Mamata Photograph: (OTV)
ପଶ୍ଚିମବଙ୍ଗ ପୋଲିସ ସହ ମିଶି ମମତା ବାନାର୍ଜୀ ଚୋରି କରିଛନ୍ତି ସାକ୍ଷ୍ୟ ପ୍ରମାଣ। I-PAC ଉପରେ ରେଡ୍ ସମ୍ପର୍କିତ ମାମଲା ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଶୁଣାଣି ବେଳେ ଇଡି କହିଛି, ରେଡ୍ ବେଳେ ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାଞ୍ଚ ଅଧିକାରୀଙ୍କ ମୋବାଇଲ୍, ଲାପଟପ୍, ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ ଜୋରଜବରଦସ୍ତି ଛଡ଼ାଇ ନେଇଥିଲେ। ମମତା ବାନାର୍ଜୀ ରାଜ୍ୟ ପୋଲିସ ସହ ମିଶି ଯାଞ୍ଚ ବେଳେ ଫାଇଲ୍ ଚୋରି କରିଥିବା ଅଭିଯୋଗ କରିଛି ଇଡି।
ଏନେଇ ପଶ୍ଚିମବଙ୍ହ ପୋଲିସ ଡିଜି ରାଜୀବ କୁମାର ଓ କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମାଙ୍କ ତୁରନ୍ତ ନିଲମ୍ବନ ଓ ସେମାନଙ୍କ ବିରୋଧରେ ଏଫଆଇଆର୍ କରିବାକୁ ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ସେପଟେ ମମତା ବାନାର୍ଜୀଙ୍କ ପକ୍ଷରୁ ତାଙ୍କ ଓକିଲ ଇଡି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ I-PAC ଉପରେ ରେଡକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ନିର୍ବାଚନ ପୂର୍ବରୁ କାହିଁକି ରେଡ୍ ? ମୁଖ୍ୟମନ୍ତ୍ରୀ କେବଳ ପାର୍ଟିର ତଥ୍ୟ ଥିବା ଡିଭାଇସକୁ ନେଇଛନ୍ତି।
ଟିଏମସିର ନିର୍ବାଚନ ସମ୍ପର୍କିତ ସିକ୍ରେଟ ଦସ୍ତାବିଜ ଇଡି ନେବାକୁ ଉଦ୍ୟମ କରିଥିଲା ବୋଲି ପାଲଟା ଅଭିଯୋଗ କରିଛନ୍ତି ମମତାଙ୍କ ଓକିଲ। ଇଡି ଅଧିକାରୀଙ୍କର କୌଣସି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ କି ଦସ୍ତାବିଜ ମମତା ନେଇ ନାହାନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/mamata-2026-01-15-13-29-43.jpg)