Boy stab Photograph: (OTV)
ଚାପୁଡ଼ାର ଜବାବ ଛୁରୀରେ। ରିଲ୍ସ ନିଶାରେ ସହପାଠୀ ସାଜିଲେ ଜହ୍ଲାଦ। ୨୭ ସେକେଣ୍ଡରେ ୩୦ ଥର ଛୁରାମାଡ଼। ଦଶମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ। ଥରେ ଦେଖନ୍ତୁ ଏ ଦୃଶ୍ୟକୁ। ହାତରେ ଛୁରୀ ଧରି ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି କଲେ। କେହି କିଛି ବୁଝିବା ପୂର୍ବରୁ କଲେ ଆଖିବୁଜା ଛୁରାମାଡ଼। ସ୍କୁଲ ବ୍ୟାଗ୍ରେ ବହି ବଦଳରେ ରହିଥିଲା ମାରଣାସ୍ତ୍ର। ଯାହାକୁ ଦେଖିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ।
ଭୋପାଳରୁ ଆସିଛି ଏଭଳି ରକ୍ତାକ୍ତ ଚିତ୍ର। ରାଜଧାନୀ ଭୋପାଳର ଏକ ସ୍ନୁକର୍ କ୍ଲବ୍ ଭିତରେ ଘଟିଛି ଏମିତି କିଛି ଜଘନ୍ୟ କାଣ୍ଡ। ମାତ୍ର ୩୦ ସେକେଣ୍ଡର ୨୭ ଥର ଛୁରାମାଡ଼ କରିଛନ୍ତି ନାବାଳକ। ୧୦ମ ଶ୍ରେଣୀର ଜଣେ ଛାତ୍ରଙ୍କୁ ହତ୍ୟା କରିବା ପାଇଁ ଯେମିତି ପାଗଳ ହୋଇ ଉଠିଥିଲେ ଏହି ଦୁଇ କ୍ଲାସମେଟ୍।
ଫେବ୍ରୁୟାରୀ ୧୫, ରାତି ପ୍ରାୟ ୮ଟା। ଭୋପାଲ ଗୌତମ ନଗର ଗଣେଶ ଚୌକ ସ୍ଥିତ ଏକ ସ୍ନୁକର କ୍ଲବ। ଏଠି ସବୁ ଦିନ ଭଳି ଜଣେ ୧୦ ଶ୍ରେଣୀର ଛାତ୍ର ସ୍ନୁକର ଖେଳିବାକୁ ଆସିଥିଲେ। ଠିକ୍ ଏତିକି ବେଳେ ପ୍ରତିଶୋଧ ନିଆଁରେ ଜଳୁଥିବା ତାଙ୍କର ଦୁଇ କ୍ଲାସମେଟ୍ ହାତରେ ଛୁରୀ ଧରି ପଶିଥିଲେ କ୍ଲବ ଭିତରେ। ପୀଡିତଙ୍କୁ ଘେରି ଯାଇ କରିଥିଲେ ଛୁରାମାଡ଼। ଧାରୁଆ ଛୁରୀରେ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଏଥିରେ ପୀଡ଼ିତଙ୍କ ଗୋଟିଏ ହାତର ଦୁଇଟି ଆଙ୍ଗୁଠି କଟିଯାଇଛି। ତାଙ୍କ ବେକ ଓ ପିଠିରେ ୧୦ରୁ ଅଧିକ ଗଭୀର ଆଘାତ ମଧ୍ୟ ଲାଗିଛି।
ପୀଡିତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ସଇତାନ ସାଜିଥିବା ଏହି ଦୁଇ ନାବାଳକ ଅପରାଧ ଘଟାଇ ସେତିକିରେ ଅଟକି ନଥିଲେ। ନିଜର ବାହାଦୁରୀ ଦେଖାଇବା ପାଇଁ ସେହି ରକ୍ତାକ୍ତ ସିସିଟିଭି ଫୁଟେଜ୍କୁ ସୋସିଆଲ ମିଡିଆରେ ଭାଇରାଲ୍ ମଧ୍ୟ କରିଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ, ଗୌତମ ନଗର ଅଞ୍ଚଳରେ ରହୁଥିବା ଏହି ତିନି ଜଣ ଛାତ୍ର ଗୋଟିଏ କୋଚିଂ ସେଣ୍ଟରରେ ପଢୁଥିଲେ। କିଛି ଦିନ ତଳେ ଗଣେଶ ଚୌକ ସ୍ଥିତ ଏକ କ୍ଲବ୍ରେ ପୁଲ୍ ଖେଳ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପୀଡ଼ିତ ଜଣକ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରିଥିଲେ, ଆଉ ସେହି ଚାପୁଡ଼ାର ପ୍ରତିଶୋଧ ନେବା ପାଇଁ ଏମାନେ ସାଜିଥିଲେ ରକ୍ତମୁଖା। ସେପଟେ ପୋଲିସ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ମାରପିଟ ଦଫା ଲଗାଇ ନୋଟିସ ଦେଇ ଛାଡି ଦେଇଥିବା ଅଭିଯୋଗ ହୋଇଛି।
ପ୍ରଶ୍ନ ଉଠୁଛି ଯେ, କ’ଣ ନାବାଳକ ହୋଇଥିବାରୁ ଏତେ ବଡ଼ ଅପରାଧ କରି ମଧ୍ୟ ସେମାନେ ସହଜରେ ଖଲାସ ହୋଇଯିବେ? ନା ପୀଡ଼ିତଙ୍କୁ ମିଳିବ ନ୍ୟାୟ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/boy-stab-2026-02-24-12-48-31.jpg)