DELHI-FIRE Photograph: (OTV)
ଦିଲ୍ଲୀରେ ବଡ଼ଧରଣର ଅଗ୍ନିକାଣ୍ଡ । ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ପୋଡି ଛାରଖାର ହୋଇଯାଇଛି । ଏହି ଆପାର୍ଟମେଣ୍ଟରେ ଅନେକ ରାଜ୍ୟସଭା ସାଂସଦ ରୁହନ୍ତି । ଉପର ମହଲାରୁ ପ୍ରଥମେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ଉପର ମହଲାରୁ ଅନ୍ୟ ଆଡକୁ ବ୍ୟାପିଯାଇଥିଲା ନିଆଁ। ଅଗ୍ନିକାଣ୍ଡ ପରେ ୫ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଆପାର୍ଟମେଣ୍ଟଟି ୨୦୨୦ ମସିହାରେ ଉଦଘାଟନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ । ଆପର୍ଟମେଣ୍ଟଟି ସଂସଦ ଭବନଠାରୁ ପ୍ରାୟ ୨ଶହ ମିଟର ଦୂରରେ ଅବସ୍ଥିତ ।
ଦିଲ୍ଲୀରେ ବଡ଼ଧରଣର ଅଗ୍ନିକାଣ୍ଡ
ସାଂସଦ ରହୁଥିବା ଆପାର୍ଟମେଣ୍ଟରେ ନିଆଁ
ଦିଲ୍ଲୀ ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ
ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ରୁହନ୍ତି ଅନେକ ସାଂସଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/delhi-fire-2025-10-18-17-00-37.jpg)