ସରକାରଙ୍କ ହଠାତ୍ ବଡ଼ ଘୋଷଣା; ମିଳିବ ମାଗଣା ସିଲିଣ୍ଡର Photograph: (OTV)
ଆଉ କେଇଟା ଦିନ ପରେ ହୋଲି ଏବଂ ଉତ୍ତର ପ୍ରଦେଶର ଲକ୍ଷ ଲକ୍ଷ ପରିବାର ପାଇଁ ଏକ ଖୁସି ଖବର। ଏହି ବର୍ଷ, ପର୍ବ ପୂର୍ବରୁ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଉଛି। ସରକାର ସବସିଡି ରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ, ଯାହା ଫଳରେ ଗ୍ୟାସ ସିଲିଣ୍ଡର ପାଇବା ସହଜ ହେବ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ହୋଲି ପୂର୍ବରୁ, ଉଜ୍ଜ୍ୱଳା ଯୋଜନାର ଲାଭ ନେଉଥିବା ପ୍ରତ୍ୟେକ ପରିବାରକୁ ସରକାରଙ୍କ ପକ୍ଷରୁ ମାଗଣା ସିଲିଣ୍ଡର ମିଳିବ। ମୁଖ୍ୟମନ୍ତ୍ରୀ ଯୋଗୀ କେବଳ ହୋଲି ପାଇଁ ନୁହେଁ, ବରଂ ଦୀପାବଳି ପାଇଁ ମଧ୍ୟ ଏହି ଉପହାର ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଉଜ୍ଜ୍ୱଳା ପରିବାର ପାଇଁ ଏକ ଗ୍ୟାସ ସିଲିଣ୍ଡର ରିଫିଲ୍ ସବସିଡି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସବସିଡି ହାରରେ ୯ଟି ସିଲିଣ୍ଡର ଦିଆଯିବାର ବ୍ୟବସ୍ଥା କରିସାରିଛନ୍ତି।"
ଉତ୍ତର ପ୍ରଦେଶରେ, ଯେଉଁମାନେ ପୂର୍ବରୁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଅଛନ୍ତି, କେବଳ ସେମାନେ ମାଗଣା ସିଲିଣ୍ଡର ପାଇବାକୁ ଯୋଗ୍ୟ ହେବେ। ଯଦି ଆପଣ ବର୍ତ୍ତମାନ ଏହି ଯୋଜନାରେ ପଞ୍ଜିକୃତ ନୁହଁନ୍ତି, ତେବେ ଆବେଦନ କରିବାର ସୁଯୋଗ ରହିଛି। ପ୍ରଥମେ, ଏନେଇ କଣ ରହିଛି ଯୋଗ୍ୟତା ଏବଂ କାହାକୁ ଦିଆଯିବ ପ୍ରାଥମିକତା ତାହା ଜାଣିବା ଜରୁରୀ। ତେବେ ଯାଇ ପରବର୍ତ୍ତୀ ପ୍ରକ୍ରିୟା ସହଜ ହେବ।
ଉଜ୍ଜ୍ୱଳା ଯୋଜନାର ପ୍ରାଥମିକ ଧ୍ୟାନ ଗରିବ ପରିବାର ଉପରେ। ବିଶେଷକରି ଯେଉଁ ମହିଳାମାନଙ୍କ ନାଁରେ ଗ୍ୟାସ୍ ସଂଯୋଗ ନାହିଁ ଏବଂ ଆର୍ଥିକ ଅନଟନରେ ପରିବାର ରହିଛି। ଏହି ଯୋଜନାରେ ଗ୍ରାମୀଣ କିମ୍ବା ଅର୍ଦ୍ଧ-ସହର ଅଞ୍ଚଳରେ ରହୁଥିବା BPL ପରିବାର ଅନ୍ତର୍ଭୁକ୍ତ।
ପରିବାର ସଦସ୍ୟଙ୍କ ସଂଖ୍ୟାର ପ୍ରମାଣ ଆବଶ୍ୟକ। SECC 2011, PMAY ଗ୍ରାମୀଣ ଏବଂ ଆୟୁଷ୍ମାନ କାର୍ଡ ଧାରକଙ୍କ ଅଧୀନରେ ତାଲିକାଭୁକ୍ତ ପରିବାର ମଧ୍ୟ ଯୋଗ୍ୟ। SC, ST, ଏବଂ ଅତ୍ୟନ୍ତ ପଛୁଆ ଆଦିବାସୀ ପରିବାର ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ।
ଏନେଇ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡିକ ହେଲା, ଆୟ ପ୍ରମାଣପତ୍ର, ଆଧାର କାର୍ଡ, ରାସନ କାର୍ଡ, ଠିକଣା ପ୍ରମାଣପତ୍ର ଯେପରିକି ବିଦ୍ୟୁତ କିମ୍ବା ପାଣି ବିଲ୍, ପାସପୋର୍ଟ ଆକାରର ଫଟୋ ଏବଂ ବ୍ୟାଙ୍କ ବିବରଣୀ। ସବସିଡି ରାଶି ସିଧାସଳଖ ଆକାଉଣ୍ଟରେ ଜମା ହେଉଥିବାରୁ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରାଯିବା ଆବଶ୍ୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/01/free-lpg-cylinder-scheme-2026-03-01-16-06-20.jpg)