bihar Photograph: (OTV)
ଏକଜିଟ୍ ପୋଲ ଆକଳନ କହୁଛି ବିହାରରେ ପୁଣି ଥରେ ନୀତିଶ ସରକାର। ଏନଡିଏ କ୍ଷମତା ବଜାୟ ରଖିବ। ୧୭ଟି ଏଜେନ୍ସୀ ବିହାରରେ ଏନଡିଏକୁ ସ୍ପଷ୍ଟ ବହୁମତ ଦେଇଛନ୍ତି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏକୁ ପ୍ରାୟ ୧୫୪ ଓ ମହାମେଣ୍ଟକୁ ୮୩ ଓ ଅନ୍ୟାନ୍ୟଙ୍କୁ ୫ ସିଟ୍ ମିଳିବ ବୋଲି କହୁଛନ୍ତି ବିଭିନ୍ନ ଏଜେନ୍ସୀ। ସେହିପରି ଏନଡିଏରେ ବିଜେପି ସବୁଠୁ ବଡ଼ ଦଳ ଭାବରେ ଉଭା ହେବ ବୋଲି କହୁଛି ଏକଜିଟ୍ ପୋଲ୍।
ମାଟ୍ରିଜର ଏକଜିଟ ପୋଲ କହୁଛି ଏନଡିଏ ୧୪୭ରୁ ୧୬୭ ଆସନରେ ଜିତିପାରେ। ମହାଗଠବନ୍ଧନକୁ ୭୦ରୁ ୯୦ ଆସନ ମିଳିବ। ପିପୁଲସ ପଲସ ଆକଳନ କହୁଛି, ଏନଡିଏ ୧୩୩ରୁ ୧୫୯ ସିଟ ପାଇବ, ମହାଗଠବନ୍ଧନକୁ ୭୫ରୁ ୧୦୧ ସିଟ ମିଳିପାରେ। ଭାସ୍କର, ଏନଡିଏକୁ ୧୪୫ରୁ ୧୬୦ ସିଟ ଦେଇଥିବା ବେଳେ ମହାଗଠବନ୍ଧନକୁ ୭୩ରୁ ୯୧ ସିଟ ପାଇବ ବୋଲି କହିଛି। ପିପୁଲସ ଇନସାଇଟ ଏନଡିଏକୁ ମଧ୍ୟ ବହୁମତ ଦେଇଛି। ୧୩୩ରୁ ୧୪୮ ଆସନ ଏନଡିଏ ହାତେଇବ, ମହାଗଠବନ୍ଧନ ୮୭ରୁ ୧୦୨ ସିଟ ପାଇବ ବୋଲି ସଂସ୍ଥାର ଏକଜିଟ ପୋଲ କହୁଛି। ସେହିଭଳି ଜେଭିସି, ୧୩୫ରୁ ୧୫୦ ସିଟ ଏନଡିଏ ହାତେଇବ ବୋଲି କହିଥିବା ବେଳେ ମହାଗଠବନ୍ଧନକୁ ୮୮ରୁ ୧୦୩ ସିଟ ମିଳିବ ବୋଲି କହିଛି। ପି-ମାର୍କ ମଧ୍ୟ ଏନଡିଏକୁ ୧୪୨ରୁ ୧୬୨ ସିଟ ମିଳିବା ନେଇ ଆକଳନ କରିଥିବା ବେଳେ ମହାଗଠବନ୍ଧନ ୮୦ରୁ ୯୮ ସିଟ ପାଇବ ବୋଲି କହିଛି।
ବିହାରରେ ନେତା ବାଛିଛନ୍ତି ୭କୋଟି ୪୫ ଲକ୍ଷରୁ ଅଧିକ ଭୋଟର। ପ୍ରଥମ ପର୍ଯ୍ୟାୟରେ ୩କୋଟି ୭୫ଲକ୍ଷ ୧୩ ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇଥିଲେ ୩ କୋଟି ୭୦ ଲକ୍ଷ ୧୩ ହଜାର ଭୋଟର। ପୂର୍ବରୁ ୨୦୦୦ ମସିହାରେ ବିହାର ବିଧାନସଭା ନିର୍ବାଚନରେ ସର୍ବାଧିକ ୬୨.୫୭ ପ୍ରତିଶତ ଭୋଟିଂ ହୋଇଥିଲା। ୧୯୯୮ ଲୋକସଭା ନିର୍ବାଚନରେ ସର୍ବାଧିକ ୬୪.୬୦ ପ୍ରତିଶତ ଭୋଟିଂ ହୋଇଥିଲା। ସେସବୁ ରେକର୍ଡକୁ ଏଥର ଟପିଯାଇଛି ବିହାର ଭୋଟିଂ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/bihar-2025-11-14-08-03-50.jpg)