Manipur Photograph: (OTV)
ହଟିଲା ମଣିପୁରରୁ ରାଷ୍ଟ୍ରପତି ଶାସନ, ନୂଆ ମୁଖ୍ୟମନ୍ତ୍ରୀ ନେଲେ ଶପଥ। ୟୁମନମ ଖେମଚନ୍ଦ ସିଂ ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ଅଜୟ ଭଲ୍ଲା ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କୁକି କମ୍ୟୁନିଟିରୁ ଆସିଥିବା ୟୁମନମ୍ ଦୀର୍ଘ ଦିନ ଧରି ସଂଘ ପରିବାର ସହ ଜଡ଼ିତ ଥିଲେ। ବିଜେପିର ଟପ୍ କମାଣ୍ଡର ମଧ୍ୟରେ ଅନ୍ୟତମ ଦୁଇ ଥରର ବିଧାୟକ ଖେମଚନ୍ଦ ସିଂ ଙ୍କ କାନ୍ଧରେ ଏବେ ମଣିପୁରର ଶାସନ ଭାର।...
୨୦୨୫ ଫେବ୍ରୁଆରୀ ୧୩ରେ ମଣିପୁରରେ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ। ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ବୃଦ୍ଧି ପାଇବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଗତ ବର୍ଷ ଫେବୃଆରୀ ମାସରେ ଇସ୍ତଫା ଦେଇଥିଲେ। ପରେ ପରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ। ପ୍ରାୟ ଗୋଟିଏ ବର୍ଷ ପରେ ରାଷ୍ଟ୍ରପତି ଶାସନ ରାଜ୍ୟରୁ ହଟିଛି।
ୟୁମନମ ଖେମଚନ୍ଦ ସିଂ ନୂଆ ମଣିପୁର ମୁଖ୍ୟମନ୍ତ୍ରୀ
ରାଜ୍ୟପାଳ ଅଜୟ ଭଲ୍ଲା କରାଇଲେ ଶପଥ ପାଠ
ମଣିପୁରର ଟାଣୁଆ ବିଜେପି ନେତା ଖେମଚନ୍ଦ ସିଂ
୧୩ ଫେବ୍ରୁଆରୀ ୨୦୨୫ରେ ଲାଗିଥିଲା ରାଷ୍ଟ୍ରପତି ଶାସନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/manipur-2026-02-04-22-11-20.jpg)