁପରମୁନ୍ ଦେଖାଯିବ। ଏହାଛଡ଼ା ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ ବା ଛୋଟ ଚନ୍ଦ୍ର ଦେଖାଯିବ। ଯାହା ସୁନ୍ଦର ମହାଜାଗତିକ ଦୃଶ୍ୟ।
ସୁପରମୁନ ଏକ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେ ନାହିଁ। ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତା’ହେଲେ ସେହି ଚନ୍ଦ୍ରକୁ ସୁପରମୁନ କୁହାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/03/super-moon-2026-01-03-16-22-00.jpg)