Advertisment

Gaya Wedding Chaos: ରସଗୋଲା ପାଇଁ ଭାଙ୍ଗିଗଲା ବିବାହ , ସେପଟେ ଭୋଜିରେ ଉଡ଼ିଲା ଚେୟାର

ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ଶେଷରେ ବିବାହ ବାତିଲ୍ କରିଦିଆଯାଇଥିଲା। ଉଭୟ ପକ୍ଷର ଏହି ମାରପିଟ୍‌ରେ ଅନେକ ଲୋକ ଆହତ ହୋଇଥିଲେ। ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି।

marriage

marriage Photograph: (OTV)

Advertisment

ରସଗୋଲା ପାଇଁ ବିବାହ ଭୋଜିରେ ମହାଭାରତ । ବର୍ଷା ହେଲା ଲାତ ଗୋଇଠା । ଭାଇରାଲ ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ । 

Advertisment

ଏବେ ଚାଲିଛି ବିବାହ ଋତୁ । ପ୍ରତିଦିନ କେଉଁଠି ନା କେଉଁଠି କାହାର ନା କାହାର ବିବାହ ହେଉଛି। ବିବାହ ସମୟରେ ଅଧିକାଂଶ ଲୋକେ ଖାଇବା-ପିଇବା ପାଇଁ ବେଶ୍ ଉତ୍ସାହିତ ହୋଇଥାନ୍ତି, ବିଶେଷ କରି ବରଯାତ୍ରୀମାନେ। ଅନେକ ଲୋକ ତ କେବଳ ଖାଇବା ପାଇଁହିଁ ବିବାହକୁ ଯାଆନ୍ତି। ଏହି ସମୟରେ ଯଦି ଖାଦ୍ୟ ଶେଷ ହୋଇଯାଏ, ତାହେଲେ ବଡ଼ ଝଗଡ଼ା ହୋଇଯାଏ। କିନ୍ତୁ ବିବାହ ଭୋଜିରେ ମିଠା ନମିଳିବାରୁ ଲୋକେ ହାତାହାତି ହେଇଗଲେ । ଏପରି ଏକ ଘଟଣା ବିହାରର ଗୟାରେ ଦେଖିବାକୁ ମିଳିଛି।

ଗୟା ଜିଲ୍ଲାରେ ଏକ ବିବାହରେ ରସଗୋଲା କମ୍ ପଡ଼ିଯିବାରୁ ବରଯାତ୍ରୀ ଓ ଝିଅ ପକ୍ଷର ଲୋକଙ୍କ ମଧ୍ୟରେ ଭୟାନକ ଗଣ୍ଡଗୋଳ ହେଲା । ଏ ଘଟଣା ଏତେ ବଢ଼ିଗଲା ଯେ ଉଭୟ ପକ୍ଷର ଲୋକ ପରସ୍ପର ଉପରକୁ ଚେୟାର ମାଡ଼ କଲେ । ଲାତ ଗୋଇଠା ବି ମାଡ଼ ହେଲା । ଯେଉଁମାନେ ଖାଇବା ବାଢ଼ୁଥିଲେ ସେମାନେ ବି ଲୋକଙ୍କୁ ପିଟିବାକୁ ଲାଗିଲେ । 

Advertisment

ରସଗୋଲା କମ୍ ପଡ଼ିଯିବା କାରଣରୁ ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ବିବାହ ଅଟକିଗଲା । ବୋଧଗୟାରେ ଘଟିଥିବା ଏହି ଘଟଣାର CCTV ଫୁଟେଜ୍ ଏବେ ସାମ୍ନାକୁ ଆସିଛି। ୨୯ ନଭେମ୍ବରରେ ବୋଧଗୟାର ଗୋଟିଏ ହୋଟେଲରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ଝିଅ ଅତରୀ ଥାନା ଅଞ୍ଚଳର ଏବଂ ପୁଅ ବୋଧଗୟା ଥାନା ଅଞ୍ଚଳର ହଥିୟାରା ଗାଁର ।

Advertisment

ଜୟମାଳ ପରେ ବର ପକ୍ଷର ଲୋକେ ଖାଇବା ପାଇଁ ହଲରେ ପହଞ୍ଚିଥିଲେ। ଏହି ସମୟରେ ରସଗୋଲା କମ୍ ପଡ଼ିଗଲା ଏବଂ ଏହି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ଆରମ୍ଭ ହୋଇଗଲା। କିଛି ସମୟ ମଧ୍ୟରେ ଝଗଡ଼ା ଏତେ ବଢ଼ିଗଲା ଯେ ମାଡ଼ମାରପିଟ୍ ଆରମ୍ଭ ହୋଇଗଲା। ଲୋକେ ପରସ୍ପର ଉପରେ ଝାମ୍ପି ପଡିଥିଲେ, ଚେୟାର ଫିଙ୍ଗିଥିଲେ ଏବଂ ଯାହା ହାତକୁ ଆସିଲା ସେଥିରେ ଆକ୍ରମଣ କଲେ । 

ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ଶେଷରେ ବିବାହ ବାତିଲ୍ କରିଦିଆଯାଇଥିଲା। ଉଭୟ ପକ୍ଷର ଏହି ମାରପିଟ୍‌ରେ ଅନେକ ଲୋକ ଆହତ ହୋଇଥିଲେ। ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଝିଅ ପକ୍ଷର କହିବା ଅନୁଯାୟୀ, ବରର ପରିବାର ପୂର୍ବରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ପରେ ଅତିରିକ୍ତ ୨ ଲକ୍ଷ ଟଙ୍କା ଦାବି କରିଥିଲା, ଯାହାକୁ ନେଇ ଝଗଡ଼ା ବଢ଼ିଥିଲା। ଅନ୍ୟପଟେ ପୁଅ ପକ୍ଷ ଏ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । ସେମାନେ ଯୌତୁକ ବିନା ବିବାହ କରୁଥିଲେ ଏବଂ ଝଗଡ଼ା କେବଳ ଖାଦ୍ୟକୁ ନେଇ ଆରମ୍ଭ ହୋଇଥିଲା, ପରେ ତାହା ବଡ଼ ରୂପ ନେଇଥିଲା। ସେମାନଙ୍କ କହିବା ଅନୁଯାୟୀ ସେମାନେ ଆଜିବି ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଝିଅ ପକ୍ଷ ମିଛ ମାମଲା କରି ବିବାହକୁ ବନ୍ଦ କରିଦେଇଛନ୍ତି । ପୋଲିସ ଉଭୟ ପରିବାରର ବୟାନ ରେକର୍ଡ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ