Advertisment

Army Chief Visited Ambala: ଶତ୍ରୁ ଦେଶର ବୋହିବ ଝାଳ, ଯୁଦ୍ଧରେ ଡ୍ରୋନ ଆଉ AI କରିବେ ଖେଳ

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହରିୟାଣାର ଅମ୍ବାଲାରେ ଥିବା ଖଡଗା କୋର୍‌ ପରିଦର୍ଶନ କରିଛନ୍ତି ଆଉ ସେଠାରେ ସେ ଯୁଦ୍ଧ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହା ସହିତ ଅପରେସନ ସିନ୍ଦୂର ସମୟରେ ଡ୍ରୋନର ଉତ୍କୃଷ୍ଟ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

Army-Chief-Visited-Ambala

Army-Chief-Visited-Ambala Photograph: (OTV)

Advertisment

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହରିୟାଣାର ଅମ୍ବାଲାରେ ଥିବା ଖଡଗା କୋର୍‌ ପରିଦର୍ଶନ କରିଛନ୍ତି ଆଉ ସେଠାରେ ସେ ଯୁଦ୍ଧ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହା ସହିତ ଅପରେସନ ସିନ୍ଦୂର ସମୟରେ ଡ୍ରୋନର ଉତ୍କୃଷ୍ଟ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏଠାରେ ତାଙ୍କୁ ଯୁଦ୍ଧ ପ୍ରସ୍ତୁତିକୁ ଆଗକୁ ବଢାଇବା, ଅତ୍ୟାଧୁନିକ ଟେକ୍ନୋଲୋଜୀକୁ ଇଣ୍ଟିଗ୍ରେଟ୍ କରିବା ଏବଂ ଇଣ୍ଟର-ଏଜେନ୍ସିର ତାଳମେଳକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଦିଗଗୁଡିକ ଉପରେ ସୂଚନା ଦିଆଯାଇଛି।

Advertisment

ତେବେ ଆଧୁନିକ ଯୁଦ୍ଧ ପଦ୍ଧତି ଏବଂ ଟେକ୍ନୋଲୋଜୀରେ ନିରନ୍ତର ପରିବର୍ତ୍ତନ ହେଉଛି। ପାରମ୍ପରିକ ଯୁଦ୍ଧ ପରି, ଯୁଦ୍ଧ ଆଉ କେବଳ ବନ୍ଧୁକ ଏବଂ ତୋପରେ ସୀମିତ ନୁନାହିଁ। ଆଜିର ଯୁଦ୍ଧରେ ଡ୍ରୋନ ଏବଂ AI ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ରୋବୋଟ୍ ଏବଂ ଡାଟା ଯୁଦ୍ଧ ମଧ୍ୟ ଏକ ନୂଆ ଦିଗଦର୍ଶନ ଦେଇଛି। ଏହାର ଏକ ଦୃଢ଼ ଉଦାହରଣ ଖଡଗା କୋର୍‌ରେ ଦେଖିବାକୁ ମିଳିଛି। ପରିଦର୍ଶନ ବେଳେ ସେ ଅପରେସନ ସିନ୍ଦୂର ସମୟରେ ଉତ୍କୃଷ୍ଟ ପ୍ରଦର୍ଶନ ସହିତ ଡ୍ରୋନ୍ ଡିଜାଇନ୍ ଏବଂ ତାଲିମରେ କରାଯାଇଥିବା ଇନୋଭେସନ ଏବଂ ଲଜିଷ୍ଟିକ୍ସ ଏବଂ ଉନ୍ନତ ଟେକ୍ନୋଲୋଜୀକୁ ପ୍ରଶଂସା କରିଛନ୍ତି। 

ସେନା ମୁଖ୍ୟ ଏହା ମଧ୍ୟ ଦେଖିଛନ୍ତି ଯେ ଖଡଗା କୋର୍ ମିଲିଟାରୀ-ସିଭିଲ୍ ମିଶ୍ରଣକୁ ବଢାଇ ସ୍ଥାୟୀ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି। ଏଠାରେ ଥିବା ସମସ୍ତ ଅଧିକାରୀ ଏବଂ ଜବାନଙ୍କ ସହ ଆଲୋଚନା କରିବା ବେଳେ, ଜେନେରାଲ ଦ୍ୱିବେଦୀ ସେମାନଙ୍କର ବୃତ୍ତିଗତ ଦକ୍ଷତା, ନିଷ୍ଠା ଏବଂ ଦେଶସେବା ପ୍ରତି ଅଟଳ ସମର୍ପଣର ପ୍ରଶଂସା କରିଛନ୍ତି।ତେବେ ବର୍ତ୍ତମାନ ସମୟରେ, ସେନାମୁଖ୍ୟ ସେନାର ଆଧୁନିକୀକରଣ, ଯୁଦ୍ଧ ପ୍ରସ୍ତୁତି, ବୈଷୟିକ କ୍ଷମତାକୁ ସୁଦୃଢ଼ କରିବା ଏବଂ ପରିଚାଳନା ଦିଗକୁ ଜୋର୍ ଦେଇଛନ୍ତି।      

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ