PM Modi Photograph: (OTV)
ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତର ୧୩୦ତମ ସଂସ୍କରଣରେ ଭଜନ କ୍ଲବିଂ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ପ୍ରତ୍ୟେକ ଯୁଗ ଭକ୍ତି ପ୍ରକାଶ କରିବାର ନିଜସ୍ୱ ଉପାୟ ଖୋଜେ। ଆଜିର ଯୁବପିଢ଼ି ଏଥିରୁ ଅଲଗା ନୁହେଁ। ଯୁବ ଗୋଷ୍ଠୀ ଭକ୍ତିକୁ ନେଇ ନିଜର ଅନୁଭବ ଏବଂ ଜୀବନ ଶୈଳୀରେ ଆପଣାଇଛନ୍ତି। ଏହାକୁ ନେଇ ଏକ ନୂତନ ସାଂସ୍କୃତିକ ଗତିବିଧି ସାମନାକୁ ଆସିଛି। ଏହାକୁ ଭଜନ କ୍ଲବିଂ ବୋଲି କୁହାଯାଉଛି।
ଦେଶର ବିଭିନ୍ନ ସହରଗୁଡ଼ିକରେ ବିଶାଳ ୟୁବଗୋଷ୍ଠୀ ଭଜନକୁ ନେଇ ଏକାଠି ହେବା ବିଷୟ ବର୍ଣ୍ଣନା କରିଛନ୍ତି ପିଏମ ମୋଦି। ଯେଉଁଠାରେ ମଞ୍ଚଗୁଡ଼ିରେ ଆଲୋକ ସାଜସଜ୍ଜା ସହ ସଙ୍ଗୀତର ମୂର୍ଚ୍ଛନାରେ ଝୁମିଥାନ୍ତି ଯୁବଗୋଷ୍ଠୀ। ମୁଖ୍ୟତଃ ଏକ ଶାନ୍ତିପୂର୍ଣ୍ଣ ପରିବେଶରେ ବିଶାଳ ସଂଗୀତ କାର୍ଯ୍ୟକ୍ରମରେ ମସଗୁଲ ହୋଇଥାନ୍ତି ଦର୍ଶକ। ଏଥିରେ ଦେବାଦେବୀଙ୍କ ଉପରେ ପରିବେଷିତ ସଂଗୀତ ଗାନ କରାଯାଇଥାଏ।
ଯୁବପିଢ଼ି ସଂଗୀତ ଓ ନୃତ୍ୟରେ ଝୁମିବାକୁ ବଡ଼ ବଡ଼ ହଲରେ ସମାଗମ ହେଉଛି। କିନ୍ତୁ ସେମାନେ ସାଧାରଣ କ୍ଲବ୍ ସଂଗୀତ ଶୁଣୁନାହାଁନ୍ତି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଡ୍ରମ୍, ଗିଟାର ଏବଂ ଉଜ୍ଜ୍ୱଳ ଷ୍ଟେଜ୍ ଲାଇଟ୍ ବ୍ୟବହାର କରାଯାଇଥାଏ। ଯାହା ପାରମ୍ପରିକ ପ୍ରାର୍ଥନାକୁ ଏକ ବିଶାଳ ସଙ୍ଗୀତ ଉତ୍ସବ ପରି ଅନୁଭବ କରାଏ। ଏହା ଯୁବପିଢ଼ିଙ୍କ ପାଇଁ ଏକ ଶାନ୍ତ ମନ୍ଦିରରେ ବସି ନ ରହି ଆଧ୍ୟାତ୍ମିକ ଅନୁଭବ କରିବାର ଏକ ଉପାୟ ବୋଲି କହିଛନ୍ତି ମୋଦି।..
ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତର ୧୩୦ତମ ସଂସ୍କରଣ
'ଭଜନ କ୍ଲବିଂ' ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱ
ଆଧ୍ୟାତ୍ମିକ ଭାବନାର ନୂଆ ମାଧ୍ୟମ 'ଭଜନ କ୍ଲବିଂ'
'ଜେନ ଜି' ବର୍ଗଙ୍କ ମଧ୍ୟରେ ଆଧ୍ୟାତ୍ମିକ ଆନ୍ଦୋଳନ
ବିଶାଳ କନସର୍ଟରେ ଭଜନ କାର୍ଯ୍ୟକ୍ରମ ଆୟୋଜନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/pm-modi-2026-01-25-19-36-54.jpg)