Budget Photograph: (OTV)
ବଜେଟ୍ ଉପସ୍ଥାପନ କରି ମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନ ଦଳିତ ଏବଂ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ଉପରେ ରହିଛି। ପ୍ରଥମ ଥର ପାଇଁ କର୍ତ୍ତବ୍ୟ ଭବନରେ ଏହି ବଜେଟ୍ ପ୍ରସ୍ତୁତ ହୋଇଛି । ଏହାର ମଧ୍ୟ ୩ଟି କର୍ତ୍ତବ୍ୟ ରହିଛି । ସେ ତିନୋଟି କର୍ତ୍ତବ୍ୟ ବା ଉଦ୍ଦେଶ୍ୟ ଉଲ୍ଲେଖ କରିଛନ୍ତି ।
ସେଗୁଡିକ ହେଲା, ଅର୍ଥନୈତିକ ଅଭିବୃଦ୍ଧିକୁ ବିସ୍ତାର ଏବଂ ସ୍ଥାୟୀ କରିବା। ଲୋକଙ୍କ ଆଶା ପୂରଣ କରିବା ଏବଂ ସେମାନଙ୍କୁ ଦେଶର ବିକାଶରେ ଅଂଶଗ୍ରହଣ କରିବା ପାଇଁ ସଶକ୍ତ କରିବା। "ସବକା ସାଥ, ସବକା ବିକାଶ" ସୂତ୍ରରେ ସମସ୍ତଙ୍କୁ ସୁଯୋଗ ପ୍ରଦାନ କରିବା। ଆତ୍ମନିର୍ଭର ଭାରତ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
ସେ କହିଛନ୍ତି ଯେ ଆମ ସରକାର ଉତ୍ପାଦନ ବୃଦ୍ଧି ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଜାରି ରଖିଛି। ପ୍ରଧାନମନ୍ତ୍ରୀ 2025 ମସିହାରେ ଏଥିପାଇଁ GST ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟ ସରକାରମାନଙ୍କ ସହିତ ମିଶି ଆମେ ଆମର ଦାୟିତ୍ୱ ପୂରଣ କରୁଛୁ। ଆମେ ଭାରତକୁ ଏକ ବିଶ୍ୱ ବାୟୋଫାର୍ମାସ୍ୟୁଟିକାଲ୍ ଉତ୍ପାଦନ କେନ୍ଦ୍ର କରିବାକୁ ପ୍ରସ୍ତୁତ ହେଉଛୁ।
ସୀତାରମଣ କହିଛନ୍ତି, "ମୁଁ ମାଘ ପୂର୍ଣ୍ଣିମା ଏବଂ ଗୁରୁ ରବିଦାସ ଜୟନ୍ତୀର ପବିତ୍ର ଅବସରରେ ବଜେଟ୍ ଉପସ୍ଥାପନ କରୁଛି। 12 ବର୍ଷ ପୂର୍ବେ ଆମେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମ ସରକାର ଅକ୍ଲାନ୍ତ ପରିଶ୍ରମ କରିଛି। ଆତ୍ମନିର୍ଭରଶୀଳତାର ମିଶନ ଅନୁସରଣ କରି, ଆମେ ଘରୋଇ ଉତ୍ପାଦନ ଏବଂ ଆର୍ଥିକ ନିଅଣ୍ଟ ଉପରେ ନଜର ରଖିଛୁ।"
ଭାରତକୁ ଏକ ଗ୍ଲୋବାଲ ବାୟୋଫାର୍ମା ମାନ୍ୟୁଫ୍ୟାକ୍ଚର ହଲ୍ କରାଯିବ । ବାୟୋଫାର୍ମା ଶକ୍ତି ଜରିଆରେ ଆଗାମୀ ୫ ବର୍ଷ ମଧ୍ୟରେ ୧୦ ହଜାର କୋଟି ବ୍ୟୟ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/budget-2026-02-01-12-02-50.jpg)