BIHAR POLITICS Photograph: (OTV)
ବିହାରରେ ଏନଡିଏର ବମ୍ପର ବିଜୟ ପରେ ସରକାର ଗଠନ ନେଇ କସରତ। ଏଥିପାଇଁ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବାସରେ ବଡ଼ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଆବାସରେ NDA ବୈଠକ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କେନ୍ଦ୍ରୀୟ ନେତା ସାମିଲ ଥିଲେ। NDAର ଅଂଶୀଦାର ଉପେନ୍ଦ୍ର କୁଶୱା, ଜୀତନ ରାମ ମାଂଝୀ ବି ଉପସ୍ଥିତ ଥିଲେ। ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା।
ଏପଟେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର। ୧୮ ତାରିଖ ସୁଦ୍ଧା ଏନଡିଏ ବିଧାୟକ ଦଳ ନେତା ଚୟନ କରାଯିବ ବୋଲି ସୂଚନା ମିଳିଛି। ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଶପଥ ନେଇପାରନ୍ତି ନୂଆ ସରକାର। ପାଟନାର ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିପାରନ୍ତି। ସରକାର ଗଠନ ଫର୍ମୂଲା ତୟାର ହୋଇଥିବା କୁହାଯାଉଛି।
ଜେଡିୟୁ ଓ ବିଜେପି ଭିତରେ ଗୋଟିଏ ରାଉଣ୍ଡରେ ଆଲୋଚନା ହୋଇଥିବା ସୂଚନା ମିଳିଛି। କୁହାଯାଉଛି ମନ୍ତ୍ରିମଣ୍ଡଳ ରୂପରେଖ ଏକ ପ୍ରକାର ସ୍ଥିର ହୋଇ ସାରିଛି। ଆସନ୍ତା ୪୮ରୁ ୭୨ ଘଣ୍ଟା ଭିତରେ ସରକାର ରୂପରେଖ ସ୍ପଷ୍ଟ ହୋଇଯିବ। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ଓ ଆରଏଲଏମ୍ କହୁଥିବା ବେଳେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି।
• ମୋଦିଙ୍କ ଆବାସରେ ବଡ଼ ବୈଠକ
• ବିହାରରେ ସରକାର ଗଠନ ନେଇ ବଡ଼ ବୈଠକ
• ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଆବାସରେ ବସିଲା NDA ବୈଠକ
• ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କେନ୍ଦ୍ରୀୟ ନେତା ସାମିଲ
• ଉପେନ୍ଦ୍ର କୁଶୱା, ଜୀତନ ରାମ ମାଂଝୀ ବି ଉପସ୍ଥିତ
• ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା
• ୨୦ ତାରିଖରେ ନୂଆ ସରକାରର ଶପଥ ସମାରୋହ ହୋଇପାରେ
• ବିହାର ସରକାର ଫର୍ମୂଲା ତୟାର !
• ୧୯/୨୦ରେ ନୂଆ ସରକାରର ଶପଥ !
• ୧୯ କିମ୍ବା ୨୦ରେ ଶପଥ ନେଇପାରନ୍ତି NDA ସରକାର
• ପାଟନାର ଗାନ୍ଧୀ ମଇଦାନରେ ହୋଇପାରେ ଶପଥ ଗ୍ରହଣ ସମାରୋହ
• ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇପାରନ୍ତି ପିଏମ ମୋଦି
• ଦିନେ ଦୁଇ ଦିନରେ ସ୍ପଷ୍ଟ ହେବ ସରକାର ଗଠନ ରୂପରେଖ
• ମନ୍ତ୍ରିମଣ୍ଡଳ ରୂପରେଖ ନେଇ ଆଲୋଚନା ଜାରି
• ସହଯୋଗୀ ଦଳ ସହ ବିଜେପିର ଆଲୋଚନା
• ଆଜି ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର
• ନୀତୀଶ ହିଁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ: ଜେଡିୟୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/bihar-politics-2025-11-17-09-11-27.jpg)