mp Photograph: (OTV)
ଛିନ୍ଦୱାଡ଼ାର ଗଳିଗଳିରେ ଏବେ ନୀରବତା । ଯେଉଁ ଘରେ ପିଲାଙ୍କ ହସଖୁସି ଗୁଞ୍ଜରିତ ହେଉଥିଲା, ସେଠାରେ ଏବେ କେବଳ ଆଖିର ଲୁହ ଝରୁଛି । ୧୬ ଜଣ ନିରୀହ ପିଲା ଏବେ ଏହି ଦୁନିଆରେ ନାହାନ୍ତି, ଆଉ କିଛି ପିଲା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଏହି ମୃତ୍ୟୁକୁ “ଅତ୍ୟନ୍ତ ଦୁଃଖଦ” ବୋଲି କହିଛନ୍ତି ଏବଂ ପ୍ରତ୍ୟେକ ମୃତ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ଚିକିତ୍ସା ଖର୍ଚ୍ଚ ବହନ କରିବାର ଘୋଷଣା କରିଛନ୍ତି। କିନ୍ତୁ ଯେଉଁ ଘର ନିଜ ପିଲାଙ୍କୁ ହରାଇଛନ୍ତି, ସେଠାରେ ଏହି କ୍ଷତିପୂରଣର କିଛି ମାନେ ନାହିଁ । କାରଣ ଯାହା ଚାଲିଗଲା, ତାହା ଫେରିବ ନାହିଁ। “ମୁଁ ମୋ ଅଟୋ ବିକ୍ରି କରିଦେଲି, କିନ୍ତୁ ମୋ ପିଲା ବଞ୍ଚିଲା ନାହିଁ”
ଚିକିତ୍ସା ପାଇଁ ୟାସୀନ ବିକ୍ରି କରିଦେଲେ ଅଟୋ
ତିନି ବର୍ଷ ୧୧ ମାସର ଉସେଦ ଖାନ ତାଙ୍କ ବାପା ୟାସୀନଙ୍କ ଆଖିର ତାରା ଥିଲା। ଛୋଟ ଘରେ ହସି ଖେଳୁଥିବା ଏହି ପିଲାଟି ୩୧ ଅଗଷ୍ଟରେ ଜ୍ୱର ଓ କାଶରେ ଅସୁସ୍ଥ ହୋଇପଡ଼ିଥିଲା। ୟାସୀନ ତାଙ୍କ ପୁଅକୁ ଡାକ୍ତର ଅମନ ସିଦ୍ଦିକୀଙ୍କ ପାଖକୁ ନେଇଥିଲେ, ଯିଏ ଡାକ୍ତର ପ୍ରବୀଣ ସୋନୀଙ୍କ ସହଯୋଗୀ। ଡାକ୍ତର କୋଲ୍ଡ୍ରିଫ ସିରପ ଲେଖିଦେଇଥିଲେ। ସିରପ ପିଇବାର ଦୁଇ ଦିନ ପରେ ହିଁ ଅବସ୍ଥା ଖରାପ ହେବାକୁ ଲାଗିଲା । ପରିସ୍ରା ବନ୍ଦ ହୋଇଗଲା, ବାନ୍ତି ହେଲା, ଆଖି ଫୁଲିଗଲା। ପ୍ରଥମେ ଛିନ୍ଦୱାଡ଼ା ନିଆଗଲା, ତା’ପରେ ନାଗପୁର। ଡାକ୍ତର କହିଲେ, ‘କିଡ଼ନୀ ଫେଲ ହେଉଛି।’
ନାଗପୁରରେ ଚିକିତ୍ସା ପାଇଁ ୟାସୀନ ନିଜର ଅଟୋ ବିକ୍ରି କରିଦେଲେ, ଯେଉଁ ଅଟୋରୁ ତାଙ୍କ ଘର ଚଳୁଥିଲା। ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ଉସେଦ ବଞ୍ଚିଲା ନାହିଁ। ଭାବିଥିଲି ପୁଅ ବଞ୍ଚିଗଲେ ଆଉଥରେ ଅଟୋ କିଣିନେବି । ଏବେ ପୁଅ ମଧ୍ୟ ନାହି, କାମ ମଧ୍ୟ ନାହିଁ, ଆଉ ଆଶା ମଧ୍ୟ ନାହିଁ।
ଯେତେବେଳେ ଉସେଦର ଚିକିତ୍ସା ଚାଲୁଥିଲା, ସେତେବେଳେ ଘରର ଛାତ ବର୍ଷାରେ ଧସିଗଲା । ପଡ଼ୋଶୀମାନେ ପ୍ଲାଷ୍ଟିକରେ ଢାଙ୍କିଦେଲେ। ଆଉ ଯେତେବେଳେ ମା’ବାପା ନିଜ ପିଲାର ମୃତଦେହ ନେଇ ଫେରିଲେ, ଘରେ ବର୍ଷା ପାଣି ଭର୍ତ୍ତି ହୋଇଥିଲା।
ଘର ବୁଡ଼ିଯାଇଥିଲା, ଜୀବନ ଶୁଖିଯାଇଥିଲା। ଜମି ବନ୍ଧା ରଖିଦେଲେ, ଗହଣା ବିକ୍ରି କରିଦେଲେ, କିନ୍ତୁ ପୁଅ ଚାଲିଗଲା। ଗହଣା ବିକ୍ରି କଲେ, ସୁଧରେ ଋଣ ନେଲେ, କିନ୍ତୁ ପିଲା ବଞ୍ଚିଲା ନାହିଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/06/mp-2025-10-06-12-27-38.jpg)