Advertisment

Social Media Storm: ସଚିନଙ୍କ ଲାଡଲୀ ପିଉଛନ୍ତି ବିୟର ! ଭାଇରାଲ୍ ହେଉଛି ଭିଡିଓ

ନୂଆବର୍ଷ ପାଳନ ପାଇଁ ସାରା ତେନ୍ଦୁଲକର ବନ୍ଧୁମାନଙ୍କ ସହିତ ଗୋଆ ଯାଇଥିଲେ । ସେହି ରାସ୍ତାରେ ସେ ଏକ ବିୟର ବୋତଲ ଧରି ଗାଡ଼ି ନିକଟକୁ ଆସୁଥିବା ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଭାଇରାଲ ହେଉଥିବା କ୍ଲିପ୍ ଜଣେ ପଥଚାରୀ ରେକର୍ଡ କରିଥିବା ଅନୁମାନ କରାଯାଉଛି ।

Sara-Tendulkar

Sara-Tendulkar Photograph: (OTV)

Advertisment

ସଚିନଙ୍କ ଲାଡଲୀ ପିଉଛନ୍ତି ବିୟର ! ନୂଆବର୍ଷରେ ଗୋଆ ରାସ୍ତାରେ ବିୟର ପାର୍ଟି ! ବନ୍ଧୁଙ୍କ ସହ ବିୟର ବୋତଲ ଧରିଥିଲେ ସାରା । କ୍ରିକେଟର ଗଡ଼ ଅଫ୍ ଫାଦର ବୋଲି ସଚିନଙ୍କୁ କୁହାଯାଏ । କ୍ରିକେଟର କିମ୍ବଦନ୍ତୀ ବୋଲି ମନାଯାଏ ସଚିନଙ୍କୁ । ହେଲେ ଏବେ ସଚିନଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । 

Advertisment

ନୂଆବର୍ଷ ପାଳନ ପାଇଁ ସାରା ତେନ୍ଦୁଲକର ବନ୍ଧୁମାନଙ୍କ ସହିତ ଗୋଆ ଯାଇଥିଲେ । ସେହି ରାସ୍ତାରେ ସେ ଏକ ବିୟର ବୋତଲ ଧରି ଗାଡ଼ି ନିକଟକୁ ଆସୁଥିବା ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଭାଇରାଲ ହେଉଥିବା କ୍ଲିପ୍ ଜଣେ ପଥଚାରୀ ରେକର୍ଡ କରିଥିବା ଅନୁମାନ କରାଯାଉଛି । ଯେଉଁଥିରେ ସାରା ଏକ ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି । ଯାହା ଏକ ବିଚ୍ ପାର୍ଟି ଲୁକ୍ ବୋଲି କୁହାଯାଉଛି । ଗୋଆରେ ବନ୍ଧୁମାନଙ୍କ ସହିତ ଖୁବ୍ ଖୁସିରେ ସାରା ବୁଲୁଥିବା ଦେଖିବାକୁ ମିଳିଛନ୍ତି । 

ସାରା କିପରି ବିୟର ପିଉଛନ୍ତି ?

ଭାରତର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଆଇକନ୍ ହେଉଛନ୍ତି ସଚିନ ତେନ୍ଦୁଲକର । ସଚିନଙ୍କ ଝିଅ ସାରା ତେନ୍ଦୁଲକର ବିୟର ବୋତଲ ଧରିବାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି । ଜଣେ ୟୁଜର୍ସ ଲେଖିଛନ୍ତି, ସାରାଙ୍କ ବାପା ସଚିନ୍ କିଛି ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ । କିନ୍ତୁ ସାରା ନିଜର ପରିଚୟ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ଯାହାକି ଲଜ୍ଜାଜନକ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସାରା କିପରି ବିୟର ପିଉଛନ୍ତି ? ଏହିପରି ଅନେକ ୟୁଜର୍ସ ସାରାଙ୍କ ଏହି ଭିଡିଓରେ ନିଜର ମତ ଦେଉଛନ୍ତି । 

Advertisment

ଅନ୍ୟପଟେ ଅନେକ ପ୍ରଶଂସକ ସାରାଙ୍କ ସମର୍ଥନରେ ବାହାରିଛନ୍ତି । ସେମାନଙ୍କ କହିବା କଥା ଯେ ସାରା ଜଣେ ସାବାଳିକା ଏବଂ ନିଜ ଛୁଟି ଦିନରେ ସେ ନିଜ ଇଚ୍ଛା ଅନୁସାରେ ସମୟ ବିତାଇବା ତାଙ୍କର ପୂର୍ଣ୍ଣ ଅଧିକାର ରହିଛି ବୋଲି କିଛି ୟଜେର୍ସ ଲେଖିଛନ୍ତି । ଗୋଆର ଜଣାଶୁଣା ଆର୍ଟିଷ୍ଟ ସିଦ୍ଧାର୍ଥ କେଲକର ଏବଂ ତାଙ୍କର ଭାବୀ ଭାଉଜ ସାନିଆ ଚଣ୍ଡୋକଙ୍କ ସହ ସାରା ଛୁଟି କାଟୁଛନ୍ତି ।

ସେହି ସମୟ ମଧ୍ୟରେ ଏ ଭିଡିଓଟି ସାମ୍ନାକୁ ଆସିଛି । ସାରା କେବଳ ସଚିନଙ୍କ ଝିଅ ଭାବେ ନୁହେଁ, ବରଂ ଜଣେ ସଫଳ ଉଦ୍ୟୋଗୀ ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ‘ସଚିନ ତେନ୍ଦୁଲକର ଫାଉଣ୍ଡେସନ’ର ନିର୍ଦ୍ଦେଶିକା ହେବା ସହ ଲଣ୍ଡନରୁ ନ୍ୟୁଟ୍ରିସନରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି ।

Advertisment

Sachin Tendulkar Sara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ