Advertisment

Defence Acquisition Council Sanction: ବଢ଼ିବ ଭାରତୀୟ ସେନାର ବଳ, ସ୍ଥଳସେନା ପାଇଁ ନାଗ ମିସାଇଲ୍ ସିଷ୍ଟମ

ବଢ଼ିବ ସେନାର ବଳ। ଶତ୍ରୁଙ୍କୁ ମିଳିବ ମୁହଁତୋଡ ଜବାବ। ଭାରତୀୟ ସେନାକୁ ମିଳିବ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଅସ୍ତ୍ରଶସ୍ତ୍ର। ତିନି ସେନା ପାଇଁ ୭୯ ହଜାର କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଓ ସାମରିକ ଉପକରଣ କିଣାଯିବ।

pakistan

pakistan Photograph: (OTV)

Advertisment

ବଢ଼ିବ ସେନାର ବଳ। ଶତ୍ରୁଙ୍କୁ ମିଳିବ ମୁହଁତୋଡ ଜବାବ। ଭାରତୀୟ ସେନାକୁ ମିଳିବ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଅସ୍ତ୍ରଶସ୍ତ୍ର। ତିନି ସେନା ପାଇଁ ୭୯ ହଜାର କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଓ ସାମରିକ ଉପକରଣ କିଣାଯିବ। ଏସମ୍ପର୍କିତ ପ୍ରସ୍ତାବରେ ମୋହର ମାରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଶତ୍ରୁର ଟ୍ୟାଙ୍କ, ବଙ୍କର ଏବଂ ଅନ୍ୟାନ୍ୟ ସୁରକ୍ଷା ପ୍ରାଚୀରକୁ ଧ୍ୱଂସ କରିବା ପାଇଁ ସ୍ଥଳସେନା ପାଇଁ ନାଗ ମିସାଇଲ୍ ସିଷ୍ଟମ, Mk-II କିଣାଯିବ। ଶତ୍ରୁଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କିଣାଯିବ ଗ୍ରାଉଣ୍ଡ ବେସଡ ମୋବାଇଲ୍ ଏଲିଆଣ୍ଟ ସିଷ୍ଟମ ଓ ହାଇ କ୍ବାଲିଟି ମୋବିଲିଟି ଭେହିକିଲ୍।

Advertisment

ସେହିପରି ନୌସେନା ପାଇଁ ଲ୍ୟାଣ୍ଡିଂ ପ୍ଲାଟଫର୍ମ ଡକ୍ (LPDs) ନିର୍ମାଣ କରାଯିବ। ଯାହା ନୌସେନାକୁ ସମୁଦ୍ରରେ ବଡ଼ ଧରଣର ଅପରେସନ୍ କରିବାକୁ ସହାୟକ ହେବ। ସମୁଦ୍ରରେ ବୁଡ଼ା ଜାହାଜକୁ ନଷ୍ଟ କରିବା ପାଇଁ ଉନ୍ନତ ହାଲୁକା ଟର୍ପେଡୋ ମଧ୍ୟ କିଣାଯିବ। ପରମାଣୁ କ୍ଷମତା ସମ୍ପନ୍ନ ଛୋଟ ବୁଡ଼ାଜାହାଜକୁ ଟାର୍ଗେଟ କରିବାକୁ ୩୦mm ନୌସେନା ସରଫେସ୍ ଗନ୍ ବି କିଣିବ ପ୍ରତିରକ୍ଷା ମନ୍ତ୍ରାଳୟ। ବାୟୁସେନା ପାଇଁ  ଲମ୍ବା ଦୂରଗାମୀ ଟାର୍ଗେଟ ସାଚୁରେସନ୍ ବା ବିଧ୍ବଂସକାରୀ ସିଷ୍ଟମ କିଣାଯିବ। ଯାହା ବିମାନକୁ ପାଇଲଟ୍ ବିନା ଉଡ଼ାଣ, ଅବତରଣ, ଲକ୍ଷ୍ୟ ଚିହ୍ନଟ ଓ ଆକ୍ରମଣ କରିବାରେ ସହାୟକ ହେବ। ଅର୍ଥାତ ସ୍ୱୟଂଚାଳିତ ଭାବରେ ଶତ୍ରୁ ଉପରେ ପ୍ରହାର କରିବ। ଯାହା ବାୟୁସେନାର ଆକ୍ରମଣ ଶକ୍ତିକୁ ଆହୁରି ବୃଦ୍ଧି କରିବ। ଏହାବ୍ୟତୀତ ସ୍ୱଦେଶୀ ରାଇଫଲ୍ ପାଇଁ ସେନା ବଡ଼ ଧରଣର ଡିଲ୍ କରିଛି। ଯେଉଁଥିରେ ୪.୨୫ ଲକ୍ଷ ଦେଶୀ ରାଇଫଲ୍ କିଣିବାକୁ ୨,୭୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏଥିରୁ ୨.୫ ଲକ୍ଷ ଭାରତ ଫୋର୍ସ ଓ ବାକି ଆଦାନୀ ପିଏଲଆର ସିଷ୍ଟମ୍ସ ଯୋଗାଇବ। ... 

ସେନା କିଣିବ ୭୯ ହଜାର କୋଟିର ଯୁଦ୍ଧାସ୍ତ୍ର 
ବଢ଼ିବ ଭାରତୀୟ ସେନାର ବଳ
ତିନି ସେନାକୁ ମିଳିବ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର 
୭୯ ହଜାର କୋଟିର ସାମରିକ ଉପକରଣ କିଣାଯିବ
ପ୍ରସ୍ତାବରେ ମୋହର ମାରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ
ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ନିଷ୍ପତ୍ତି 
ସ୍ଥଳସେନା ପାଇଁ ନାଗ ମିସାଇଲ୍ ସିଷ୍ଟମ, Mk-II କିଣାଯିବ
କିଣାଯିବ ଗ୍ରାଉଣ୍ଡ ବେସଡ ମୋବାଇଲ୍ ELINT ସିଷ୍ଟମ 
ନୌସେନା ପାଇଁ ଲ୍ୟାଣ୍ଡିଂ ପ୍ଲାଟଫର୍ମ ଡକ୍ (LPDs) ନିର୍ମାଣ କରାଯିବ
ବୁଡ଼ା ଜାହାଜକୁ ନଷ୍ଟ କରିବା ପାଇଁ ଉନ୍ନତ ହାଲୁକା ଟର୍ପେଡୋ କିଣାଯିବ
୩୦mm ନୌସେନା ସରଫେସ୍ ଗନ୍ କିଣାଯିବ
ପରମାଣୁ କ୍ଷମତା ସମ୍ପନ୍ନ ଛୋଟ ବୁଡ଼ା ଜାହାଜକୁ କରିବ ଟାର୍ଗେଟ 
ବାୟୁସେନା ପାଇଁ ଦୂରଗାମୀ ଟାର୍ଗେଟ ସାଚୁରେସନ୍ କିଣାଯିବ
ସ୍ୱୟଂଚାଳିତ ଭାବରେ ଶତ୍ରୁ ଉପରେ ପ୍ରହାର କରିପାରିବ
ସ୍ୱଦେଶୀ ରାଇଫଲ୍ ପାଇଁ ସେନା ବଡ଼ ଡିଲ୍ କରିଛି
୪ଲକ୍ଷ ୨୫ ହଜାର ଦେଶୀ ରାଇଫଲ୍ସ କିଣିବାକୁ ଚୁକ୍ତି
ଦେଶୀ ରାଇଫଲ୍ସ କିଣିବାକୁ ୨,୭୦୦ କୋଟିର ଚୁକ୍ତି ସ୍ୱାକ୍ଷରିତ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ