Advertisment

LPG Prices Hiked Amid War Fears: ହଠାତ୍ ବଢିଗଲା ରନ୍ଧନ ଗ୍ୟାସ୍ ଦାମ୍, ଯୁଦ୍ଧ ଯୋଗୁ ସରକାରଙ୍କୁ ଘାରିଛି ଏଲପିଜି ଅଭାବ ଚିନ୍ତା

ରୋଷେଇ ଘରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧର ସାଂଘାତିକ ପ୍ରଭାବ। ୬୦ ଟଙ୍କା ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦାମ୍। ବାଣିଜ୍ୟିକ ସିଲିଣ୍ଡର ବି ଉପରମୁହାଁ। ସେପଟେ ତେଲକୁ ନେଇ ଟେନସନରେ ଭାରତ।

LPG

LPG Photograph: (OTV)

Advertisment

ମଧ୍ୟପ୍ରାଚ୍ୟ ମହାଯୁଦ୍ଧର ମହଙ୍ଗା ମାଡ଼
ଗ୍ୟାସ୍ ସିଲିଣ୍ଡର ଉପରମୁହାଁ
ତେଲ ବଜାରରେ ନିଆଁ

Advertisment

ଇରାନ ବନାମ ଆମେରିକା ଯୁଦ୍ଧର ସିଧା ପ୍ରଭାବ ପଡ଼ିଛି ଭାରତୀୟଙ୍କ ହାଣ୍ଡିଶାଳ ଉପରେ। ହଠାତ୍ ବଢିଗଲା ରନ୍ଧନ ଗ୍ୟାସ୍ ଦାମ୍। ୧୪.୨ କେଜି ବିଶିଷ୍ଟ ଏଲପିଜି ଦର ସିଲିଣ୍ଡର ପିଛା ଏକାବେଳେ ବଢିଛି ୬୦ ଟଙ୍କା। ସେହିପରି ୧୯ କେଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୧୫ ଟଙ୍କା ବୃଦ୍ଧି ଘଟିଛି। ସାରା ଦେଶରେ ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର।

ଫଳରେ ଭୁବନେଶ୍ବରରେ ଏବେ ଘରୋଇ ସିଲିଣ୍ଡର ଦାମ୍ ୮୭୯ରୁ ବଢ଼ି ୯୩୯ ଟଙ୍କା ଛୁଇଁଥିବାବେଳେ ଦିଲ୍ଲୀରେ ୯୧୩, ମୁମ୍ବାଇରେ ୯୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ବଡ଼କଥା ହେଲା ଗତବର୍ଷ ଏପ୍ରିଲ ପରଠୁ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ବୃଦ୍ଧି ଘଟିନଥିଲା । ଅର୍ଥାତ ୧୧ ମାସ ପରେ ଖାଉଟିଙ୍କୁ ଜବରଦସ୍ତ ଝଟକା ଦେଇଛି ମହାଯୁଦ୍ଧ। ଅଚାନକ ଦରବୃଦ୍ଧିକୁ ନେଇ ଲୋକେ ବି ଟେନସନରେ....
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସରକାରଙ୍କୁ ଘାରିଛି ଏଲପିଜି ଅଭାବ ଚିନ୍ତା। ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ପ୍ରାୟ ୮୦ ପ୍ରତିଶତ ଗ୍ୟାସ୍ ଆଣିଥାଏ। ଏହା ବନ୍ଦ ଯୋଗୁଁ ସପ୍ଲାଇ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଏଲପିଜି ଉତ୍ପାଦନ ବଢାଇବାକୁ ତୈଳ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

Advertisment

ବ୍ୟାରେଲ୍ ପିଛା ୯୦ ଡଲାର୍ ପାର୍ କରିଛି କ୍ରୁଡ୍ ଅଏଲ୍

ଏପଟେ ତେଲକୁ ନେଇ ହଲଚଲ୍ ବିଶ୍ବ ଅର୍ଥନୀତି। ବ୍ୟାରେଲ୍ ପିଛା ୯୦ ଡଲାର୍ ପାର୍ କରିଛି କ୍ରୁଡ୍ ଅଏଲ୍ । ଯୁଦ୍ଧ ଜାରି ରହିଲେ ଆଗକୁ ୧୫୦ ଡଲାର୍ ପାର କରିବ ବୋଲି ଆଶଙ୍କା କରାଯାଉଛି। ଦୁଇରୁ ତିନି ସପ୍ତାହ ମଧ୍ୟରେ ହର୍ମୁଜ୍ ଦେଇ ପରିବହନ ସ୍ବାଭାବିକ ନହେଲେ  ସ୍ଥିତି ସଂଗୀନ ହୋଇପାରେ। ଅନ୍ୟପଟେ ଭାରତକୁ ଶସ୍ତାରେ ମିଳୁଥିବା ଋଷ ତେଲ ବି ମହଙ୍ଗା ହୋଇଛି । ଅଧିକ ମୂଲ୍ୟ ଓ ଲମ୍ବା ପରିବହନ ଖର୍ଚ୍ଚ ଯୋଗୁଁ ଇଣ୍ଡିଆର ଚିନ୍ତା ଘାରିଛି ।

ଏସବୁ ଭିତରେ ରାଜ୍ୟରେ ପେଟ୍ରୋଲ-ଡିଜେଲ ସଂକଟକୁ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଯଥେଷ୍ଟ ତେଲ ରହିଛି । ବିଭ୍ରାନ୍ତିକର ତଥ୍ୟ ନଶୁଣି କେବଳ ସରକାରୀ ତଥ୍ୟ ଉପରେ ବିଶ୍ବାସ କରନ୍ତୁ।...

Advertisment

ଅନ୍ୟପଟେ ଅଧିକ ଦିନ ଯୁଦ୍ଧ ଲାଗିରହିଲେ ସାର ଯୋଗାଣ ବି ପ୍ରଭାବିତ ହୋଇପାରେ। ସାଧାରଣତଃ ପଶ୍ଚିମ ଏସିଆରୁ ଭାରତ ସାର ଆମଦାନୀ କରୁଥିବାରୁ ଭାରତୀୟ କୃଷି ବଜାର ପ୍ରଭାବିତ ହେବା ଆଶଙ୍କା କରାଯାଉଛି।.... 

LPG Cylinder Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ