Cyclone Photograph: (OTV)
ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା। ଶ୍ରୀଲଙ୍କାରେ ପ୍ରଳୟ ରଚିବା ପରେ ଭାରତ ଆଡକୁ ମୁହାଁଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରଭାବ ଦେଖା ଦେଲାଣି। ସମୁଦ୍ର ଅଶାନ୍ତ ଥିବା ବେଳେ ବର୍ଷା ବି ବିଭିନ୍ନ ସ୍ଥାନରେ ଲାଗି ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଝଡ଼ର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା।
ଏହା ଏବେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି। ଡିଟୱା ପାଇଁ ତାମିଲନାଡୁ ଓ ପଣ୍ଡିଚେରୀରେ ବତ୍ୟା ଆଲର୍ଟ ଜାରି ହୋଇଛି। ତାମିଲନାଡୁ ସମେତ ୩ ରାଜ୍ୟରେ ରେଡ୍ ଆଲର୍ଟ ଜାରି।
ରାଜ୍ୟରେ ୨୮ଟି ଏନଡିଆରଏଫ୍ ଟିମକୁ ମୁତୟନ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ୬ ହଜାରରୁ ଅଧିକ ରିଲିଫ୍ କ୍ୟାମ୍ପ ପ୍ରସ୍ତୁତ ରଖାଯାଇଛି। ଶନିବାର ଚେନ୍ନାଇ ବିମାନବନ୍ଦରରୁ ୩୫ ବିମାନ ବାତିଲ କରାଯାଇଥିଲା, ଆଜି ପାଇଁ ୪୭ଟି ବିମାନ ସ୍ଥଗିତ ରଖାଯାଇଛି।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାତ୍ୟା ପାଇଁ ରେଳବାଇର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ରେଳ ବୋର୍ଡ, ଜୋନ୍ ଏବଂ ଡିଭିଜନ ସ୍ତରରେ ମଧ୍ୟ ୱାର ରୁମକୁ ସକ୍ରିୟ କରାଯାଇଛି। ଅନେକ ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି।
ଶ୍ରୀଲଙ୍କାରେ ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ବର୍ଷା, ବାତ୍ୟା, ବନ୍ୟାରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଲୋକ ଏବେ ସୁଦ୍ଧା ନିଖୋଜ ରହିଛନ୍ତି।
• ଭାରତ ମୁହାଁ ବାତ୍ୟା ଡିଟୱା
• ତାମିଲନାଡୁକୁ ବାତ୍ୟା ଆଲର୍ଟ
• ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଡିଟୱା
• ଆଜି ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଛୁଇଁବା ସମ୍ଭାବନା
• ଡିଟୱାର ଗତିପଥକୁ ନେଇ ଆଇଏମଡିର ପୂର୍ବାନୁମାନ
• ତାମିଲନାଡୁ ଓ ପଣ୍ଡିଚେରୀ ପାଇଁ ବାତ୍ୟା ଆଲର୍ଟ ଜାରି
• ଅଶାନ୍ତ ସମୁଦ୍ର ସହ ବିଭିନ୍ନ ସ୍ଥାନରେ ବର୍ଷା ଜାରି
• ଆଜି ସନ୍ଧ୍ୟା ସୁଦ୍ଧା ଝଡ଼ର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା
• ଆଜି ପାଇଁ ୪୭ଟି ବିମାନ ଚଳାଚଳ ସ୍ଥଗିତ
• ଦକ୍ଷିଣ ଭାରତରେ ଅନେକ ଟ୍ରେନ୍ ବାତିଲ
• ଶ୍ରୀଲଙ୍କାରେ ସାଇକ୍ଲୋନ୍ ଡିଟୱାର ପ୍ରଚଣ୍ଡ ତାଣ୍ଡବ
• ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି
• ଶ୍ରୀଲଙ୍କାରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ
• ଶ୍ରୀଲଙ୍କାରେ ୨୦୦ରୁ ଅଧିକ ଲୋକ ନିଖୋଜ ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/30/cyclone-2025-11-30-08-28-25.jpg)