Advertisment

Driving License Apply Process: ଏଥର ଘରେ ବସି ହେବ DL, ଯିବାକୁ ପଡିବ ନାହିଁ RTO: ଜାଣନ୍ତୁ କେମିତି କରିବେ

DL ପାଇଁ ଆଉ ଟେନ୍‌ସନ୍ ନାହିଁ। ଯିବାକୁ ପଡିବ ନାହିଁ RTO। ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡିବ ନାହିଁ। ମୋବାଇଲ୍ କିମ୍ବା ଲାପଟପ୍‌ରେ ହୋଇଯିବ କାମ।

Driving-License-Online-Apply

Driving-License-Online-Apply Photograph: (OTV)

Advertisment

ଯଦି ଆପଣ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ଚଳାଉଛନ୍ତି, ତେବେ ଡ୍ରାଇଭିଂ ଲାଇସେନ୍ସ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଲାଇସେନ୍ସ ବିନା ଗାଡି ଚାଳନା ଭାରତୀୟ ଆଇନ ଅନୁଯାୟୀ ଏକ ଅପରାଧ ଏବଂ ଏଥିପାଇଁ ମୋଟା ଅଙ୍କର ଜରିମାନା ହୋଇପାରେ।

Advertisment

ଏ ନେଇ ପ୍ରତ୍ୟେକ ନୂଆ ଚାଳକଙ୍କୁ ଏକ ବୈଧ ଲାଇସେନ୍ସ କରିବାକୁ ପଡେ। ପୂର୍ବରୁ ଏଥିପାଇଁ RTOକୁ ଦୌଡିବାକୁ ପଡୁଥିବା ବେଳେ ଏବେ ଘରେ ବସି ଅନଲାଇନ୍‌ରେ ଆବେଦନ କରିପାରିବେ। ତେବେ ଏ ନେଇ ଡକ୍ୟୁମେଣ୍ଟସ୍ ଭାବେ ଆଧାର କାର୍ଡ, ପାନ୍ କାର୍ଡ କିମ୍ବା ଭୋଟର କାର୍ଡ ପରିଚୟ ପତ୍ର ଭାବେ ଦରକାର ହେଉଥିବା ବେଳେ ଠିକଣା ପ୍ରମାଣ ପାଇଁ ରାସନ କାର୍ଡ କିମ୍ବା ବିଦ୍ୟୁତ ବିଲ୍ ସହିତ ୪ଟି ପାସପୋର୍ଟ ଫଟୋଗ୍ରାଫ୍ ହୋଇଗଲେ ହେଲା।

(1) ତେବେ ଅନ୍‌ଲାଇନ୍ ଆବେଦନ ପାଇଁ ପ୍ରଥମେ parivahan.gov.in ୱେବସାଇଟକୁ ଯାଆନ୍ତୁ 
ଏଠାରେ Drivers/Learners License ବିଭାଗରେ କ୍ଲିକ୍ କରନ୍ତୁ
ଏହାପରେ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ
Apply for Learner License କୁ ଯାଆନ୍ତୁ
ଆଧାର ଅଥେଣ୍ଟିକେସନ୍ କିମ୍ବା ଆଧାର ବିନା ଅପସନ୍ ବାଛନ୍ତୁ
ଏଠାରେ ଆଧାର ନମ୍ବର ଏଣ୍ଟ୍ରୀ କରି OTPରେ ଯାଞ୍ଚ କରନ୍ତୁ
ଏହା ପରେ ଅନଲାଇନ୍ ଫର୍ମ ପୂରଣ କରି ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
ଅନଲାଇନ୍‌ରେ ଫିସ୍ ଦେବା ପରେ ଆପଣଙ୍କର Learner License ଆବେଦନ ପୂରା ହୋଇଯିବ।

Advertisment

(2) ଏହା ପରେ, ଆପଣଙ୍କୁ ଏକ ଅନଲାଇନ୍ ପରୀକ୍ଷା ଦେବାକୁ ପଡିବ
ଏଥିପାଇଁ sarathi.parivahan.gov.in ଯାଇ Online LL Test (STALL) ଉପରେ କ୍ଲିକ୍ କରନ୍ତୁ
ଏଠାରେ ଆବେଦନ ନମ୍ବର, ଜନ୍ମ ତାରିଖ ଏବଂ ପାସୱାର୍ଡ ଏଣ୍ଟ୍ରୀ କରନ୍ତୁ
ପରୀକ୍ଷାରେ ପାସ୍ କରିବା ପରେ, ଆପଣଙ୍କୁ ଲର୍ଣ୍ଣର୍ସ ଲାଇସେନ୍ସ ମିଳିଯିବ।

(3) ଏହାର ୬ ମାସ ଭିତରେ ଯେକୌଣସି ସମୟରେ ସାରଥି ପୋର୍ଟାଲ୍‌କୁ ସ୍ଥାୟୀ DL ପାଇଁ ଆବେଦନ କରିପାରିବେ। 
ଏଠାରେ ଆପଣଙ୍କୁ ଡ୍ରାଇଭିଂ ଟେଷ୍ଟ୍ ପାଇଁ ଏକ ତାରିଖ ଚୟନ କରିବା ସହ ଆପୋଏଣ୍ଟମେଣ୍ଟ୍ ବୁକ୍ କରିବାକୁ ହେବ।
ଆପଣ ଠିକ୍ କରିଥିବା ତାରିଖରେ RTO ଯାଇ ଡ୍ରାଇଭିଂ ଟେଷ୍ଟ୍ ଦେବା ପରେ ଡ୍ରାଇଭିଂ ଲାଇସେନ୍ସ ଆପଣଙ୍କର ଡିଜିଟାଲ୍ ଡକ୍ୟୁମେଣ୍ଟରେ ଆସିଯିବ ଏବଂ ଡାକ ମାଧ୍ୟମରେ ଠିକଣାରେ ପହଞ୍ଚିଯିବ।

Advertisment

Online Driving License
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ