Advertisment

Father Carries Injured Son: ପୁଅକୁ କାନ୍ଧରେ ବୋହି ୨ କିଲୋମିଟର ଦୌଡିଲା ଗରିବ ବାପା

ପୌରାଣିକ ଯୁଗରେ ଶ୍ରାବଣ କୁମାର ବାପା ମାଆଙ୍କ ଋଣ ସୁଝିବାକୁ ସେମାନଙ୍କୁ କାନ୍ଧରେ ବୋହି ଥିଲେ। ତେବେ ଏଠି କିନ୍ତୁ ଚିତ୍ର ଭିନ୍ନ । ପୁଅ ପାଇଁ ଏଠି ବାପା ସାଜିଛନ୍ତି ଶ୍ରାବଣ କୁମାର।

Father Carries Son

Father Carries Son Photograph: (OTV)

Advertisment

ଚାଲିବାକୁ ପୁଅ ଅକ୍ଷମ। ଠିକ୍ ସେ ଠିଆ ହେବା ବି କଷ୍ଟ। ହେଲେ ପରୀକ୍ଷା ଦେବ। ନଦେଲେ ଫେଲ୍ ହୋଇଯିବ। ତା’ ଭବିଷ୍ୟତ ଅନ୍ଧାର ହୋଇଯିବ। ସେଥିପାଇ ଅଣ୍ଟା ଭିଡିଲେ ବାପା। ପୁଅକୁ ୨ କିଲୋମିଟର ଯାଏ କାନ୍ଧରେ ବୋହି ପରୀକ୍ଷା କେନ୍ଦ୍ରକୁ ନେଲେ। ପୌରାଣିକ ଯୁଗରେ ଶ୍ରାବଣ କୁମାର ବାପା ମାଆଙ୍କ ଋଣ ସୁଝିବାକୁ ସେମାନଙ୍କୁ କାନ୍ଧରେ ବୋହି ଥିଲେ। ତେବେ ଏଠି କିନ୍ତୁ ଚିତ୍ର ଭିନ୍ନ । ପୁଅ ପାଇଁ ଏଠି ବାପା ସାଜିଛନ୍ତି ଶ୍ରାବଣ କୁମାର। ଏଭଳି କିଛି ଆଖିରେ ଲୁହ ଆଣିଦେଲା ଭଳି ଘଟଣା ଘଟିଛି ଝାଡ଼ଖଣ୍ଡର ହଜାରିବାଗରେ ।

Advertisment

ଏଠାକାର ବେଲଟୁ ଗାଁର ବାସିନ୍ଦା ରାମବୃକ୍ଷ ସାଓଙ୍କ ପୁଅ ଓମ୍ ପ୍ରକାଶ କୁମାର। ଓମ୍ ପ୍ରକାଶ ଏବେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ଶନିବାର ଦିନ, ପରୀକ୍ଷା ପରେ ଘରକୁ ଫେରୁଥିବା ସମୟରେ ତାଙ୍କ ସହ  ଘଟିଥିଲା ବଡ଼ ଅଘଟଣ। ଫେରିବା ବାଟରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା। 

ପୁଅର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଡି ଯାଇଥିଲେ ପରିବାର । କିନ୍ତୁ ବାପା ରାମବୃକ୍ଷ ତାଙ୍କ ପୁଅର ପାଠପଢ଼ା ଓ ପରୀକ୍ଷାକୁ ବାଧାପ୍ରାପ୍ତ ହେବାକୁ ନଦେବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲେ । ସୋମବାର ବିଜ୍ଞାନ ପରୀକ୍ଷା ହେବାର ଥିଲା। ହେଲେ ତାଙ୍କ ପୁଅ ଚାଲିପାରୁ ନଥିଲେ। ପରୀକ୍ଷା କେନ୍ଦ୍ରକୁ କେମିତି ଯିବେ ଭାବୁଥିଲେ। ଠିକ୍ ଏତିକି ବେଳେ ରାମବୃକ୍ଷ ସାଜିଥିଲେ ସୁପର ଫାଦର।

Advertisment

ରାମବୃକ୍ଷ ସାଓ ପୁଅକୁ କାନ୍ଧରେ ବୋହି ଦୌଡିଥିଲେ। ପ୍ରାୟ ଦୁଇ କିଲୋମିଟର ଚାଲି ଚାଲି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ।  ଆଉ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଥିବା ଶିକ୍ଷକ, ଛାତ୍ର ଏବଂ ଅଭିଭାବକମାନେ ଏହି ଦୃଶ୍ୟ ଦେଖି ଭାବପ୍ରବଣ ହୋଇଯାଇଥିଲେ । ସମସ୍ତଙ୍କ ଆଖିରୁ ଝରି ଆସିଥିଲା ଲୁହ।

ଜଣେ ବାପାର ତ୍ୟାଗ, ଧୈର୍ଯ୍ୟ ଓ ଆଗ୍ରହକୁ ଦେଖି ସମସ୍ତେ ପ୍ରଶଂସା କରିଥିଲେ। କହିଥିଲେ ଯେ ଏହା କେବଳ ଜଣେ ବାପାର କର୍ତ୍ତବ୍ୟ ନୁହେଁ, ବରଂ ତାଙ୍କ ପିଲାର ଭବିଷ୍ୟତ ପାଇଁ ଏକ ଅସାଧାରଣ ସଂଘର୍ଷ । ଏହି ଘଟଣା ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

Advertisment
Inspiring Story Hazaribagh Jharkhand Father Carries Son Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ