Advertisment

Political Bias Allegations: ଖୋଲିଗଲା ଦିଦିଙ୍କ `ଦୀଘା' ମୁଖା, ଦଳୀୟ ଲୋକଙ୍କୁ ଥଇଥାନ ପାଇଁ ଓଡ଼ିଆଙ୍କୁ ତଡ଼ୁଥିଲେ

ଦୀଘା ଦୋକାନ ବିବାଦ ପଛରେ ଦିଦି। ଟିଏମସି ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଓଡ଼ିଆଙ୍କୁ ତଡ଼ୁଛି ବଙ୍ଗ ପ୍ରଶାସନ। ଯାହାକୁ ନେଇ ମମତା ସରକାର ବିରୋଧରେ ତେଜିଛି ବିଦ୍ରୋହ ସ୍ବର। ଦିଦିଙ୍କ ଦମନଲୀଳା ଉପରେ ବର୍ଷିଛନ୍ତି ଖୋଦ୍ ପଶ୍ଚିମବଙ୍ଗ ବ୍ୟବସାୟୀ।

Mamata

Mamata Photograph: (OTV)

Advertisment

ଦୀଘା ଦୋକାନ ବିବାଦ ପଛରେ ଦିଦି। ଟିଏମସି ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଓଡ଼ିଆଙ୍କୁ ତଡ଼ୁଛି ବଙ୍ଗ ପ୍ରଶାସନ। ଯାହାକୁ ନେଇ ମମତା ସରକାର ବିରୋଧରେ ତେଜିଛି ବିଦ୍ରୋହ ସ୍ବର। ଦିଦିଙ୍କ ଦମନଲୀଳା ଉପରେ ବର୍ଷିଛନ୍ତି ଖୋଦ୍ ପଶ୍ଚିମବଙ୍ଗ ବ୍ୟବସାୟୀ। ଏପଟେ ଜବାବ ଦେବାକୁ ଓଡ଼ିଆ ବି ଏକାଠି। ଦୀଘାରେ କଣ ରହିଛି ବାସ୍ତବ ସ୍ଥିତି, ଜାଣିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଓଟିଭି ଟିମ୍। ...
ଦୀଘାରେ ଦିଦି ଚଳାଇଛନ୍ତି ଦବଙ୍ଗଗିରି । ବାଂଲାଦେଶୀଙ୍କୁ ଭାରି ଆଦର । ହେଲେ ଓଡ଼ିଆଙ୍କୁ ଶତ୍ରୁ ଭଳି ବ୍ୟବହାର ।

Advertisment

ଓଡ଼ିଶା-ପଶ୍ଚିମବଙ୍ଗ ବ୍ୟବସାୟ ବିବାଦର ସତ ଖୋଜିବାକୁ ଆଜି ଗ୍ରାଉଣ୍ଡରେ ପହଞ୍ଚିଥିଲା ଓଟିଭି... ଆଜି ବି ଦୀଘାରେ ଅନେକ ଓଡ଼ିଆଙ୍କ ଦୋକାନ ବନ୍ଦ ହୋଇପଡ଼ିଛି। ଏନେଇ ଆମେ କଥା ହୋଇଥିଲୁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କ ସହିତ। ଆଲୋଚନା ବେଳେ ଓଟିଭି ଆଗରେ ମମତା ସରକାରର ମୁଖା ଖୋଲିଦେଇଛନ୍ତି ଖୋଦ୍ ବେଙ୍ଗଲୀ ବ୍ୟବସାୟୀ।

ଦିଦିଙ୍କ ବିରୋଧରେ ଓଗାରିଛନ୍ତି ବିଷ। କ୍ଷୋଭର ସହିତ କହିଛନ୍ତି, ଓଡ଼ିଶା-ପଶ୍ଚିମବଙ୍ଗ ଭାରତ-ପାକିସ୍ତାନ ନୁହେଁ। ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶ୍ରୟ ଦେଉଛନ୍ତି। ସେମାନଙ୍କ ପାଇଁ ରାତାରାତି ଆଧାର ଓ ରାସନ କାର୍ଡ ତିଆରି କରିଦେଉଛନ୍ତି। ହେଲେ ଓଡ଼ିଶାର ବ୍ୟବସାୟୀଙ୍କ ପ୍ରତି ମମତାହୀନ ହୋଇପଡ଼ୁଛନ୍ତି। 

Advertisment

ଓଡ଼ିଆଙ୍କ ପେଟକୁ ଲାତ ମାରିବା ପଛର ସତ

ଓଡ଼ିଆ ବ୍ୟବସାୟୀଙ୍କ ପେଟକୁ ଲାତ ମାରିବା ପଛରେ ସାମ୍ନାକୁ ଆସିଛି ଟିଏମସିର ବଡ଼ ଚକ୍ରାନ୍ତ। ଆସନ୍ତାବର୍ଷ ପଶ୍ଚିମବଙ୍ଗ ନିର୍ବାଚନ ହେବାକୁ ଯାଉଥିବାବେଳେ, ତାପୂର୍ବରୁ ନିଜ ଲୋକଙ୍କୁ ଦୋକାନ ଦେବାକୁ ଷଡ଼ଯନ୍ତ୍ର କରୁଛି ଦିଦିଙ୍କ ଦଳ। ଏଣୁ ଓଡ଼ିଆ ବ୍ୟବସାୟୀଙ୍କୁ ଦୀଘାରୁ ତଡ଼ି ସେମାନଙ୍କ ଲୋକଙ୍କୁ ଥଇଥାନ କରିବାକୁ ଯୋଜନା ହୋଇଛି । ଅନ୍ୟପଟେ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଦୁଇ ରାଜ୍ୟର ଦୋକାନୀ ମିଳିମିଶି ବ୍ୟବସାୟ କରୁଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ବିବାଦ ନଥିବାବେଳେ କାହିଁକି ବିଭେଦ ସୃଷ୍ଟି କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି। 

ଘଟଣାକୁ ନେଇ ତେଜିଛି ରାଜନୀତି। ଦଳମତ ନିର୍ବିଶେଷରେ ମମତା ସରକାରକୁ କଡ଼ା ଭର୍ତ୍ସନା। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଦିଦିଙ୍କ ସାମନ୍ତବାଦୀ ଶାସନ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ଆବଶ୍ୟକ ପଡ଼ିଲେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ଏବଂ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ମଧ୍ୟ ଟିଏମସିର ଓଡ଼ିଆ ବିରୋଧୀ ମାନସିକତାକୁ ସମାଲୋଚନା କରିଛନ୍ତି। 

Advertisment

ବାରମ୍ବାର ଓଡ଼ିଶା ବିରୋଧୀ ମନୋଭାବ ଦେଖାଇ ଆସୁଛନ୍ତି ଦିଦି। କେତେବେଳେ ବ୍ୟବସାୟୀଙ୍କ ଉପରେ କଟକଣା ଲଗାଇ ଆଳୁ ଛାଡ଼ୁନାହାନ୍ତି, ତ ଆଉ କେତେବେଳେ ରାତି ଅଧିଆ ଓଡ଼ିଶା ସୀମାରେ ପଶି ବେଙ୍ଗଲ ଫଳକ ଲଗାଉଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖି ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ମଧ୍ୟ ଦେଇଛନ୍ତି। ଏବେ ଓଡ଼ିଆ ବ୍ୟବସାୟୀଙ୍କ ଭାତ ହାଣ୍ଡି ଛଡାଇନେବାକୁ ଚକ୍ରାନ୍ତ କରି ସମସ୍ତଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।... 

Mamata Banerjee Digha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ