Advertisment

Transport Services at Risk: ବନ୍ଦ ଡାକରାକୁ ଓଡ଼ିଶାରେ କଂଗ୍ରେସ ଓ ବିଜେଡିର ସମର୍ଥନ, ପ୍ରଭାବିତ ହୋଇପାରେ ବସ୍ ଚଳାଚଳ ଓ ରେଳ ସେବା

ଆସନ୍ତାକାଲି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ଓଡ଼ିଶାରେ ଧର୍ମଘଟକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।

BHARAT-BANDH

BHARAT-BANDH Photograph: (OTV)

Advertisment

ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ ଭାରତ ବନ୍ଦ ।  କେନ୍ଦ୍ର ସରକାରଙ୍କ ଶ୍ରମ କୋଡକୁ ବିରୋଧ କରି ଶ୍ରମିକ ସଂଗଠନର ଦେଶବ୍ୟାପୀ ହରତାଳ ଓ ଧର୍ମଘଟ ଡାକରା। ଦେଶର ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Advertisment

ବିଭିନ୍ନ ଚାଷୀ ସଂଗଠନ ସମେତ ଦେଶର ୫୦ରୁ ଅଧିକ ସଂଗଠନ ସହ ବାମଦଳ ଏବଂ କଂଗ୍ରେସ ମଧ୍ୟ ଏହି ଡାକରାକୁ ସମର୍ଥନ ଜଣାଇଛି । CITU, AITUC, INTUC, HMS, ଏବଂ UTUC ଭଳି  ପ୍ରମୁଖ ଟ୍ରେଡ ୟୁନିୟନ ବନ୍ଦରେ ସାମିଲ ହୋଇଛନ୍ତି ।

କେନ୍ଦ୍ର ସରକାରଙ୍କ ଶ୍ରମିକ ଓ ଚାଷୀ ବିରୋଧୀ ଏବଂ କର୍ପୋରେଟ୍ ସମର୍ଥନ ନୀତିକୁ ବିରୋଧ କରି ବନ୍ଦ ଡାକରା ଦେଇଛନ୍ତି ଏହି ସଂଗଠନଗୁଡିକ । ମନରେଗା ହଟାଇ ଭିବି ଜି ରାମ ଜି ଆଇନ ପ୍ରଣୟନକୁ ମଧ୍ୟ ସେମାନେ ବିରୋଧ କରୁଛନ୍ତି ।ନୂଆ କରି ଲାଗୁ ହୋଇଥିବା ୪ଟି ଶ୍ରମକୋଡ୍ ଶ୍ରମିକମାନଙ୍କୁ ମାଲିକଙ୍କ ଗୋଲାମ କରିଦେବ ବୋଲି ଦାବି କରିଛନ୍ତି ଶ୍ରମିକ ସଂଗଠନ।

Advertisment

ଦେଶବ୍ୟାପୀ ହେବାକୁ ଥିବା ହରତାଳ ଓ ଧର୍ମଘଟ ଯୋଗୁ ପ୍ରମୁଖ ସହରଗୁଡ଼ିକରେ ବଜାର ଏବଂ ଦୋକାନ ବଜାର ବନ୍ଦ ରହିପାରେ। ବିଭିନ୍ନ ବ୍ୟାଙ୍କ ଅଫିସର୍ସ ଓ କର୍ମଚାରୀ ସଂଘ ହରତାଳରେ ସାମିଲ ହୋଇଥିବାରୁ ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିପାରେ। ପ୍ରଭାବିତ ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରିପାରନ୍ତି ଆନ୍ଦୋଳନକାରୀ।

ପେଟ୍ରୋଲ ପମ୍ପ ବି ବନ୍ଦ ରହିପାରେ

ସେହିପରି ଅଖଚକ ବନ୍ଦ ଯୋଗୁ ରାସ୍ତା ଅବରୋଧ ସୃଷ୍ଟି ହେଲେ ସାଧାରଣ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବ । ଖାସ୍ କରି ବସ୍ ଚଳାଚଳ ପ୍ରଭାବିତ ହୋଇପାରେ । ଏଣୁ ଦୂରାଦୂରାନ୍ତରରୁ ଆସୁଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇପାରନ୍ତି । ରେଳ ଷ୍ଟେସନଗୁଡିକରେ ଆନ୍ଦୋଳନ ଯୋଗୁ ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହେଇପାରେ। ପେଟ୍ରୋଲ ପମ୍ପ ଶ୍ରମିକ ସଂଘ ମଧ୍ୟ ଧର୍ମଘଟରେ ସାମିଲ ହେଉଥିବା ଯୋଗୁଁ ପେଟ୍ରୋଲ ପମ୍ପଗୁଡ଼ିକ ବି ବନ୍ଦ ରହିପାରେ।  ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଦୁଗ୍ଧ, ଆମ୍ବୁଲାନ୍ସ ସେବା ସହ ପିଲାଙ୍କ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାକୁ ବାଦ ଦିଆଯାଇଛି।

Advertisment

ଏହି ବନ୍ଦକୁ ରାଜ୍ୟରେ କଂଗ୍ରେସ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ପୂର୍ଣ୍ଣ ସମର୍ଥନ ଜଣାଉଛି। ଅନ୍ୟପକ୍ଷରେ ଏହି ହରତାଳକୁ ନେଇ ବିଜେପି କହିଛି ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଆଗରୁ କଳ କାରଖାନା ବନ୍ଦର ସୂତ୍ରଧର ଥିଲେ। ସବୁ ସଂଶୋଧନ ଶ୍ରମିକଙ୍କ ହିତ ପାଇଁ, ଯେଉଁମାନେ ବିରୋଧୀ କରୁଛନ୍ତି ସେମାନେ ସରକାରରେ ଥିଲା ବେଳେ ଶ୍ରମିକମାନେ ନିର୍ଯ୍ୟାତିତ ହୋଇଥିଲେ।  

ଆସନ୍ତାକାଲିର ଧର୍ମଘଟ ଓ ହରତାଳରେ ଦେଶର ୩୦କୋଟି ଶ୍ରମିକ ଅଂଶଗ୍ରହଣ କରିବେ । ୫୦ରୁ ଅଧିକ ଶ୍ରମିକ ସଂଗଠନ, କୃଷକ ସଂଗଠନ, ବାମଦଳ ସହ ବିରୋଧୀ କଂଗ୍ରେସ ଓ ବିଜେଡି ସମର୍ଥନ କରୁଥିବାରୁ ଏହାର ପ୍ରଭାବ ଜିଲ୍ଲା ସ୍ତରରେ ପଡ଼ିପାରେ ବୋଲି କୁହାଯାଉଛି।... 



Protest New Labour Code Bharat Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ