Pune-Civic-Poll Photograph: (OTV)
ନିର୍ବାଚନ ଆସିଲେ ଭୋଟରଙ୍କୁ ପ୍ରତିଶ୍ରୁତିର ଲମ୍ୱା ଚିଠା ଧରାନ୍ତି ନେତା। ତ କେବେ କେବେ ଭୋଟ୍ ବଦଳରେ ତାଙ୍କୁ ଟଙ୍କା ଓ ମଦ, ମାଂସର ମଧ୍ୟ ଲୋଭ ଦେଖାଯାଏ। ତେବେ ପୁଣେ ନଗର ନିଗମ ନିର୍ବାଚନରେ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ, ପ୍ରାର୍ଥୀମାନେ ପ୍ରଲୋଭନର ସବୁ ସୀମା ପାର କରିଦେଇଛନ୍ତି।
ଏହି ନିର୍ବାଚନ ପାଇଁ ମାତ୍ର ତିନି ସପ୍ତାହ ବାକି ଅଛି। ତେଣୁ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ଦିଆଯାଉଛି ବିଭିନ୍ନ ପ୍ରସ୍ତାବ। ପ୍ରତିଦ୍ୱନ୍ଦ୍ୱିତା କରୁଥିବା କାଉନସିଲରମାନେ ମାଗଣା ଏବଂ ଉପହାରର ଏକ ଲମ୍ବା ତାଲିକା ପ୍ରଦାନ କରିଛନ୍ତି। ଯେଉଁଥିରେ ବିଦେଶ ଯାତ୍ରା, ମହଙ୍ଗା କାର, ଜମି ଓ ସୁନା ଅଳଙ୍କାର ପରି ପ୍ରତିଶ୍ରୁତି ରହିଛି।
ଲୋହେଗାଓଁ-ଧନୋରି ୱାର୍ଡର ଜଣେ ପ୍ରାର୍ଥୀ 'ଲକି ଡ୍ର' ମାଧ୍ୟମରେ ୧୧ ଜଣ ଭୋଟରଙ୍କୁ ୧୧୦୦ ବର୍ଗଫୁଟ ଜମି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇସାରିଛି। ଏହି ସମୟରେ ଆଉଜଣେ ପ୍ରାର୍ଥୀ ଦମ୍ପତିଙ୍କୁ ଥାଇଲ୍ୟାଣ୍ଡକୁ ପାଞ୍ଚ ଦିନିଆ ବିଳାସପୂର୍ଣ୍ଣ ଯାତ୍ରା ମାଗଣା ଦେବା କଥା କହିଛନ୍ତି। ଏହାଛଡ଼ା ଅନେକ ପାର୍ଥୀ ଭୋଟରଙ୍କୁ ବାଇକ, ମହଙ୍ଗା କାର ଏବଂ ସୁନା ଅଳଙ୍କାର ଦେଇ ପ୍ରଲୋଭିତ କରାଉଛନ୍ତି। ଅଧିକାଂଶ ଗୃହିଣୀ ଏବଂ ମହିଳା ଭୋଟରଙ୍କୁ ନିର୍ବାଚନ ପୂର୍ବରୁ ହଜାର ହଜାର ପୈଠାଣୀ ଶାଢ଼ି ବଣ୍ଟନ କରାଯାଇଛି। ସିଲେଇ ମେସିନ୍ ଏବଂ ସାଇକେଲ ମଧ୍ୟ ପ୍ରଦାନ କରାଯାଉଛି।
ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏପରି ଉପହାର-ଆଧାରିତ ନିର୍ବାଚନ ପ୍ରଚାର ସୂଚାଇ ଦେଉଛି ଯେ, ରାଜନୀତିକୁ ଏକ ଲାଭ-ଚାଳିତ କାରବାର ଭାବେ ଦେଖାବାକୁ ଆରମ୍ଭ କରିଛନ୍ତି ନେତା। ଯେଉଁଠାରେ ଭୋଟରମାନେ ଗ୍ରାହକ ଏବଂ ନିର୍ବାଚନ ପ୍ରଚାର ବେପାରରେ ନିବେଶ କରିବା ଭଳି ମନେହେଉଛି। ଯାହା ରାଜନୀତି ପାଇ ଆଦୌ ଶୁଭ ସଂକେତ ନୁହେଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/27/pune-civic-poll-2025-12-27-16-24-48.jpg)