Ajit Doval Photograph: (OTV)
ଚୁପଚାପ୍ ଆସିଲେ। ଦୋକାନରେ ପଶିଲେ। ଆଉ ସାଧାରଣ ଲୋକଙ୍କ ଭଳି ଚିପ୍ସ କିଣି ଚାଲିଗଲେ। ନା ଥିଲା କୌଣସି ସାଇରନ୍, ନା ସାଙ୍ଗରେ କୌଣସି କାରକେଡ୍ ନା ହାଇଡ୍ରାମା। କେବଳ ଥିଲେ କିଛିଟା ସିକ୍ୟୁରିଟି ଗାର୍ଡ। ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଥିରୁବନ୍ତପୁରମର ପ୍ରସିଦ୍ଧ ‘ମହା ଚିପ୍ସ’ ଦୋକନାକୁ ଯାଇ ଚିପ୍ସ କିଣିଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।
ଗୁରୁବାର ସକାଳ ୮ଟା। ଥିରୁବନନ୍ତପୁରମର ସକାଳ ଥିଲା ସାଧାରଣ। କିନ୍ତୁ ଏକ ଛୋଟ ଦୋକାନରେ ଘଟିଗଲା ଏକ ଅସାଧାରଣ ଘଟଣା। ହଠାତ ଏଠାରେ ଥିବା ମହା ଚିପ୍ସ ଦୋକାନକୁ ଆସିଥିଲେ ଅଜିତ ଡୋଭାଲ। ଆଉ ତାଙ୍କ ସାଙ୍ଗରେ ଥିଲେ କେବଳ ମୁପ୍ତି ସୁରକ୍ଷା। ଏଠାକୁ ଆସି ଜଣେ ସାଧାରଣ ଲୋକଙ୍କୁ ଭଳି କିଛି ଚିପ୍ସ କିଣିବା ସହ ମିଠେଇ ମଧ୍ୟ କିଣିଥିଲେ। ଆଉ ଚୁପଚାପ୍ ଚାଲିଯାଇଥିଲେ।
ଦୋକାନର କର୍ମଚାରୀମାନେ ମଧ୍ୟ ଜାଣିପାରିନଥିଲେ ଯେ ସେ କିଏ। ସିସିଟିଭି ଫୁଟେଜ୍ ଚେକ୍ କରିବା ପରେ ଅଜିତ ଡୋଭାଲଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କର୍ମଚାରୀମାନେ କହିଥିଲେ ଯେ ତାଙ୍କର ଆଚରଣ ଜଣେ ସାଧାରଣ ନାଗରିକଙ୍କ ପରି ଥିଲା, ତେଣୁ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ। କୌଣସି ଶୋର-ଶରାବ କି କୌଣସି ତାମଝାମ ନଥିଲା। ଖାଲି ସେତିକି ନୁହେଁ ବାହାରେ କୌଣସି କାରକେଡ୍ ମଧ୍ୟ ଠିଆ ହୋଇନଥିଲା। ଜଣେ ନିୟମିତ ଗ୍ରାହକ ପରି ଆସି ଭିଡ଼ ଭିତରେ ହଜିଯାଇଥିଲେ। ଏହା ହିଁ ହେଉଛି ଅଜିତ ଡୋଭାଲଙ୍କର ପ୍ରକୃତ ଅନ୍ଦାଜ। ସରଳତାରେ ଲୁଚି ରହିଥିବା ସର୍ବୋଚ୍ଚ ଶକ୍ତି।
ଅଜିତ ଡୋଭାଲ କେଉଁ ମିଶନରେ ଯାଇଥିଲେ?
ଏକ ସ୍ୱତନ୍ତ୍ର ମିଶନରେ ଅଜିତ ଡୋଭାଲ ଥିରୁବନନ୍ତପୁରମ ଯାଇଥିଲେ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର ସବୁଠାରୁ ନିର୍ଭରଯୋଗ୍ୟ ରକେଟ୍, PSLV, ସମ୍ପ୍ରତି ଅନେକ ଥର ବିଫଳ ହୋଇଥିଲା। ଉଡ଼ାଣ ସମୟରେ ରକେଟ୍ର ତୃତୀୟ ପର୍ଯ୍ୟାୟ ବାରମ୍ବାର ଖରାପ ହୋଇଥିଲା, ଯାହାକୁ ନେଇ ସରକାର ଚିନ୍ତିତ ଥିଲେ। ମହାକାଶ କମିଶନର ସଦସ୍ୟ ଭାବରେ, ଡୋଭାଲଙ୍କୁ ଏହି ବିଫଳତାଗୁଡ଼ିକର ତଦନ୍ତ କରିବାର ଦାୟିତ୍ୱ ଦିଆଯାଇଥିଲା। ଆଉ ଏଇଥିପାଇଁ ସେ ଏହି ଗସ୍ତରେ ଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/ajit-doval-2026-02-06-11-47-54.jpg)