Car Photograph: (OTV)
ଭାରତରେ ଶସ୍ତା ହେବ ବିଦେଶୀ କାର୍। କମି ଯାଇପାରେ ଅଡି, ମର୍ସିଡିଜ୍ ଓ ବିଏମଡବ୍ଲୁ କାର୍ ଦାମ୍ । ଆଜି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହେବ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ବା ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ । ଏହି ଚୁକ୍ତିକୁ ମଦର୍ ଅଫ୍ ଅଲ୍ ଡିଲ୍ ବୋଲି ବିବେଚନା କରାଯାଉଛି ।
ଏଥିପାଇଁ ଆଲୋଚନା ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ । ସେ କହିଛନ୍ତି, ଆଜି ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯିବ । ଯାହା ଭାରତର ଅର୍ଥନୀତିକୁ EU ସହିତ ଉନ୍ନତ କରିବ। ତେବେ ଏହି ଚୁକ୍ତି ସ୍ୱାକ୍ଷରିତ ହେବାପରେ ୟୁରୋପରୁ ଆସୁଥିବା ସମସ୍ତ ଦାମୀ ଗାଡ଼ି ଶସ୍ତା ହୋଇଯିବ। କାରଣ କାର୍ ଉପରେ ଲାଗୁଥିବା ୧୧୦ ପ୍ରତିଶତ ଆମଦାନୀ ଶୁଳ୍କକୁ ୪୦ ପ୍ରତିଶତକୁ କରିବାକୁ ପ୍ରସ୍ତାବ ରଖାଯାଇଛି।
ଫଳରେ ଭାରତ ସରକାର ୧୫ ହଜାର ୟୁରୋ ଅର୍ଥାତ ପ୍ରାୟ ୧୬.୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାର୍ ଉପରେ ତୁରନ୍ତ ଟିକସ୍ ହ୍ରାସ କରିବେ । ଏହି ଚୁକ୍ତି ହେଲେ ଏବେ କୋଟିଏ ଟଙ୍କା ଦାମ୍ ଥିବା କାର୍ ୨୫ରୁ ୩୦ ଲକ୍ଷ ପର୍ଯ୍ୟନ୍ତ କମ୍ ହୋଇପାରେ। ତେବେ ଭାରତ ବଜାରରେ ସ୍ବଦେଶୀ ଗାଡ଼ିର ଚାହିଦା ଯେପରି ପ୍ରଭାବିତ ନହେବ ସେଥିପାଇଁ ସ୍ବତନ୍ତ୍ର ନଜର ରଖାଯାଇଛି ।
ବିଦେଶରୁ ଆସୁଥିବା ଇଭି ଗାଡ଼ି ଉପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ନୂତନ ଶୁଳ୍କ ହ୍ରାସ ଲାଗୁ ହେବନି । ଫଳରେ ଭାରତର ନିଜସ୍ବ ଇଭି କାର୍ ଚାହିଦା ବୃଦ୍ଧି ପାଇବ। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ୨୦୦୭ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୩ ମସିହାରେ ଏହା ବନ୍ଦ ହୋଇଗଲା।
୨୦୨୨ ମସିହାରେ ଆଲୋଚନା ପୁଣି ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି । ଯାହା ଇୟୁକୁ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର କରିବ । ଏହି ଚୁକ୍ତି ଆମେରିକାର ଟାରିଫ୍ ବିରୋଧରେ ମଧ୍ୟ ଭାରତର କଡ଼ା ବାର୍ତ୍ତା ପ୍ରଦାନ କରୁଛି ।
ଅଧା ହୋଇଯିବ ବିଦେଶୀ କାର୍ ରେଟ୍ !
ଆଜି ଭାରତ-ୟୁରୋପୀୟ ସଂଘ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି
ଏହି ଚୁକ୍ତିକୁ ମଦର୍ ଅଫ୍ ଅଲ୍ ଡିଲ୍ ବୋଲି କୁହାଯାଉଛି
ଚୁକ୍ତି ପାଇଁ ଆଲୋଚନା ସଫଳ ହୋଇଛି: ବାଣିଜ୍ୟ ସଚିବ
ଆଜି ଆନୁଷ୍ଠାନିକ ଭାବେ ଚୁକ୍ତି ଘୋଷଣା
ଭାରତରେ ଶସ୍ତା ହେବ ବିଦେଶୀ କାର୍
ମର୍ସିଜ୍, BMW, ପୋର୍ସେ କାର୍ ହେବ ଶସ୍ତା
ଆମଦାନୀ ଶୁଳ୍କ ୧୧୦%ରୁ ୪୦%କୁ ଖସିପାରେ
ପ୍ରାୟ ୧୬.୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାର୍ ଉପରେ କମିବ ଟିକସ
କୋଟିଏ ଟଙ୍କାର ଗାଡ଼ିରେ ୨୫ରୁ ୩୦ ଲକ୍ଷ ହ୍ରାସ୍ ସମ୍ଭାବନା
ବିଦେଶୀ ଇଭି ଗାଡ଼ିରେ ୫ ବର୍ଷ ଯାଏଁ ଲାଗୁହେବନି ନୂଆ ଟିକସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/car-2026-01-27-09-18-27.jpg)