Advertisment

Chaos over Fried Fish: ବାହାଘର ଭୋଜିରେ ଭଜା ମାଛ ପାଇଁ ଦଳା ଚକଟା ହେଲେ ବିକଳିଆ ଅତିଥି

ବାହାଘର ଭୋଜିରେ ବିକଳିଆ ଅତିଥି। ଭଜା ମାଛ ପାଇଁ ଠେଲା ପେଲା। ଷ୍ଟଲ୍ ଉପରେ ଚଢ଼ିଲେ ମାଛ ପିସ୍ ଲୁଟିଲେ। ଶହ ଶହ ଲୋକ ଭଜା ମାଛ ଷ୍ଟଲ୍ ଆଗରେ ଖାଇବା ପାଇଁ ହେଲେ ଠେଲା ପେଲା ।

Marriage-Fish-Fight-Voshot
Advertisment

ଭଜା ମାଛ ଖଣ୍ଡିଏ ପାଇଁ ଚାଲିଛି ଠିଆ ପାଲା। ଲୋକଙ୍କ ଉପରେ ଲୋକ ଚଢ଼ିଯାଇଛନ୍ତି। କେହି କାହାରିକୁ ଛାଡ଼ିବାକୁ ନାରାଜ। ସତେ ଯେମତି ଭାଜି ହୋଇଯାଇଥିବା ମାଛଟି ଏବେ ବଞ୍ଚିଯିବ ଆଉ ନଦୀକୁ ପଳେଇବ। ତା ଆଗରୁ ତାକୁ ଖାଇବାକୁ ଯେପରି ଚାଲିଛି ପ୍ରତିଯୋଗିତା। ଶହ ଶହ ଲୋକ ଭଜା ମାଛ ଷ୍ଟଲ୍ ଆଗରେ ଠେଲା ପେଲା ହେଉଛନ୍ତି। ପ୍ଲେଟଟିଏ ଧରି ଖାଇବାକୁ ବିକଳ ହେଉଛନ୍ତି। ଏପଟେ କଞ୍ଚା ମାଛ ଛଣାଯିବାକୁ ରଖାଯାଇଛି, କିଛି କିଛି ଗରମା ଗରମ ଭଜା ହୋଇ ମଧ୍ୟ ଆସୁଛି। ହେଲେ ଶୃଙ୍ଖଳିତ ଭାବେ ନେବା ପରିବର୍ତ୍ତେ ଦଳା ଚକଟା ହେଉଛନ୍ତି ଅତିଥି। କେହି କେହି ତ ଷ୍ଟଲ୍ ଭିତରେ ପଶି ପ୍ଲେଟରେ ବୋହି ନେଉଛନ୍ତି ଭଜା ମାଛ। ଆଉ କିଛି ତ ସିଧା ଷ୍ଟଲ ଉପରେ ଛିଡ଼ା ହୋଇଯାଇଛନ୍ତି। ଏଦୃଶ୍ୟ ଦେଖି ସର୍ଭିସ ଦାୟିତ୍ବରେ ଥିବା କର୍ମଚାରୀ ମଧ୍ୟ ଛାନିଆ ହୋଇଯାଉଛନ୍ତି। ମାଛ ଭାଜିବେ ନାଁ ଲୋକଙ୍କୁ ସମ୍ଭାଳିବେ ତାଙ୍କ ଅକଲ ଗୁଡୁମ୍ ହୋଇଯାଇଛି ।

Advertisment


ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଲାର ଏକ ବିବାହ ଭୋଜିର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସୂଚନାମୁତାବକ, ଏହି ଭୋଜିରେ ପାଖାପାଖି ୨ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ଭିଡ ଏତେ ବଢ଼ି ଯାଇଥିଲା ଯେ, ଅତିଥି ମାନଙ୍କୁ ସମ୍ଭାଳିବା ଅସମ୍ଭବ ହୋଇଯାଇଥିଲା। ଫଲରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ମାନେ ସପଟେ ବିବାହ ମଣ୍ଡପରେ ବର-କନ୍ୟାଙ୍କ ହାତଗଣ୍ଠି ପଡୁଥିଲା। ହେଲେ ତାଙ୍କୁ ଆଶୀର୍ବାଦ ଦେବା ବଦଳରେ ମାଛ ପିସ୍ ପାଇଁ ବାଡ଼ିଆପିଟା ହେଉଥିଲେ ନିମନ୍ତ୍ରିତ ଅତିଥି।

ଭୋଜିରେ ଅନ୍ୟ ସବୁ ଆଇଟମର ବ୍ୟବସ୍ଥା କରାଯାଇଥିଲା। ହେଲେ ଏ ଭଜା ମାଛରୁ କି ଅମୃତ ଝରୁଥିଲେ ଯେ ଶହ ଶହ ଲୋକ ୟାକୁ ହିଁ ଖାଇବାକୁ ବିକଳିଆଙ୍କ ଭଳି ହେଉଥିଲେ। ତେବେ ନିମନ୍ତ୍ରିତ ଭଦ୍ର ଅତିଥିଙ୍କ ଏ ବିଶ୍ବରୂପ ଦେଖିଲା ପରେ ଆୟୋଜକଙ୍କ ଉଡିଯାଇଥିଲା ହୋସ୍। ବୋଧହୁଏ ଭବିଷ୍ୟତରେ ନିଜର କୌଣସି ଭୋଜିରେ ଏମାନଙ୍କୁ ଡାକିବା ପୂର୍ବରୁ ୧୦୦ ଥର ଭାବିବେ। ଏନେଇ ଆପଣଙ୍କ ମତ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ ।  

Advertisment
Family Dinner Uttar Pradesh Marriage Viral Video Fish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ