Dharmendra-Left-Net-Worth Photograph: (OTV)
ବର୍ଷିୟାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି। ଅସୁସ୍ଥତା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ। ସୋମବାର ତାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ତାଙ୍କ ପଛରେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି।
ପଞ୍ଜାବରେ ଧରମ ସିଂ ଦେଓଲ ଭାବରେ ଜନ୍ମ ହୋଇଥିବା ଧର୍ମେନ୍ଦ୍ର ୧୯୬୦ ମସିହାରେ ଫିଲ୍ମ "ଦିଲ ଭୀ ତେରା ହମ ଭୀ ତେରେ" ସହିତ ବଲିଉଡରେ ଏଣ୍ଟ୍ରୀ କରିଥିଲେ। ଏହା ପରେ ବ୍ଲକବଷ୍ଟର ହିଟ୍ ଫିଲ୍ମର ବନ୍ୟା ଆସିଥିଲା, ଯାହା ପ୍ରଶଂସକମାନଙ୍କ ହୃଦୟ ଜିତିଥିଲା। ସେ ୩୦୦ରୁ ଅଧିକ ଫିଲ୍ମରେ କମ କରିଛନ୍ତି।
ଧର୍ମେନ୍ଦ୍ର ସିନେମାରୁ ନେଇ ରିଅଲ୍ ଇଷ୍ଟେଟ୍ ଏବଂ ପ୍ରଡକ୍ସନ ପର୍ଯ୍ୟନ୍ତ ପ୍ରଖର ବ୍ୟବସାୟିକ ବୁଦ୍ଧି ପ୍ରଦର୍ଶନ କରିଛନ୍ତି। ଆଜି ସେ ତାଙ୍କ ପଛରେ ୩୩୫ କୋଟି ଟଙ୍କାର ସମ୍ପତ୍ତି ଛାଡି ଚାଲିଯାଇଛନ୍ତି।
ଭିଡିଓ ଦେଖନ୍ତୁ:
ଲୋନାୱାଲାର କୁହୁଡ଼ି ଭରା ପାହାଡ଼ ଭିତରେ ଲୁଚି ରହିଛି ଧର୍ମେନ୍ଦ୍ରଙ୍କ ଗୌରବ - ୧୦୦ ଏକର ଏକ ବିଶାଳ ଫାର୍ମହାଉସ୍। ଏହା ଯେତିକି ରାଜକୀୟ, ସେତିକି ଅସାଧାରଣ। ଅଭିନେତା ମୁମ୍ବାଇର ଗହଳିରୁ ରକ୍ଷା ପାଇବା ପାଇଁ ଏଠାକୁ ଯାଉଥିଲେ ଆଉ ନିଜ ଷ୍ଟାଇଲରେ ସମୟ କାଟୁଥିଲେ। ଏଠାରେ ସେ କେବଳ ଆରାମ କରୁ ନଥିଲେ ବରଂ ସେ ଏଠାରେ ଦାର୍ଶନିକ ହେଇଯାଉଥିଲେ। ଏଠାରୁ ହିଁ ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହିତ ଭାବପୂର୍ଣ୍ଣ ଚିନ୍ତାଧାରା ଏବଂ ସ୍ୱାସ୍ଥ୍ୟ ଟିପ୍ସ ସେୟାର କରୁଥିଲେ।
ଖାଲି ସେତିକି ନୁହେଁ ଅଧିକାଂଶ ଅଭିନେତା ଯେତେବେଳେ ଆପାର୍ଟମେଣ୍ଟ କିଣନ୍ତି, ସେତେବେଳେ ଧର୍ମେନ୍ଦ୍ର ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି। ତାଙ୍କର ମହାରାଷ୍ଟ୍ରରେ ୧୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଅଛି। ଏହା ସହିତ ଜମି ନିବେଶରେ ୮୮ ଲକ୍ଷ ଟଙ୍କାର କୃଷି ପ୍ଲଟ୍ ଏବଂ ୫୨ ଲକ୍ଷ ଟଙ୍କାର ଅଣ-କୃଷି ଜମି ମଧ୍ୟ ରହିଛି।
ଧର୍ମେନ୍ଦ୍ରଙ୍କ କାର୍ ପ୍ରତି ମଧ୍ୟ ସୌକିନ୍ ଥିଲେ। ତାଙ୍କର ପ୍ରଥମ କାର, ଏକ ଭିନ୍ଟେଜ୍ ଫିଆଟ୍, ଏପର୍ଯ୍ୟନ୍ତ ହି ଏକ ମୂଲ୍ୟବାନ ସମ୍ପତ୍ତି ହୋଇ ରହିଛି। ଆଜିବି ତାଙ୍କ ଗ୍ୟାରେଜରେ ସାଧାରଣ ଗାଡି ଠାରୁ ଆରମ୍ଭ କରି ହାଇପ୍ରୋଫାଇଲ୍ ହର୍ସପାୱର୍ ପର୍ଯ୍ୟନ୍ତ ଶୋଭାପାଏ। ଏଥିରେ ୮୫.୭୪ ଲକ୍ଷ ଟଙ୍କାର ରେଞ୍ଜ ରୋଭର ଇଭୋକ୍ ଏବଂ ୯୮.୧୧ ଲକ୍ଷ ଟଙ୍କାର ମର୍ସିଡିଜ୍-ବେଞ୍ଜ SL500 ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/25/dharmendra-left-net-worth-2025-11-25-15-01-08.jpg)