Advertisment

School Result Brings Shock : ପୁଅ ରେଜଲ୍ଟ ଦେଖି ହଠାତ୍ ଟଳିପଡ଼ିଲେ ବାପା

ମୃତକଙ୍କ ହେଲେ ୩୫ ବର୍ଷୀୟ ଦୀପଙ୍କର ବୋରଡୋଲୋଇ। ସେ କଚ୍ ଗରାଲ ଅଞ୍ଚଳର ସୋନାରି ଗାଁର ବାସିନ୍ଦା । ଗୁରୁବାର ବୋରଡୋଲୋଇ ତାଙ୍କ ପୁଅର UKG ରେଜଲ୍ଟ ସଂଗ୍ରହ କରିବାକୁ ସ୍କୁଲ ଆସିଥିଲେ।

Heart Attack

Heart Attack Photograph: (OTV)

Advertisment

ପୁଅ ପରୀକ୍ଷାରେ କେତେ ମାର୍କ ରଖିଛି। କ’ଣ ରହିଛି ତା’ର ଫଳାଫଳ। ଏସବୁ ମନରେ ଭାବି ସ୍କୁଲ ବାହାରିଥିଲେ ବାପା। ପୁଅର ରେଜଲ୍ଟ ଦେଖିବା ପାଇଁ। ବେଶ୍ ଖୁସି ମନରେ ସ୍କୁଲରେ ବି ପହଞ୍ଚିଲେ। ହେଲେ ଆଉ ଫେରିଲେନି। ପୁଅର ରିପୋର୍ଟ କାର୍ଡ ଧରି ସ୍କୁଲ ପରିସରରୁ ବାହାରିବା ବେଳେ ହଠାତ ମାଡି ଆସିଲା ମୃତ୍ୟୁ। ହାର୍ଟ ଆଟାକ ରୂପରେ ଯମ ଆସି ନେଇଗଲା ଜୀବନ। ନିମିଷକ ମଧ୍ୟରେ ସବୁ ଖୁସି ପାଣି ଫୋଟକା ପରି ଫାଟିଗଲା। 

Advertisment

ଏଭଳି କିଛି ଘଟଣା ଘଟିଛି ଆସାମର ଜୋରାହଟରେ। ମୃତକଙ୍କ ହେଲେ ୩୫ ବର୍ଷୀୟ ଦୀପଙ୍କର ବୋରଡୋଲୋଇ। ସେ କଚ୍ ଗରାଲ ଅଞ୍ଚଳର ସୋନାରି ଗାଁର ବାସିନ୍ଦା । ଗୁରୁବାର ବୋରଡୋଲୋଇ ତାଙ୍କ ପୁଅର UKG ରେଜଲ୍ଟ ସଂଗ୍ରହ କରିବାକୁ ସ୍କୁଲ ଆସିଥିଲେ। ଛୋଟ ପୁଅର ସ୍କୁଲରେ ଅନୁଷ୍ଠିତ ମିଟିଂରେ ବି ଯୋଗ ଦେଇଥିଲେ। ସେହି ମିଟିଂରେ ୟୁକେଜିରେ ପଢ଼ୁଥିବା ପୁଅର ରେଜଲ୍ଟ ଘୋଷଣା ହୋଇଥିଲା। 

ପୁଅର ରେଜଲ୍ଟ ବା ରିପୋର୍ଟ କାର୍ଡ କର୍ତ୍ତୃପକ୍ଷଙ୍କ ଠାରୁ ଦୀପଙ୍କର ସଂଗ୍ରହ କରିଥିଲେ। ଏହାକୁ ଧରି ସେ ସ୍କୁଲ ପରିସରରୁ ବାହାରୁଥିବା ବେଳେ ହଠାତ୍ ବିଗିଡି ଯାଇଥିଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା। ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଦୀପକଙ୍କର । ସେ ସ୍କୁଲ ପରିସରରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ହୃଦଘାତ(Heart Attack)ରେ ଦୀପଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର। ଏହି ପୂରା ଘଟଣାର ଭିଡିଓ ସ୍କୁଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ସେପଟେ ଦୀପଙ୍କର ମୃତ୍ୟୁରେ ତାଙ୍କ ପରିବାର ଲୋକଙ୍କ ସମେତ ପୂରା ସ୍କୁଲର ଶିକ୍ଷକ, ଅନ୍ୟ ଅଭିଭାବକ ଓ ଶିକ୍ଷାର୍ଥୀମାନଙ୍କୁ ସ୍ତବ୍ଧ କରି ଦେଇଛି। ଦୀପଙ୍କର ଆସାମ ସରକାରଙ୍କ ଜଳ ସେଚନ ବିଭାଗରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଭାବେ କାମ କରୁଥିଲେ। ତାଙ୍କ ପତ୍ନୀ ଜଣେ ଗୃହିଣୀ।

ପରିବାର ଲୋକଙ୍କ କହିବା କଥା ଯେ ଦୀପଙ୍କର ପୂରା ଫିଟ ରହିଥିଲେ। ପୂର୍ବରୁ ତାଙ୍କର କୌଣସି ରୋଗ ମଧ୍ୟ ନଥିଲା। ତଥାପି ତାଙ୍କର ହୃଦଘାତରେ ମୃତ୍ୟୁ ହେବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। 

Assam Result Viral Video Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ