Advertisment

Bihar Election 2025: ବିହାର ଦଙ୍ଗଲ: ନିର୍ବାଚନ ଲଢ଼ିବେ ଗ୍ୟାସ୍ ଡେଲିଭରି ବୟ

ବାଜି ସାରିଲାଣି ବିହାର ନିର୍ବାଚନ ବିଗୁଲ। ଠିକ୍ ଆଉ ମାସକ ପରେ ପଡିବ ଭୋଟ୍। ଏଥିପାଇଁ ପୂରା ସରଗରମ ରହିଛି ରାଜନୀତି। ସବୁ ଦଳର ନେତାମାନେ ବିହାର ହାତେଇବାକୁ କରିଲେଣି ପ୍ରାଣମୂର୍ଚ୍ଚା ଉଦ୍ୟମ।

Bihar Election

Bihar Election Photograph: (otv)

Advertisment

ବାଜି ସାରିଲାଣି ବିହାରନିର୍ବାଚନ ବିଗୁଲ। ଠିକ୍ ଆଉ ମାସକ ପରେ ପଡିବ ଭୋଟ୍। ଏଥିପାଇଁ ପୂରା ସରଗରମ ରହିଛି ରାଜନୀତି। ସବୁ ଦଳର ନେତାମାନେ ବିହାର ହାତେଇବାକୁ କରିଲେଣି ପ୍ରାଣମୂର୍ଚ୍ଚା ଉଦ୍ୟମ। ଆରମ୍ଭ ହୋଇଗଲାଣି ହାଇଭୋଲଟେଜ ପ୍ରଚାର ପ୍ରସାର। କିଏ କେଉଁଠୁ ପ୍ରାର୍ଥୀ ହେବ କାହାକୁ ଦଳ ଦେବ ଟିକେଟ୍ ସେ ନେଇ ଚାଲିଲାଣି ଅଙ୍କକଷା। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ରୋଚକ ଖବର। ଏଥର ବି ବିହାର ଦଙ୍ଗଲକୁ ଓହ୍ଲାଇବେ ଛୋଟେ ଲାଲ।

Advertisment

କିଏ ଏହି ଛୋଟେ ଲାଲ?

ଇଏ ସେହି ଛୋଟେ ଲାଲ, ଯାହାଙ୍କ ନିର୍ବାଚନ ଲଢ଼ିବା ଏକ ନିଶା। ସେ କୌଣସି ରାଜନୈତି ଦଳର ସଦସ୍ୟ ନୁହନ୍ତି। ବରଂ ଜଣେ ସାଧାରଣ ଲୋକ। ତାଙ୍କ କାମ ହେଲା ଘରେ ଘରେ ଯାଇ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରିବା। ହେଲେ ରାଜନୀତିରେ ରୁଚି ଯୋଗୁ ଦୀର୍ଘ ୨୦ ବର୍ଷ ହେଲା ସେ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ସଫଳତା ପାଇନଥିଲେ ବି ଏଥିରୁ ସେ ଓହରି ନାହାନ୍ତି। ଏପରି କି ବିହାର  ଲୋକସଭା, ବିଧାନସଭା ଓ ମ୍ୟୁନିସିପାଲଟି ନିର୍ବାଚନ ବି ସେ ଲଢ଼ି ସାରିଛନ୍ତି। କିନ୍ତୁ ପ୍ରତ୍ୟେକଥର ତାଙ୍କୁ ତାଙ୍କ ଭାଗ୍ୟ ସାଥ୍ ଦେଇ ନାହିଁ।   

ବିହାର କିସାନଗଞ୍ଜର ବାସିନ୍ଦା ଛୋଟେ ଲାଲ ମହତୋ। ୨୩ ବର୍ଷ ବୟସରେ ରାଜନୀତି ମୈଦାନକୁ ଓହ୍ଲାଇଥିଲେ। ସେ ଏକ ଛୋଟ ଘରେ ରହୁନ୍ତି। ଗ୍ୟାସ୍ ସିଲିଣ୍ଡର ଡେଲିଭରୀ କରି ପରିବାର ପୋଷନ୍ତି। ପ୍ରଥମଥର ପାଇଁ ୨୦୦୦ ମସିହାରେ ବିହାର ବିଧାନସଭା ନିର୍ବାଚନ ପାଇଁ ସେ ନାମାଙ୍କନ ଭରିଥିଲେ। କିନ୍ତୁ କମ୍ ବୟସ ଥିବା ଯୋଗୁ ତାଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଯାଇଥିଲା। ଏହାପରେ ସେ ଲଗାତର ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ି ଆସୁଛନ୍ତି।

Advertisment

ଛୋଟେଲାଲ ସୀମାଞ୍ଚଳର ଗାନ୍ଧୀ ଭାବରେ ଜଣାଶୁଣା ସ୍ୱର୍ଗତ ତସଲିମୁଦ୍ଦିନଙ୍କ ବିରୁଦ୍ଧରେ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ସିଲିଣ୍ଡର ଡେଲିଭରୀ ବୟ ଛୋଟେଲାଲ ମାହାତୋ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୟଦ ଶାହନୱାଜ ହୁସେନଙ୍କ ସମେତ ଅନେକ ପ୍ରମୁଖ ରାଜନେତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ସଫଳ ହୋଇନାହାଁନ୍ତି, ତଥାପି ସେ ହାର ମାନିନାହାନ୍ତି।

ଚଳିତ ଥର ବି ସେ କିସାନଗଞ୍ଜରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ। ତାଙ୍କ କହିବା କଥା, ଜନସାଧାରଣ ତାଙ୍କୁ ବହୁତ ସାହାଯ୍ୟ କରନ୍ତି। ଚାନ୍ଦା ଯୋଗଡ଼ କରି ତାଙ୍କୁ ପ୍ରାର୍ଥୀ କରନ୍ତି। ସେ ଲୋକଙ୍କ ଘରେ ଗ୍ୟାସ ସିଲିଣ୍ଡର ପହଞ୍ଚାଉଛନ୍ତି। ଲୋକମାନେ ତାଙ୍କ ଭଳି ନେତା ଚାହାଁନ୍ତି। ଏଥର ସେ ନିଶ୍ଚିତ ଭାବେ ସଫଳ ହେବେ। ଜନସାଧାରଣ ତାଙ୍କୁ ଭୋଟ ଦେଇ ନିଶ୍ଚିତ ବିଜୟ କରାଇବେ ବୋଲି ଦୃଢ଼ ବିଶ୍ବାସ ରହିଛି। ଯଦି ସେ ଏଥର ନିର୍ବାଚନରେ ଜିତନ୍ତି ତେବେ ଗରିବ ଲୋକଙ୍କ ଆଖିରୁ ଲୁହ ପୋଛିବା ସହିତ, ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ମଧ୍ୟ କାମ କରିବେ ବୋଲି ଛୋଟେ ଲାଲ କହିଛନ୍ତି। 

Advertisment
Bihar Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ