Advertisment

Major Penalty: ଇଣ୍ଡିଗୋ କମ୍ପାନୀକୁ ୨୨ କୋଟି ୨୦ ଲକ୍ଷର ଜରିମାନା, ଫ୍ଲାଇଟ ସେବାରେ ତ୍ରୁଟି ପାଇଁ ଡିଜିସିଏ କଷିଲା ଫାଇନ୍

୨୨ କୋଟି ୨୦ ଲକ୍ଷର ଜରିମାନା କସିଲେ କେନ୍ଦ୍ର ସରକାର। ଗତ ଡିସମ୍ବେର ମାସରେ ଇଣ୍ଡିଗୋ, ସରକାରଙ୍କ ଗାଇଡ ଲାଇନକୁ ପାଳନ କରି ନପାରି ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇଥିଲା।

INDIGO

INDIGO Photograph: (OTV)

Advertisment

ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋକୁ ବଡ଼ ଫାଇନ୍। ୨୨ କୋଟି ୨୦ ଲକ୍ଷର ଜରିମାନା କସିଲେ କେନ୍ଦ୍ର ସରକାର। ଗତ ଡିସମ୍ବେର ମାସରେ ଇଣ୍ଡିଗୋ, ସରକାରଙ୍କ ଗାଇଡ ଲାଇନକୁ ପାଳନ କରି ନପାରି ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇଥିଲା। 

Advertisment

ସାରା ଦେଶରେ ବିଭିନ୍ନ ବିମାନ ବନ୍ଦରରେ ଶହ ଶହ ବିମାନ କ୍ୟାନସଲ ଓ ବିଳମ୍ବ ହେବାରୁ ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦିନ ଦିନ ଧରି ଯାତ୍ରୀମାନେ ବିଭିନ୍ନ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ।

ଇଣ୍ଡିଗୋ କର୍ତ୍ତୃପକ୍ଷ ଏ ସମସ୍ୟା ନେଇ ହାତ ଟେକି ଦେଇଥିଲେ। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏ ଘଟଣାକୁ ଗୁରୁତ୍ବର ସହ ନେଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡିଜିସିଏର ଏକ ୪ ଜଣିଆ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଥିଲା। ଏହି କମିଟି ଘଟଣାର ତଦନ୍ତ ରିପୋର୍ଟ ମନ୍ତ୍ରାଳୟକୁ ଦେଇଥିଲା।...

Advertisment

ଇଣ୍ଡିଗୋକୁ ୨୨ କୋଟି ଫାଇନ୍


ଡିସେମ୍ବର ପ୍ରଥମ ସପ୍ତାହରେ ଦେଖାଇଦେଇଥିଲା ଅଚଳାବସ୍ଥା
ଶହ ଶହ ବିମାନ କ୍ୟାନସଲରୁ ହଇରାଣ ହୋଇଥିଲେ ଯାତ୍ରୀ
ବିମାନବନ୍ଦରରେ ଅସୁବିଧା ଭୋଗିଥିଲେ ହଜାର ହଜାର ଯାତ୍ରୀ
ତଦନ୍ତ ନିର୍ଦ୍ଦେଶ ଦେଇଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
ଡିଜିସିଏର ୪ ଜଣିଆ କମିଟି ଘଟଣାର ତଦନ୍ତ କରିଥିଲା

Fine Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ