Advertisment

Moving Bus, Fatal Stroke: ଯନ୍ତ୍ରଣାରେ ଛଟପଟ ହେଉଥିଲେ, ମରିବା ପୂର୍ବରୁ ୧୮ ଜଣଙ୍କୁ ବଞ୍ଚାଇ ଦେଲେ

୩୯ ବର୍ଷୀୟ କାତ୍ରାପୁ ନାଗାରାଜୁ। ସେ ବିଜୟୱାଡାର ଗୋଲ୍ଲାପୁଡିରେ ରୁହନ୍ତି। ପେସାରେ ସେ ଜଣେ ବସ୍ ଡ୍ରାଇଭର। ନିୟମିତ ଭାବେ ବସ୍ ଚଳାନ୍ତି। ଘଟଣା ଦିନ ସେ ଆନ୍ଧ୍ର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (APSRTC)ର ଅମରାବତୀ ଏସି ବସ୍ ଚଳାଉଥିଲେ।

Heart Attack

Heart Attack Photograph: (OTV)

Advertisment

ଜାତୀୟ ରାଜପଥରେ ଗଡ଼ି ଚାଲିଥିଲା ବସ୍। ଆଉ ବସରେ ବି ଥିଲା ଖଚାଖଚ ଯାତ୍ରୀଙ୍କ ଭିଡ଼। ହାଇଦ୍ରାବାଦ ମିଆପୁରରୁ ବାହାରି ବିଜୟୱାଡା ଅଭିମୁଖେ ଯାଉଥିଲା ବସ୍। ଠିକ୍ ଏତିକି ବେଳେ ଅଧ ରାସ୍ତାରେ ବସ୍ ଡ୍ରାଇଭରଙ୍କ ଛାତିରେ ହେଲା ଅସହ୍ୟ ଯନ୍ତ୍ରଣା। ଚଳନ୍ତା ବସରେ ମାରିଲା ଷ୍ଟ୍ରୋକ୍। ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଷ୍ଟିୟରିଂ ଉପରେ ନିଜର ନିୟନ୍ତ୍ରଣ ରଖିଥିଲେ ଡ୍ରାଇଭର। ଆଉ ମରିବା ପୂର୍ବରୁ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଥିଲେ।

Advertisment

୩୯ ବର୍ଷୀୟ କାତ୍ରାପୁ ନାଗାରାଜୁ। ସେ ବିଜୟୱାଡାର ଗୋଲ୍ଲାପୁଡିରେ ରୁହନ୍ତି। ପେସାରେ ସେ ଜଣେ ବସ୍ ଡ୍ରାଇଭର। ନିୟମିତ ଭାବେ ବସ୍ ଚଳାନ୍ତି। ଘଟଣା ଦିନ ସେ ଆନ୍ଧ୍ର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (APSRTC)ର ଅମରାବତୀ ଏସି ବସ୍ ଚଳାଉଥିଲେ। ବସରେ ଥିଲେ ୧୮ ଯାତ୍ରୀ। ବସ୍ ଟି ହାଇଦ୍ରାବାରୁ ବିଜୟୱାଡା ଅଭିମୁଖେ ଯାଉଥିବା ବେଳେ ଚୌଟୁପ୍ପାଲ ନିକଟରେ ତାଙ୍କର ହୃଦଘାତ ହୋଇଥିଲା।     

ନାଗରାଜୁ ଗାଡ଼ି ଚଲାଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଅସହ୍ୟ ଯନ୍ତ୍ରଣା ସତ୍ତ୍ୱେ, ନାଗାରାଜୁ ବିଚଳିତ ହୋଇନଥିଲେ। ସେ ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ରଖି ବସ୍‌କୁ ସର୍ଭିସ୍ ରୋଡ୍‌କୁ ବୁଲାଇବାରେ ସଫଳ ହୋଇଥିଲେ । ବସ୍‌ଟିକୁ ରାସ୍ତାକଡ଼ରେ ବ୍ରେକ୍ ମାରି ଠିଆ କରିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ଫଳରେ ୧୮ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। ପରେ ନାଗାରାଜୁଙ୍କୁ ଅଟୋ-ରିକ୍ସାରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ତୁରନ୍ତ ଚୌତୁପ୍ପାଲ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ନାଗାରାଜୁଙ୍କୁ ମୃତ ଘୋଷଣା କରିଥିଲେ । 

Advertisment

ବସ୍‌ରେ ଥିବା ଜଣେ ଯାତ୍ରୀ କହିଛନ୍ତି, "ଶେଷ ମୁହୂର୍ତ୍ତରେ, ଡ୍ରାଇଭର ନାଗରାଜୁ ଜଣେ ହିରା ଥିଲେ। ସେ ଶୀଘ୍ର ସାହାଯ୍ୟ ପାଇବା ପାଇଁ ବସ୍‌କୁ ନିକଟସ୍ଥ ହସ୍ପିଟାଲ୍‌କୁ ନେଇଯିବାକୁ ଚେଷ୍ଟା କରିପାରିଥାନ୍ତେ, କିନ୍ତୁ ସେ ଯାତ୍ରୀମାନଙ୍କ ଜୀବନକୁ ବିପଦରେ ପକାଇ ନଥିଲେ । ଯଦି ସେ ସାହସ ହରାଇଥାନ୍ତେ, ତେବେ ୧୮ ଜଣ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥାନ୍ତା। 

Andhra Pradesh Heart Attack bus driver heart attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ