Advertisment

When Democracy Shines: ଗଣତନ୍ତ୍ରର ସୌନ୍ଦର୍ଯ୍ୟ, ଗୋଟିଏ ପରିବାରରୁ ୩ଟି ଦଳରୁ ୩ ବିଜୟୀ

ଥାଣେ ମ୍ୟୁନିସିପାଲ୍ କର୍ପୋରେସନ୍ ନିର୍ବାଚନରେ ମାଠ୍ରେ ପରିବାର ଏକ ନୂଆ ଇତିହାସ ରଚିଛି । ତିନିଟି ପ୍ରତିଦ୍ୱନ୍ଦ୍ୱୀ ଦଳର ଟିକେଟ୍ରେ ଲଢ଼ି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ତିନିଟି ୱାର୍ଡରେ ବିଜୟ ଲାଭ କରିଛନ୍ତି।

Election

Election Photograph: (OTV)

Advertisment

ମହାରାଷ୍ଟ୍ରର ଭଙ୍ଗୁର ରାଜନୈତିକ ଅବସ୍ଥା ସବୁବେଳେ କିଛି ନା କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟାଇଥାଏ ।  ଥାଣେ ମ୍ୟୁନିସିପାଲ୍ କର୍ପୋରେସନ୍ ନିର୍ବାଚନରେ ମାଠ୍ରେ ପରିବାର ତିନି ପ୍ରତିଦ୍ୱନ୍ଦ୍ୱୀ ଦଳର ଟିକେଟ୍ରେ ଲଢ଼ି ତିନିଟି ୱାର୍ଡରେ ଜିତିଛନ୍ତି । ଏହା ମହାରାଷ୍ଟ୍ରରେ ବଂଶଗତ ରାଜନୀତିର ଗଭୀର ପ୍ରଭାବକୁ ପରିପ୍ରକାଶ କରୁଛି । 

Advertisment

ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ପ୍ରାର୍ଥୀ ଭାବେ ପ୍ରହ୍ଲାଦ ମାଠ୍ରେ ଜୟଲାଭ କରିଥିବାବେଳେ ରେଖା ମାଠ୍ରେ ଶିବ ସେନା ଟିକେଟ୍ରେ ଜିତିଛନ୍ତି। ପରିବାରର ଆଉ ଜଣେ ସଦସ୍ୟ ରବୀନ ମାଠ୍ରେ BJP ପକ୍ଷରୁ ଏକ ୱାର୍ଡରେ ଜିତିଛନ୍ତି। ତେବେ ସମୁଦାୟ ଫଳାଫଳ ପ୍ରହ୍ଲାଦଙ୍କ ପାଇଁ ନିରାଶାଜନକ ହୋଇଛି । କାରଣ BJP–ଶିବ ସେନା ମେଣ୍ଟ ଥାଣେ ପୌର ନିର୍ବାଚନରେ ଭଲ ରେଜଲ୍ଟ କରିଛି । ତାଙ୍କ ଦଳ ବିଜେପି ଠାରୁ ପଛରେ ଅଛି । 

ମାଠ୍ରେ ପରିବାର ଛଡ଼ା, ଜଳଗାଓଁ ମ୍ୟୁନିସିପାଲ୍ କର୍ପୋରେସନ୍ (JMC) ନିର୍ବାଚନରେ ଆଉ ଏକ ପରିବାରର ତିନି ଜଣ ସଦସ୍ୟ ମଧ୍ୟ ବିଜୟୀ ହୋଇଛନ୍ତି। ତେବେ ସେମାନେ ସମସ୍ତେ ଶିବ ସେନା ଟିକେଟରେ ଲଢ଼ିଥିଲେ।

Advertisment

ଚପଲ ପିନ୍ଧୁନଥିଲେ

କୋଲ୍ହେ ପରିବାରର ଲଲିତ କୋଲ୍ହେ, ସିନ୍ଧୁତାଇ କୋଲ୍ହେ ଓ ପୀୟୂଷ ଲଲିତ କୋଲ୍ହେ—ତିନିଜଣ ଜଳଗାଓଁରେ ବିଜୟ ଲାଭ କରିଛନ୍ତି । ସେମାନଙ୍କ ମଧ୍ୟରୁ ଲଲିତ ଜେଲରେ ଥାଇ ମଧ୍ୟ ନିର୍ବାଚନ ଜିତିଛନ୍ତି। ଲଲିତ ଜେଲ୍ରୁ ନବାହାରିବା ନପାଇବା ପର୍ଯ୍ୟନ୍ତ ପରିବାରର ସଦସ୍ୟମାନେ ଚପଲ ପିନ୍ଧିବେ ନାହିଁ ବୋଲି ଶପଥ ନେଇଥିଲେ ।  

“ମୋ ପୁଅ, ସ୍ୱାମୀ ଓ ଶାଶୁ—ତିନିଜଣ ନିର୍ବାଚନ ଜିତିଛନ୍ତି… ଆପଣ ଦେଖିପାରୁଛନ୍ତି, ଆମେ କେହି ମଧ୍ୟ ଚପଲ ପିନ୍ଧୁନାହୁଁ। ସେ (ଲଲିତ କୋଲ୍ହେ) ଗିରଫ ହେବା ଦିନଠାରୁ ଆମେ ଚପଲ ପିନ୍ଧୁନାହିଁ। ମୁଁ କହିଥିଲି ସେ ଫେରିଆସିଲେ ପରେ ଚପଲ ପିନ୍ଧିବି, କିନ୍ତୁ ଜନତା ସବୁକିଛି ସମ୍ଭବ କରିଦେଲେ,” ବୋଲି ଲଲିତ କୋଲ୍ହେଙ୍କ ସ୍ତ୍ରୀ ସରିତା କହିଛନ୍ତି।

Advertisment

ଶିବ ସେନାର ଗଡ଼ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଘରୋଇ କ୍ଷେତ୍ର ଥାଣେରେ BJP ଓ ଶିନ୍ଦେ ମିଳିତ ଭାବେ ଲଢ଼ିଥିଲେ। ମହାୟୁତିର ଆଉ ଏକ ସହଯୋଗୀ ଅଜିତ ପାୱାରଙ୍କ NCP ଏକାକୀ ଭାବେ ନିର୍ବାଚନ ଲଢ଼ିଥିଲା। ୧୩୧ ସିଟ୍ ବିଶିଷ୍ଟ ଥାଣେ ପୌର ନିଗମରେ, ଶିନ୍ଦେ ନେତୃତ୍ୱଧୀନ ଶିବ ସେନା ୮୭ଟି ସିଟରେ ଏବଂ BJP ୪୦ଟି ସିଟରେ ପ୍ରାର୍ଥୀ ଦେଇଥିଲା।

Election Maharastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ