Advertisment

Four Women Steal ₹14 Lakh Gold : ୪ ମହିଳା, ୧୪ ମିନିଟ୍ ଆଉ ୧୪ ଲକ୍ଷର ଗହଣା ଲୁଟ୍

୪ ମହିଳା, ୧୪ ମିନିଟ୍ ଆଉ ୧୪ ଲକ୍ଷର ଗହଣା ଲୁଟ୍। ଯିଏ ବି ଦେଖିଲା ତାଜୁବ ହୋଇଗଲା। କାହାକୁ ବିଶ୍ବାସ ହେଲାନି। ସାଧାସିଧା ଦେଖାଯାଥିବା ଏହି ମହିଳାମାନେ ବି ଏଭଳି କାଣ୍ଡ କରିପାରନ୍ତି।

author-image
Pramod Behera
Four Women Steal 14 Lakh Gold

୪ ମହିଳା, ୧୪ ମିନିଟ୍ ଆଉ ୧୪ ଲକ୍ଷର ଗହଣା ଲୁଟ୍ Photograph: (OTV)

ଲେଡି ଲୁଟେରାଙ୍କ ସାଂଘାତିକ କାରନାମା। ୧୪ ମିନିଟ୍ ରେ ୧୪ ଲକ୍ଷର ଗହଣା ଲୁଟ୍। ଗ୍ରାହକ ସାଜି ଆସିଲେ କଳାକନା ବୁଲାଇଲେ। ଶାଢ଼ି ଭିତରେ ଲୁଚାଇ ଲୁଟି ନେଲେ ଅଳଙ୍କାର। 

Advertisment

୪ ମହିଳା, ୧୪ ମିନିଟ୍ ଆଉ ୧୪ ଲକ୍ଷର ଗହଣା ଲୁଟ୍। ଯିଏ ବି ଦେଖିଲା ତାଜୁବ ହୋଇଗଲା। କାହାକୁ ବିଶ୍ୱାସ ହେଲାନି। ସାଧାସିଧା ଦେଖାଯାଥିବା ଏହି ମହିଳାମାନେ ବି ଏଭଳି କାଣ୍ଡ କରିପାରନ୍ତି। ଶାଢ଼ୀ ପିନ୍ଧି ଆସିଲେ ଆଉ ଆଖି ପିଛୁଳାକେ ଉଡାଇ ନେଲେ ୧୪ ଲକ୍ଷର ସୁନା ଅଳଙ୍କାର। ଗହଣା ଦୋକନୀଙ୍କୁ ବୋକା ବନାଇ ଦିନ ଦ୍ବିପହରରେ କରିଲେ ଲୁଟ୍। ଦେଖନ୍ତୁ ଏହି ଭିଡିଓକୁ କିଭଳି ଚତୁରତାର ସହ ମହିଳାମାନେ ସୁନା ଦୋକାନରୁ କାଢ଼ି ନେଉଛନ୍ତି ସୁନା। 

ଉତ୍ତରପ୍ରଦେଶର ପ୍ରୟାଗରାଜର କଲ୍ୟାଣ ଜୁଏଲର୍ସ। ସନ୍ଧ୍ୟା ପ୍ରାୟ ୫ଟା। ଶାଢ଼ି ପିନ୍ଧି ମୁଣ୍ଡରେ ଓଢ଼ଣା ଟାଣି ଶୋ’ରୁମରେ ଗ୍ରାହକ ସାଜି ଏଣ୍ଟ୍ରି କରିଥିଲେ ୪ ମହିଳା। ଦୋକାନରେ ପଶୁ ପଶୁ ଗହଣା ଉପରେ ନଜର ପଡିଥିଲା ଏମାନଙ୍କର। ଅଳଙ୍କାର କିଣିବା ବାହାନରେ ସେଲ୍ସମ୍ୟାନଙ୍କ ସହ ଏମାନଙ୍କ ମଧ୍ୟରୁ ଜଣେ ମହିଳା କଥା ହୋଇଥିଲେ। ଦୋକାନୀଙ୍କୁ ବିଭିନ୍ନ ଡିଜାଇନ୍ ଅଳଙ୍କାର ଦେଖାଇବାକୁ କହିଥିଲେ। ଅନ୍ୟ ତିନି ମହିଳା କାଉଣ୍ଟର ପାଖରେ ଥିବା ଚୌକି ଉପରେ ବସି ପଡିଥିଲେ। ଏହାପରେ ମଉକା ପାଇ କାଉଣ୍ଟରରେ ରଖା ହୋଇଥିବା ଅଳଙ୍କାର ବକ୍ସକୁ କାଢ଼ି ପିନ୍ଧିଥିବା ସଲ୍ ଭିତରେ ଲୁଚାଇ ଦେଇଥିଲେ। ୧୪ ମିନିଟ ଭିତରେ ୧୪ ଲକ୍ଷର ଗହଣା ନେଇ ଚମ୍ପଟ ମାରିଥିଲେ ୪ ମହିଳା। 

Advertisment

ଏହି ଖବରର ଭିଡିଓ ଦେଖିବାକୁ ଚାହୁଁଥିଲେ ତଳେ କ୍ଲିକ୍ କରନ୍ତୁ:

ଉକ୍ତ ଅଳଙ୍କାର ବକ୍ସରେ ୧୨ ଯୋଡି ସୁନା ଇଅରିଂ ଥିଲା। ଏନେଇ ଗହଣା ଶୋ’ରୁମ୍ ମ୍ୟାନେଜର ସିଭିଲ୍ ଲାଇନ୍ସ ଥାନାରେ ଚାରି ଜଣ ଅଜଣା ମହିଳାଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଛନ୍ତି। ପୋଲିସ ଶୋ’ରୁମ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଛି।  ଲେଡି ଲେଟାରୁଙ୍କୁ ଧରିବାକୁ ଖୋଜାଖୋଜି ଚାଲିଛି। 

ଏହି ୪ ମହିଳା ସନ୍ଦେହ ଦୂର କରିବା ସାଙ୍ଗରେ ଛୋଟ ଛୁଆଙ୍କୁ ନେଇ ଶୋ’ ରୁମ ଭିତରକୁ ଆସିଥିଲେ। ପୂରା ମାମଲାର ତଦନ୍ତ ଜାରି ରହିଥିବା ପୋଲିସ କହିଛି। ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Loot Theft Prayagraj
Advertisment
Advertisment