Advertisment

At CISF Ceremony: ସିଆଇଏସ୍ଏଫ ସମାରୋହରେ ଓଡ଼ିଆ ପାଇକଙ୍କ ବୀରତ୍ବ ଗାଥାକୁ ଉପଭୋଗ କଲେ ଅମିତ ଶାହ, ମନେ ପକାଇଲେ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ

ସିଆଇଏସ୍ଏଫ୍ ବିନା ଦେଶର ଔଦ୍ୟୋଗିକ ବିକାଶ ଅସମ୍ଭବ। କଟକ ମୁଣ୍ଡଳୀରେ ସିଆଇଏସ୍ଏଫର 57ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଏହି ଅବସରରେ ଏଇ ମାର୍ଚ୍ଚ 31 ସୁଦ୍ଧା ନକ୍ସଲମୁକ୍ତ ଭାରତ ସଂକଳ୍ପକୁ ଦୋହରାଇ ଏଥିରେ ସିଆଇଏସ୍ଏଫ ଭୂମିକାର ପ୍ରଶଂସା କରିଥିଲେ।

Amit Shah

Amit Shah Photograph: (OTV)

Advertisment

ଅଦ୍ଭୁତ, ଅକଳ୍ପନୀୟ ସନ୍ତୁଳନ...ଅଦମ୍ୟ ସାହସ... ଠିକଣା ସମୟରେ ପ୍ରଚଣ୍ଡ ପ୍ରହାର...ସେ ପ୍ଲେନ୍ ହାଇଜାକ୍ ଉଦ୍ୟମ ହେଉ କି ଭିଭିଆଇପିଙ୍କୁ ଧରି ଯାଉଥିବା ବସ୍ ଅପହରଣ...ବିମାନ ବନ୍ଦରରେ ଆତଙ୍କୀ ହମଲା ହେଉ କି ଅନ୍ୟ ପ୍ରତିକୂଳ ସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର...ଜୀବନକୁ ବାଜି ଲଗାଇ ସବୁଥିରେ କିଭଳି ଦକ୍ଷ, ସଶକ୍ତ ଆମ ସିଆଇଏସ୍ଏଫ୍ ଯବାନ ଇଏ ସବୁ ତାରି କିଛି କିଛି ଝଲକ୍।

Advertisment

ସିଆଇଏସ୍ଏଫର 57ତମ ପ୍ରତିଷ୍ଠା ଦିବସରେ କଟକ ମୁଣ୍ଡଳୀ ସ୍ଥିତ ସିଆଇଏସ୍ଏଫ କ୍ୟାମ୍ପସ ପରିସରରେ, ଖୋଦ୍ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତିରେ ସିଆଇଏସ୍ଏଫ୍ ଯବାନ ମାନେ ଆଜି ଦେଖାଇଥିଲେ ଏମିତି ଗୋଟିକ ପରେ ଗୋଟିଏ ସଫଳ ଅପରେସନର ଡେମୋ।...ଏହି ଅବସରରେ ସିଆଇଏସ୍ଏଫ୍ ଯବାନଙ୍କ ଭୂୟସୀ ପ୍ରଶଂସା କରି ଗୃହମନ୍ତ୍ରୀ ଶାହ କହିଥିଲେ ସିଆଇଏସ୍ଏଫ୍ ବିନା ଦେଶର ଔଦ୍ୟୋଗିକ ବିକାଶ ଅସମ୍ଭବ।...

୮୯୦ କୋଟି ଟଙ୍କାର ପ୍ରକଳ୍ପର ଭୂମି ପୂଜନ

ଏହି ଅବସରରେ ସିଆଇଏସ୍ଏଫ ପାଇଁ ବିଭିନ୍ନ ସ୍ଥାନରେ ୮୯୦ କୋଟି ଟଙ୍କାର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ କରିଥିଲେ ଗୃହ ମନ୍ତ୍ରୀ। ଏଥିସହ ପ୍ରତିଷ୍ଠା ଦିବସ ସମାରୋହ ମଞ୍ଚରୁ ନକ୍ସଲ ମୁକ୍ତ ଭାରତ ଉପରେ ଦେଶ ସଂକଳ୍ପକୁ ବି ଦୋହରାଇଥିଲେ ଶାହ। କହିଥିଲେ ନକ୍ସଲଙ୍କ ତିରୁପତି-ପଶୁପତି ରେଡ୍ କରିଡର ସ୍ବପ୍ନ ଧ୍ବଂସ ହେବ ଏବଂ ଏଇ ମାର୍ଚ୍ଚ 31ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ।...

Advertisment

ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କେଭି. ସିଂଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ଯବାନଙ୍କ ଜରିଆରେ ଓଡ଼ିଆ ପାଇକଙ୍କ ବୀରତ୍ବ ଗାଥାକୁ ବି ବେଶ୍ ଉପଭୋଗ କରିଥିଲେ ଗୃହମନ୍ତ୍ରୀ। ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ ଏବଂ ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କୁ ବି ମନେ ପକାଇବାକୁ ଭୁଲି ନଥିଲେ।...

ଏହି ଅବସରରେ ଅପରେସନ୍ ସିନ୍ଦୂର ଓ ଅହମ୍ମଦାବାଦ ପ୍ଲେନ୍ କ୍ରାସର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ବରିଷ୍ଠ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।...

Advertisment
Amit Shah CISF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ