Advertisment

Mastermind Behind Delhi Explosion Exposed: ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍; ସ୍ପଷ୍ଟ କଲେ ପାକିସ୍ତାନୀ ସାମ୍ବାଦିକ

ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ । ସ୍ପଷ୍ଟ କଲେ ପାକିସ୍ତାନୀ ସାମ୍ବାଦିକ। କହିଲେ ଭାରତରେ ଆତଙ୍କବାଦୀଙ୍କ ସ୍ଲିପର୍ ସେଲ୍ ସକ୍ରିୟ ହୋଇଛି । ଆକ୍ରମଣ ପାଇଁ ଖୋଲା ଛାଡିଦିଆଯାଇଛି ।

Delhi Blast

Delhi Blast Photograph: (OTV)

Advertisment

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବୋମା ବିସ୍ଫୋରଣ ପରେ ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ଜାଭେଦ ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଭାରତରେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡର ପର୍ଦାଫାସ କରିଛନ୍ତି। ଜାଭେଦ ହେଉଛନ୍ତି ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISIର ଅତ୍ୟନ୍ତ ନିକଟତର।

Advertisment

ଏହି ଭିଡିଓରେ ସେ କହୁଛନ୍ତି, ଆତଙ୍କବାଦୀ ମସୁଦ ଆଝାର ଏବଂ ହାଫିଜ୍ ସଇଦଙ୍କୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଖୋଲା ଛାଡିଦିଆଯାଇଛି ଏବଂ ଉଭୟ ଭାରତରେ ଥିବା ସେମାନଙ୍କର ସ୍ଲିପର୍ ସେଲ୍ ସକ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ପାକିସ୍ତାନୀ ସାମ୍ବାଦିକ ଜାଭେଦ ଚୌଧୁରୀ ମେ ୨୦୨୫ରେ ଏହି ମତ ଦେଇଥିଲେ। ଭାରତ ପାକିସ୍ତାନରେ ଅପରେସନ ସିନ୍ଦୂର ଆରମ୍ଭ କରିବାର ପରେ ପରେ ସେ ଏଭଳି କହିଥିଲେ। 

ଜାଭେଦ ଚୌଧୁରୀ ଏହି ଭିଡିଓରେ ଅନେକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି, ଯେଉଁଥିରେ ଏହା ମଧ୍ୟ ରହିଛି, ମୌଲାନା ମାସୁଦ ଆଝାର ଏବଂ ହାଫିଜ୍ ସଇଦ ଏବେ ପୁଣି ଥରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବେ। ଏହି ଭିଡିଓରେ ଜାଭେଦ ଚୌଧୁରୀ କହୁଛନ୍ତି, "ମୌଲାନା ମସୁଦ ଆଝାର ସ୍ତଷ୍ଟ କରିଛନ୍ତି ଯେହେତୁ ଭାରତ ମୋ ଘର, ମୋ ମଦ୍ରାସା ଉପରେ ଆକ୍ରମଣ କରିଛି, ତେଣୁ ଏବେ ମୋର ପ୍ରତିଶୋଧ ନେବାର ଅଧିକାର ଅଛି।"

Advertisment

ଭିଡିଓରେ ଜାଭେଦ ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ "ମୌଲାନା ମସୁଦ ଆଝାରର ଭାରତରେ ଏକ ବଡ ନେଟ୍‌ୱାର୍କ ଅଛି ଏବଂ ହାଫିଜ୍ ସଇଦର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ଅଛି, ସେମାନଙ୍କୁ କେବଳ ପାକିସ୍ତାନ ଅଟକାଇଥିଲା। ଏବେ ଯଦି ଭାରତ ଭିତରେ ବିସ୍ଫୋରଣ ହୁଏ କିମ୍ବା ସେମାନେ ସେମାନଙ୍କର ସ୍ଲିପର ସେଲଗୁଡ଼ିକୁ ସକ୍ରିୟ କରନ୍ତି, ତେବେ ଚିନ୍ତା କରନ୍ତୁ ଭାରତର କ’ଣ ହେବ ବୋଲି ସେ କହିଛନ୍ତି। 

ଜାଭେଦଙ୍କ ଏଭଳି କଥା ସ୍ପଷ୍ଟ କରୁଛି ଯେ ପାକିସ୍ତାନର ଏହି ଆତଙ୍କବାଦୀମାନେ ପୁଣି ଥରେ ଭାରତରେ ଆକ୍ରମଣ କରିବେ ଏବଂ ସେମାନଙ୍କର ସ୍ଲିପର ସେଲଗୁଡ଼ିକୁ ପୁଣି ସକ୍ରିୟ କରିବେ। ସେଥିପାଇଁ ଦିଲ୍ଲୀରେ ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍ ନିଶ୍ଚିତ ଭାବେ ମୌଲାନା ମସୁଦ ଆଝାର ଓ ହାଫିଜ୍ ସଇଦ ହୋଇଥିବେ।    

Advertisment

Delhi Blast Mastermind
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ