Advertisment

Encounter Breakthrough: ଏନକାଉଣ୍ଟରରେ ୧୫ ନକ୍ସଲ ନିପାତ ! ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ କରୁଥିଲେ ଯୋଜନା

ନିହତ ନକ୍ସଲଙ୍କ ମଧ୍ୟରେ ରହିଛି, ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ। ତା ନାଁରେ ୧ କୋଟି ଟଙ୍କାର ଥିଲା ଇନାମ୍। ଛୋଟନାଗରା ଥାନା ଅଞ୍ଚଳର କୁମ୍ଭାଡିହ ଗାଁ ନିକଟରେ ଏହି ବଡ ଧରଣର ଗୁଳି ବିନିମୟ ହୋଇଥିବା ଜଣାପଡିଛି।

Naxal

Naxal Photograph: (OTV)

Advertisment

ଲାଲବାହିନୀର ନିପାତ ପାଇଁ ପୂରି ଆସୁଛି ଗୃହମନ୍ତ୍ରୀ ଅମିତ ଶାହଙ୍କ ଡେଡଲାଇନ୍। ଲାଲଗଡ଼ରେ ସଫା ହେବାରେ ଲାଗିଛନ୍ତି ମାଓବାଦୀ। ଝାଡ଼ଖଣ୍ଡ ସରଣ୍ଡା ଘଞ୍ଚ ଜଙ୍ଗଲ ମଧ୍ୟରେ ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ପ୍ରାୟ ୧୫  ଜଣ ମାଓବାଦୀ ଟଳିଛନ୍ତି।

Advertisment

ନିହତ ନକ୍ସଲଙ୍କ ମଧ୍ୟରେ ରହିଛି, ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ। ତା ନାଁରେ ୧ କୋଟି ଟଙ୍କାର ଥିଲା ଇନାମ୍। ଛୋଟନାଗରା ଥାନା ଅଞ୍ଚଳର କୁମ୍ଭାଡିହ ଗାଁ ନିକଟରେ ଏହି ବଡ ଧରଣର ଗୁଳି ବିନିମୟ ହୋଇଥିବା ଜଣାପଡିଛି। ନକ୍ସଲମାନେ ଅଞ୍ଚଳରେ ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରୁଥିବା ନେଇ ସୁରକ୍ଷା ବାହିନୀ ଗୁପ୍ତ ସୂଚନା ପାଇଥିଲେ।

ପରେ ସାରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରିଥିଲେ।...ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ୍ ମିଡ଼ିଆ Xରେ ମାର୍ଚ୍ଚ ୩୧ ଡେଡଲାଇନକୁ ଦୋହରାଇବା ସହ ଲାଲଗଡ଼ରେ ସକ୍ରିୟ ଥିବା ମାଓବାଦୀଙ୍କୁ ଅସ୍ତ୍ର ଛାଡ଼ିବାକୁ ଅପିଲ୍ କରିଛନ୍ତି। କହିଛନ୍ତି, ହିଂସା-ଆତଙ୍କ ଏବଂ ଅସ୍ତ୍ର ସହ ଜଡ଼ିତ ବିଚାରଧାରାକୁ ଛାଡ଼ି ବିକାଶ ଏବଂ ବିଶ୍ବାସର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ...

Advertisment

ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଗୁଳି ବିନିମୟ ସୂଚନା
ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ ନିହତ ସୂଚନା
ଅନଲ ଦସ୍ତେ ସହ ୧୫ ନକ୍ସଲ ନିହତ ସୂଚନା
ଲାଲବାହିନୀକୁ ଶାହଙ୍କ ଅପିଲ୍
ଲାଲଗଡ଼ରେ ସକ୍ରିୟ ମାଓବାଦୀଙ୍କୁ ଅସ୍ତ୍ର ଛାଡ଼ିବାକୁ ଅପିଲ୍ କଲେ ଶାହ
ବିକାଶ ଏବଂ ବିଶ୍ବାସର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଶାହଙ୍କ ଅପିଲ୍
ହିଂସା-ଆତଙ୍କ ଓ ଅସ୍ତ୍ର ସହ ଜଡ଼ିତ ବିଚାରଧାରାକୁ ଛାଡ଼: ଶାହ

Death Encounter Naxal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ