Doctor-Assault Photograph: (OTV)
ସଇତାନ ପାଲଟିଗଲେ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲାଉଥିବା ଡାକ୍ତର। ହସ୍ପିଟାଲ ବେଡ଼ରେ ପଡ଼ିଥିବା ରୋଗୀଙ୍କୁ ମାରି ଲହୁ ଲୁହାଣ କରିଦେଲେ। ଏ ଭିଡ଼ିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ। ଭିଡ଼ିଓଟି ସମ୍ପର୍ଣ୍ଣ ଦେଖାଇବା ଆମ ପକ୍ଷେ ମଧ୍ୟ ସମ୍ଭବ ନୁହେଁ। ହିମାଚଳପ୍ରଦେଶ ସିମଳାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ବା IGMCରୁ ଏହି ଘଟଣାଟି ସାମ୍ନାକୁ ଆସିଛି। ଭାଇରାଲ ଭିଡ଼ିଓରେ ସିନିୟର ରେସିଡେଣ୍ଟ ଡାକ୍ତର ରାଘବ ନରୋଲା, ଶଯ୍ୟାଶାୟୀ ଅର୍ଜୁନ ପନଓ୍ବାରଙ୍କୁ ମାଡ଼ ମାରୁଥିବାର ଦେକାଯାଉଛି। ତାଙ୍କୁ ଡାକ୍ତର ଏତେ ନିର୍ଦ୍ଦୟ ଭାବେ ମାରିଥିଲେ ଯେ ଅର୍ଜୁନଙ୍କ ନାକ ଫାଟି ରକ୍ତ ବାହାରିଥିଲା।
ଅଭିଯୋଗ ମୁତାବକ, ସୋମବାର ଅର୍ଜୁନ IGMCକୁ ବ୍ରୋଙ୍କୋସ୍କୋପି ପାଇଁ ଆସିଥିଲେ। ତେବେ ପରୀକ୍ଷା ପରେ ଡାକ୍ତର ତାଙ୍କୁ ବିଛଣାରେ ବିଶ୍ରାମ ନେବାକୁ କହିଥିଲେ। ନିଶ୍ବାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ମେଡିକାଲ ବେଡରେ ଶୋଇଥିଲେ। ଆଉ ତାଙ୍କୁ ଅକ୍ସିଜେନ ଲଗାଯାଇଥିଲା। ହେଲେ ସେ ସମୟରେ ଡାକ୍ତର ରାଘବ ପହଞ୍ଚି ତାଙ୍କୁ ତୁ ତା କରି କଥାବାର୍ତ୍ତା କରିଥିଲେ। ତେବେ ଅର୍ଜୁନ ଏହାର ପ୍ରତିବାଦ କରିବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ରାଘବ। ନିଜକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ପ୍ରତିଆକ୍ରମଣ କରିଥିଲେ। ତେବେ ଏ ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଅର୍ଜୁନଙ୍କ ପରିଜନ ହଙ୍ଗାମା କରିଥିଲେ। ପରେ ହସ୍ପିଟାଲ ପ୍ରଶାସନ ଏକ ତଦନ୍ତ କମିଟି ଗଠନ କରିଥିଲେ। ଆଉ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ FIR ରୁଜୁ କରିଥିଲା। ଆଉ ସରକାର ଅଭିଯୁକ୍ତ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି।
ତେବେ ଡ଼ ରାଘବଙ୍କ କହିବା ମୁତାବକ ଅର୍ଜୁନ ପ୍ରଥମେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଫଳରେ ନିଜର ରାଗ ନିୟନ୍ତ୍ରଣ କରିନପାରି ସେ ଆକ୍ରମଣ କରିଥିଲେ। ତେବେ ଏ ଘଟଣାଟି ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଆଉ ପୋଲିସ ମଧ୍ୟ ଘଟଣାର ଅଧିକ ଖୋଲତାଡ଼ କରୁଛି। ସେପଟେ ଭଗବାନଙ୍କ ସ୍ବରୂପ ବୁଲାଉଥିବା ଡାକ୍ତରଙ୍କ ରୋଗୀଙ୍କ ପ୍ରତି ଏପରି ବ୍ୟବହାରକୁ ସାଧାରଣରେ ନାପସନ୍ଦ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/24/doctor-assault-2025-12-24-15-53-38.jpg)