Advertisment

Dramatic Rescue: ପୋଖରୀକୁ ଖସିପଡ଼ିଛି କାର୍‌, ନାଉରୀ କରୁଛନ୍ତି ଜୀବନ ଉଦ୍ଧାର

ନିଜ ଜୀବନକୁ ବାଜି ଲଗାଇ କାରରେ ଫସି ରହିଥିବା ଯୁବକଙ୍କୁ ବଞ୍ଚାଇବାକୁ ସେ ଚେଷ୍ଟା କରୁଛନ୍ତି । ହାତରେ ଟାଣିଟାଣି ବାହାରକୁ ଆଣୁଛନ୍ତି । ଶେଷରେ ଉଦ୍ଧାରରେ ସଫଳ ହେଉଛନ୍ତି ।

Boatman

Boatman Photograph: (OTV)

Advertisment

ବାବୁ… ବାବୁ ବାହାରିବାକୁ ଚେଷ୍ଟା କରନ୍ତୁ  ମୁଁ ଅଛି, ଆପଣଙ୍କର କିଛି ହେବାକୁ ଦେବିନି  ଚେତାକୁ ଫେରନ୍ତୁ, ଆଖି ଖୋଲନ୍ତୁ… କାର୍ ବୁଡ଼ିବାକୁ ଆଉ ମାତ୍ର କିଛି ମିନିଟ୍ ବାକି ଅଛି  ବାବୁ ବାହାରିବାକୁ ଟିକେ ଟ୍ରାଏ ତ କରନ୍ତୁ.... 

Advertisment

ଦୁର୍ଘଟଣା ପରେ ପୋଖରୀକୁ ଖସିପଡ଼ିଛି କାର୍‌ । କାରରେ ଥିବା ଚଳକ ଜଣକଙ୍କ ଚେତା ନାହିଁ  । ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି । ଆଉ ଏ ନାଉରୀ ଜଣ ସେ ଅଜଣା ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏଠି ମାନସିକତା ଓ ମଣିଷ ପଣିଆ ପାଇଁ ସାରା ଦେଶରେ ଏ ନାବିକ ଭାଇଙ୍କୁ ପ୍ରଶଂସା ମିଳୁଛି । ଧନରେ ସିନା ସେ ଖୁବ୍‌ ଗରିବ, କିନ୍ତୁ ମନରେ କୋଟିପତି ।

ନିଜ ଜୀବନକୁ ବାଜି ଲଗାଇଦେଲେ

ଉତ୍ତରପ୍ରଦେଶ ପିଲିଭିଟର ଏହି ଘଟଣା । ଜଣେ ଡଙ୍ଗା ଚାଳକଙ୍କ ଏ ଉଦ୍ଧାର କାର୍ଯ୍ୟକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଛନ୍ତି । ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ନିଜ ଜୀବନକୁ ବାଜି ଲଗାଇ କାରରେ ଫସି ରହିଥିବା ଯୁବକଙ୍କୁ ବଞ୍ଚାଇବାକୁ ସେ ଚେଷ୍ଟା କରୁଛନ୍ତି । ହାତରେ ଟାଣିଟାଣି ବାହାରକୁ ଆଣୁଛନ୍ତି । ଶେଷରେ ଉଦ୍ଧାରରେ ସଫଳ ହେଉଛନ୍ତି । କିନ୍ତୁ ଠିକ୍‌ ସେହି ସମୟରେ ନିଜର ଡଙ୍ଗାଟି ବୁଡ଼ିଯାଉଛି । ଅନ୍ୟ ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ଯୋଗୁ ସମସ୍ତେ କୂଳକୁ ଆସୁଛନ୍ତି । କାରରୁ ବାହାରକୁ ବାହାରିବା ପରେ ବ୍ୟକ୍ତି ଜଣଙ୍କ ଚେତା ମଧ୍ୟ ଫେରୁଛି । 

Advertisment

କୁହାଯାଉଛି, ରାସ୍ତାରେ ପିଲାମାନେ ଖେଳୁଥିବାରୁ ଦୁର୍ଘଟଣା ହୋଇଥା’ନ୍ତା । ତେଣୁ କାର୍‌ ଚାଳକ ପିଲାମାନଙ୍କୁ ବଞ୍ଚାଇବାକୁ ହଠାତ୍‌ କାର୍‌ ବୁଲାଇବା ଫଳରେ ପୋଖରୀକୁ ଖସିପଡ଼ିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆଏର ଭାଇରାଲ ହେଉଛି । 

Rescue Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ