Advertisment

Viral Video Will Make You Laugh: ଧୋନୀଙ୍କ ଜବରା ଫ୍ୟାନ...ବିବାହ ମଣ୍ଡପରେ ରଖିଲେ ଅଜବ ସର୍ତ୍ତ

କନ୍ୟା ଏହାକୁ ବଡ ପାଟିରେ ଅତିଥିମାନଙ୍କ ଆଗରେ ପଢ଼ିଲେ ଆଉ ସମସ୍ତେ ହସି ହସି ଲୋଟପୋଟ ହୋଇଗଲେ। ଭାଇରାଲ୍ ଭିଡିଓରେ ବର ଧ୍ରୁବ ମଜେଠିଆ ଓ କନ୍ୟା ଆଶିମା ମଣ୍ଡପରେ ବସିଥିବାର ଦେଖାଯାଉଛି।

Viral Video Will Make You Laugh:

Viral Video Will Make You Laugh: Photograph: (OTV)

Advertisment

ବିବାହରେ ଅନେକ ପ୍ରତିଜ୍ଞା ନିଆଯାଏ, କିନ୍ତୁ ଏହି ବର ସାତ ଫେରା ଆଗରୁ ଏପରି ଏକ ଅଦ୍ଭୁତ “କଣ୍ଟ୍ରାକ୍ଟ” ରଖିଦେଇଛନ୍ତି ଯେ, ଇଣ୍ଟରନେଟ୍ ହସି ହସି ଲୋଟପୋଟ ହୋଇଯାଇଛି। ଜଣେ କଟ୍ଟର MS ଧୋନି ଓ CSK ଫ୍ୟାନ୍ ବର ମଣ୍ଡପରେ ନିଜ କନ୍ୟା ଠାରୁ ଜୀବନସାରା CSK ଓ RCB ମ୍ୟାଚ୍ ଦେଖିବାର ଲିଖିତ ଅନୁମତି ନେଇନେଲେ, ତାହା ମଧ୍ୟ ଗୋଟେ ମଜେଦାର ଏଗ୍ରିମେଣ୍ଟ ମାଧ୍ୟମରେ! 

Advertisment

କନ୍ୟା ଏହାକୁ ବଡ ପାଟିରେ ଅତିଥିମାନଙ୍କ ଆଗରେ ପଢ଼ିଲେ ଆଉ ସମସ୍ତେ ହସି ହସି ଲୋଟପୋଟ ହୋଇଗଲେ। ଭାଇରାଲ୍ ଭିଡିଓରେ ବର ଧ୍ରୁବ ମଜେଠିଆ ଓ କନ୍ୟା ଆଶିମା ମଣ୍ଡପରେ ବସିଥିବାର ଦେଖାଯାଉଛି। ଫେରା ଆଗରୁ ଆଶିମା ଗୋଟେ ମଜେଦାର “କଣ୍ଟ୍ରାକ୍ଟ” ପଢ଼ୁଛନ୍ତି, ଯାହାକୁ ଧ୍ରୁବ ନିଜେ ତିଆରି କରିଥିଲେ। ଧ୍ରୁବ, ଯିଏ ନିଜକୁ “ଧୋନି ଓ CSKର ବଡ଼ ଫ୍ୟାନ୍ ଓ ଟିକିଏ ଡରିଥିବା ବର” ବୋଲି କହୁଛନ୍ତି। 

ସେ କଣ୍ଟ୍ରାକ୍ଟର ଆରମ୍ଭ ଏହି ମଜେଦାର ଘୋଷଣାରୁ କରିଛନ୍ତି…“ମୁଁ, ଧ୍ରୁବ ମଜେଠିଆ, ବର, ଘୋଷଣା କରୁଛି ଯେ, ଯଦି ଆଶିମା ଭବିଷ୍ୟତରେ ମୋତେ MS ଧୋନି, CSK ଓ RCBର ସବୁ ମ୍ୟାଚ୍ ବିନା କୌଣସି ବାଧାରେ ଦେଖିବାକୁ ଅନୁମତି ଦେବେ, ତେବେ ମୁଁ ଖୁସିରେ, ପୁରା ମନରୁ ଓ ବିନା କୌଣସି ବକବକ ନକରି ତାଙ୍କ ସହିତ ସାତ ଫେରା ନେବି।” ଆଶିମା ଯେତେବେଳେ ଏହି ଧାଡ଼ିଗୁଡ଼ିକ ପଢ଼ୁଛନ୍ତି, ଅତିଥିମାନେ ଜୋରରେ ହସୁଛନ୍ତି ଓ ତାଳି ବଜାଇବାକୁ ଲାଗୁଛନ୍ତି।

Advertisment

ଏହି କଣ୍ଟ୍ରାକ୍ଟରେ ଆଗରେ ଲେଖାଥିଲା ଯେ, ଏହା “୨ ଡିସେମ୍ବରରୁ ଆଇନଗତ ଭାବେ ଲାଗୁ ହେବ।” ଧ୍ରୁବ ମଜାରେ ଏହା ମଧ୍ୟ ଯୋଡ଼ିଦେଇଛନ୍ତି ଯେ, ବିବାହ ପରେ ଯଦି ମ୍ୟାଚ୍ ଦେଖିବାର ଅନୁମତି ନମିଳେ  ତେବେ ତାହାକୁ “କଣ୍ଟ୍ରାକ୍ଟର ଉଲ୍ଲଙ୍ଘନ” ବୋଲି ଗଣାଯିବ। ଏହି ଧାଡ଼ିରେ ମଧ୍ୟ ଅତିଥିମାନେ ଖୁବ ହସିଛନ୍ତି।

ଧ୍ରୁବ ମଜେଠିଆ, ଯିଏକ କଣ୍ଟେଣ୍ଟ କ୍ରିଏଟର ଏବଂ ଇନଷ୍ଟାଗ୍ରାମରେ ତାଙ୍କର ୬୫.୮କେ ଫଲୋଅର୍ସ ଅଛନ୍ତି । ଭିଡିଓ ପୋଷ୍ଟ କରି ଲେଖିଛନ୍ତି- “ସାତ ଫେରା ଆଗରୁ କଣ୍ଟ୍ରାକ୍ଟ। ତାକୁ ମୁଁ ଜୀବନସାରା ପାଇଁ ପାଉଛି, ଆଉ ମୋତେ ଧୋନି ଓ CSKର ମ୍ୟାଚ୍ ଜୀବନସାରା। ଠିକ୍ ସୌଦା ନା?” ଏହି କ୍ୟାପସନ୍ ମଧ୍ୟ ଫ୍ୟାନ୍ସଙ୍କ ମଧ୍ୟରେ ଖୂବ ଲୋକପ୍ରିୟ ହୋଇଛି। 

Advertisment

ଧ୍ରୁବ ପୂର୍ବରୁ ମଧ୍ୟ ଧୋନିଙ୍କୁ ଭେଟିଛନ୍ତି ଏବଂ ସେ ତାଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ସେ ପୁରୁଣା ପୋଷ୍ଟ ମଧ୍ୟ ପୁଣି ଚର୍ଚ୍ଚାରେ ଅଛି, ଆଉ ଲୋକେ କହୁଛନ୍ତି- “ଏବେ ବୁଝାପଡ଼ୁଛି ଏତେ ବଡ କଣ୍ଟ୍ରାକ୍ଟ କାହିଁକି କରିଥିଲେ!”ଏହି ଅଦ୍ଭୁତ ମ୍ୟାଚ୍-କଣ୍ଟ୍ରାକ୍ଟ ଏହି ବିବାହକୁ ବିଶେଷ କରିଦେଇଛି। ଧୋନି ଫ୍ୟାନମାନେ ତ ଖୁସି ଅଛନ୍ତି ହିଁ, ସାଧାରଣ ଦର୍ଶକ ମଧ୍ୟ ଏହି ଅଦ୍ଭୁତ ଅନ୍ଦାଜକୁ ଖୁବ ପସନ୍ଦ କରୁଛନ୍ତି। ଲୋକେ କହୁଛନ୍ତି- “ଏମିତି ପ୍ରତିଜ୍ଞା ହେଲେ ବିବାହ ଆହୁରି ମଜାଦାର ହୋଇଯିବ!”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ