Advertisment

Elderly Woman Stops Reckless Scooter Rider: ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା, ଅମାନିଆ ସ୍କୁଟି ଚାଳକଙ୍କୁ ସଡ଼କ ସୁରକ୍ଷା ପାଠ ପଢାଇଲେ

ସଡ଼କ ସୁରକ୍ଷା ପାଇଁ ଲଢିଲେ ମାଆ। ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା। ଅମାନିଆ ସ୍କୁଟି ଚାଳକଙ୍କୁ ସଡ଼କ ସୁରକ୍ଷା ପାଠ ପଢାଇଲେ। କେରଳ କୋଝିକୋଡ୍ ଅଞ୍ଚଳର ଘଟଣା। ଫୁଟପାଥରେ ଯାଉଥିବା ସ୍କୁଟିକୁ ଅଟକାଇଲେ ବୃଦ୍ଧା।

Elderly Woman Stops Reckless Scooter Rider

ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା Photograph: (OTV)

Advertisment

ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା। ଅମାନିଆ ସ୍କୁଟି ଚାଳକଙ୍କୁ ଅଟକାଇ ମୋବାଇଲରେ ଫଟୋ ଉଠାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କେରଳ କୋଝିକୋଡ୍ ଅଞ୍ଚଳରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । 

Advertisment

ସୂଚନା ଅନୁସାରେ, ଜଣେ ସ୍କୁଟି ଚାଳକ ରାସ୍ତା ଛାଡ଼ି ଫୁଟପାଥରେ ସ୍କୁଟି ନେଇ ଯାଉଥିଲେ । ବିପରୀତ ଦିଗରୁ ଚାଲିଚାଲି ଆସୁଥିବା ସଂପୃକ୍ତ ବୃଦ୍ଧା ଜଣଙ୍କ ସ୍କୁଟିକୁ ଅଟକାଇବା ସହିତ ଫୁଟପାଥ ବଦଳରେ ରାସ୍ତାରେ ଗାଡ଼ି ଚଳାଇବାକୁ ଅନୁରୋଧ କରିଥିଲେ । ତଥାପି ଅମାନିଆ ସ୍କୁଟି ଚାଳକ ନଶୁଣିବାରୁ ଗାଡ଼ିଟିର ଫଟୋ ଉଠାଇଥିଲେ ବୃଦ୍ଧା । 

ଶେଷରେ ସ୍କୁଟି ଚାଳକ ଫୁଟପାଥରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ବୃଦ୍ଧାଙ୍କର ଏଭଳି ସାହସିକତା ମନୋଭାବକୁ ସବୁଆଡ଼େ ପ୍ରଶଂସା କରାଯାଉଛି ।

Advertisment
  • ସଡ଼କ ସୁରକ୍ଷା ପାଇଁ ଲଢିଲେ ମାଆ
  • ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା
  • ଅମାନିଆ ସ୍କୁଟି ଚାଳକଙ୍କୁ ସଡ଼କ ସୁରକ୍ଷା ପାଠ ପଢାଇଲେ
  • କେରଳ କୋଝିକୋଡ୍ ଅଞ୍ଚଳର ଘଟଣା
  • ଫୁଟପାଥରେ ଯାଉଥିବା ସ୍କୁଟିକୁ ଅଟକାଇଲେ ବୃଦ୍ଧା
  • ଫୁଟପାଥ ଛାଡ଼ି ରାସ୍ତାରେ ଗାଡ଼ି ଚଳାଇବାକୁ ବାଧ୍ୟକଲେ
  • ଅମାନିଆ ସ୍କୁଟି ଚାଳକଙ୍କ ଫଟୋ ଉଠାଇଲେ ବୃଦ୍ଧା
  • ବୃଦ୍ଧାଙ୍କର ସାହସିକତା ପଦକ୍ଷେପରକୁ ସବୁଆଡ଼େ ପ୍ରଶଂସା
Viral Video Road Safety Keral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ