Dense Fog Paralyses Delhi Photograph: (OTV)
ଦିଲ୍ଲୀରେ ଘନ କୁହୁଡ଼ି, ଉଡ଼ୁନି ବିମାନ। ଘନ କୁହୁଡ଼ି, ଧୂଆଁ ଧୂଆଁ ପରିବେଶ ପାଇଁ ୧୦୦ରୁ ଅଧିକ ବିମାନ ବାତିଲ। ଆଜି ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ିବାକୁ ଥିବା ୧୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ସହ ୩୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି।
ମୁମ୍ବାଇ, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ ଏବଂ ବିଦେଶକୁ ଯିବାକୁ ଥିବା ଅନେକ ଫ୍ଲାଇଟ୍ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ସକାଳ ସାଢ଼େ ୮ଟା ବେଳେ ଉଡ଼ିବାର ଥିଲା କିନ୍ତୁ ତାହା ଘଣ୍ଟାଏ ବିଳମ୍ବରେ ଉଡ଼ିଛି। କୁହୁଡ଼ି ଯୋଗୁ ମୁମ୍ବାଇରୁ ଦିଲ୍ଲୀକୁ ବିଳମ୍ବରେ ପହଞ୍ଚିଛନ୍ତି ମେସି। ଭୁବନେଶ୍ବରରୁ ଦିଲ୍ଲୀକୁ ଯିବାକୁ ଥିବା ୪ଟି ବିମାନ ବି ବିଳମ୍ବିତ ହୋଇଛି।
ଇଣ୍ଡିଗୋ, ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୨ଟି ଲେଖାଏଁ ବିମାନ ବିଳମ୍ବ। କୁହୁଡ଼ିର ସିଧା ପ୍ରଭାବ ଟ୍ରେନ୍ ଚଳାଚଳ ଉପରେ ବି ପଡ଼ିଛି। ଦିଲ୍ଲୀରେ ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି।
କୁହୁଡ଼ି ପାଇଁ ଉଡ଼ୁନି ବିମାନ
ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବ
ଦିଲ୍ଲୀ ଏୟାରପୋର୍ଟରୁ ୧୦୦ ବିମାନ ବାତିଲ
୩୦୦ରୁ ଅଧିକ ବିମାନ ବିଳମ୍ବ
ପ୍ରଧାନମନ୍ତ୍ରୀଙ୍କ ବିମାନ ଘଣ୍ଟାଏ ବିଳମ୍ବ
ମୁମ୍ବାଇରୁ ଦିଲ୍ଲୀ ବିଳମ୍ବରେ ପହଞ୍ଚିଲେ ମେସି
ଟ୍ରେନ୍ ଚଳାଚଳ ଉପରେ ବି ପ୍ରଭାବ
ଦିଲ୍ଲୀରେ ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/15/dense-fog-paralyses-delhi-2025-12-15-16-13-08.jpg)