Advertisment

Defence Minister: ପାକିସ୍ତାନର ପ୍ରତିଟି ଇଞ୍ଚ ବ୍ରହ୍ମୋସ ରେଞ୍ଜରେ...ଗୋଟିଏ ଭୁଲ , ପୂରା ଦେଶ ଛାରଖାର୍

ଭାରତର ବ୍ରହ୍ମାସ୍ତ୍ର- ବ୍ରହ୍ମୋସ୍ । ଅପେରସନ ସିନ୍ଦୂରରେ ଏହାର ପାୱର ଦେଖିଥିଲା ସାରା ବିଶ୍ୱ । ବ୍ରହ୍ମୋସର ଷ୍ଟେଲଥ ଟେକ୍ନୋଲୋଜି ଓ ଉନ୍ନତ ଏମ୍ବେଡେଡ୍ ସଫ୍ଟୱେର୍ ଏହାକୁ ସ୍ବତନ୍ତ୍ର କରିଥାଏ ।

Rajnath-Singh-Warning

Rajnath-Singh-Warning Photograph: (OTV)

Advertisment

ସାବଧାନ ! ଆମେ ଜନ୍ମ ଦେଇଛୁ, ଆଉ ସମୟ ଆସିଲେ...। ଭାରତକୁ ବାରମ୍ବାର ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନକୁ ଏମିତି ରୋକଠୋକ୍ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲକ୍ଷ୍ନୌ ଏରୋସ୍ପେଶ ପ୍ରତିଷ୍ଠାନରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ବ୍ୟାଚ୍‌ ବ୍ରହ୍ମୋସ ମିସାଇଲର ଲଞ୍ଚ କାର୍ଯ୍ୟକ୍ରମରେ ଏକଥା କହିଛନ୍ତି ସେ  

Advertisment

ଭାରତର ବ୍ରହ୍ମାସ୍ତ୍ର- ବ୍ରହ୍ମୋସ୍ । ଅପେରସନ ସିନ୍ଦୂରରେ ଏହାର ପାୱର ଦେଖିଥିଲା ସାରା ବିଶ୍ୱ । ବ୍ରହ୍ମୋସର ଷ୍ଟେଲଥ ଟେକ୍ନୋଲୋଜି ଓ ଉନ୍ନତ ଏମ୍ବେଡେଡ୍ ସଫ୍ଟୱେର୍ ଏହାକୁ ସ୍ବତନ୍ତ୍ର କରିଥାଏ । ଏହାର ସୁପରସୋନିକ୍ ବେଗ ସହିତ ୨୯୦ କିମି ପର୍ଯ୍ୟନ୍ତ ରେଞ୍ଜ ରହିଛି । ବିଶ୍ୱର ଯେକୌଣସି ଅସ୍ତ୍ରଶସ୍ତ୍ର ଏହାକୁ ରୋକିପାରିବ ନାହିଁ । ଲକ୍ଷ୍ନୌର ବ୍ରହ୍ମୋସ୍ ନିର୍ମାଣ କେନ୍ଦ୍ରରୁ ପ୍ରତିବର୍ଷ ପ୍ରାୟ ୧୦୦ ମିସାଇଲ ନିର୍ମାଣ ହେବ । ତେଣୁ ଭାରତ ସହ ଲାଗିଲେ, ବ୍ରହ୍ମୋସ୍ କଣ ଅବସ୍ଥା କରିବ ତାହା ବୁଝାଇ ଦେଇଛନ୍ତି ରାଜନାଥ ସିଂ । 

ଅପେରସନ ସିନ୍ଦୂରରେ ମାତ୍ର ୨୫ ମିନିଟ୍‌ରେ ହୁଲୁସ୍ତୁଲ ହୋଇଥିଲା ପାକିସ୍ତାନ । ମାଟିରେ ମିଶିଥିଲା ୯ଟି ଆତଙ୍କୀ ଆଡ୍ଡା ।  ୭୦ରୁ ଅଧିକ ମରିଥିଲେ ଆତଙ୍କବାଦୀ । ଭାରତ କେମିତି ଘରେ ପଶି ମାରିପାରେ, ତାହା କେବଳ ଏକ ଟ୍ରେଲର ଥିଲା । ବ୍ରହ୍ମୋସ୍‌ ମିସାଇଲ୍‌ର ସାମ୍ନା କରିନପାରି ଶେଷରେ ଅସ୍ତ୍ରବିରତି ଭିକ ମାଗିଥିଲା ପାକିସ୍ତାନ । ତଥାପି ଭାଙ୍ଗିନି ଆତଙ୍କୀସ୍ତାନର ମୁହଁ । ଉସକାଇବା ଭଳି କଥା କହୁଛି, ବାରମ୍ବାର ପରମାଣୁ ଧମକ ଦେଉଛି । ସେନାର ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ଚାହିଁଲେ ଭାରତର ଭୂଗୋଳ ଓଲଟପାଲଟ କରିଦେବ ବୋଲି କହିଛନ୍ତି ପାକ୍ ସେନା ମୁଖ୍ୟ ଅସୀମ ମୁନୀର । 

Advertisment

ଆଉ ସେପଟେ ଖାଲି କଥାରେ ନୁହେଁ, ବ୍ରହ୍ମୋସ୍‌ର ଶକ୍ତି ଦେଖାଇ ପାକିସ୍ତାନକୁ ପୁଣି ସାବଧାନ କରାଇଛନ୍ତି ରାଜନାଥ । ସେ କହିଛନ୍ତି, ଯଦି ଭାରତ ପାକିସ୍ତାନକୁ ଜନ୍ମ ଦେଇପାରେ, ସମୟ ଆସିଲେ ତା'ର ଅବସ୍ଥା କଣ କରିପାରିବ ତା କହିବା ଦରକାର ନାହିଁ । ପାକିସ୍ତାନର ପ୍ରତିଟି ଇଞ୍ଚ ଜମି ଆମ ବ୍ରହ୍ମୋସ ରେଞ୍ଜରେ । ତେଣୁ ସାବଧାନ ପାକିସ୍ତାନ !.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ