Advertisment

DRDO’s LRASHM Hypersonic Missile: ୭୭ତମ ପରେଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ମିସାଇଲ୍

ହାଇପରସୋନିକ ମିସାଇଲ୍ LRASHM। DRDO ଦ୍ୱାରା ବିକଶିତ ଏହି ମିସାଇଲ୍। ଦୂରଗାମୀ ହାଇପରସୋନିକ୍ ଗ୍ଲାଇଡ ମିସାଇଲ LRASHM।ସାଧାରଣତନ୍ତ୍ର ଦିବସରେ ହେବ ପ୍ରଦର୍ଶିତ। ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ।

DRDOs LRASHM Hypersonic Missile

୭୭ତମ ପରେଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ମିସାଇଲ୍ Photograph: (OTV)

Advertisment

ଆସନ୍ତା ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ LRASHM। DRDO ଦ୍ୱାରା ବିକଶିତ ଏହା ଏକ ଦୂରଗାମୀ ହାଇପରସୋନିକ୍ ଗ୍ଲାଇଡ ମିସାଇଲ। ଜାନୁଆରୀ ୨୬ ତାରିଖରେ କାର୍ତ୍ତବ୍ୟ ପଥରେ ୭୭ତମ ପରେଡରେ ଏହା ଡେବ୍ୟୁ କରିବାକୁ ପ୍ରସ୍ତୁତ। ଭାରତର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତାକୁ ପ୍ରତିପାଦନ କରିବା ଦିଗରେ ଏହା ଏକ ନୂତନ ପଦକ୍ଷେପ। 

Advertisment

୧୫୦୦ କିଲୋମିଟର ଦୂରତା ବିଶିଷ୍ଟ ଏହି ଦୂରଗାମୀ ଆଣ୍ଟି-ସିପ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର ଶତ୍ରୁ ପକ୍ଷର ପ୍ରତିରକ୍ଷାକୁ ଭେଦ କରିବ। ଏଥି ସହିତ ସମୁଦ୍ରରେ ବିପଦକୁ ଶୀଘ୍ର ନିରୀକ୍ଷଣ କରି ଅସ୍ତ୍ର ମାଡ଼ କରିବାର କ୍ଷମତା ରଖିଛ। ଏହି କ୍ଷେପଣାସ୍ତ୍ର DRDO ଦ୍ୱାରା ଭାରତୀୟ ନୌସେନାର ଆବଶ୍ୟକତା ପାଇଁ ବିକଶିତ କରାଯାଇଛି। ଏହାର ବିଶେଷତ୍ୱ ହେଉଛି ଶତ୍ରୁ ପକ୍ଷର ରାଡାର ଏହାକୁ ଚିହ୍ନଟ କରିପାରିବ ନାହିଁ।

DRDO Missile Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ