Bengalur-Lady Photograph: (OTV)
ପୋଲିସକୁ ଡରି ଭାଙ୍ଗିଲା ମହିଳାଙ୍କ ଅଣ୍ଟା। ସାରା ରାତି ଚାଲୁଥିଲା ପାର୍ଟି । ହଠାତ ପୋଲିସ କଲା ଚଢ଼ାଉ। ଡ୍ରେନ୍ ପାଇପରୁ ଖସି ଆହତ ହେଲେ ମହିଳା ।
ଏପରି ଏକ ଖବର ବେଙ୍ଗାଲୁରୁର ଏକ ହୋଟେଲରୁ ସାମ୍ନାକୁ ଆସିଛି। ସୂଚନା ଅନୁସାର ବାଙ୍ଗଲୋର ବ୍ରୁକଫିଲ୍ଡର ଏକ ଲଜରେ ଜଣେ ୨୧ ବର୍ଷୀୟ ମହିଳା ତାଙ୍କ ସାଙ୍ଗ ମାନଙ୍କ ସହ ପାର୍ଟି କରୁଥିଲେ। ଏଥିପାଇଁ ସେ ତିନୋଟି କୋଠରୀ ବୁକ୍ କରିଥିଲେ।
ସେମାନଙ୍କ ପାର୍ଟି ପ୍ରାୟ ରାତି ଗୋଟାଏରୁ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଉଚ୍ଚ ଆବାଜ ଯୋଗୁଁ ସ୍ଥାନୀୟ ବାସିନ୍ଦା ୧୧୨ ହେଲ୍ପଲାଇନ୍ କୁ କଲ୍ କରି ପୋଲିସକୁ ଜଣାଇଥିଲେ। ସେମାନେ କ୍ଲବରେ ଶବ୍ଦ ଏବଂ ଗଣ୍ଡଗୋଳର ଅଭିଯୋଗ ଆଣିଥିଲେ।
୨୧ ବର୍ଷୀୟା ଯୁବତୀ ଭୟଭୀତ ହୋଇଯାଇଥିଲେ
ତେବେ ଖବର ପାଇ ପୋଲିସ ପହଞ୍ଚି ତାକୁ ଭର୍ତ୍ସନା କରିଥିଲେ। ସେମାନଙ୍କ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ନିକଟସ୍ଥ ବାସିନ୍ଦାଙ୍କୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ। ତେବେ ଏହି ସମୟରେ ସମ୍ପୃକ୍ତ ୨୧ ବର୍ଷୀୟା ଯୁବତୀ ଭୟଭୀତ ହୋଇଯାଇଥିଲେ।
ଆଉ ପୋଲିସ କାଳେ ତାଙ୍କୁ ଗିରଫ କରିବ, ସେଇ ଡରରେ ଲଜର ବାଲକୋନୀରେ ଥିବା ଡ୍ରେନ ପାଇପ ଯୋଗେ ଖସିଯିବାକୁ ଚେଷ୍ଟା କରିଥିଲେ। ଚତୁର୍ଥ ମହଲାର କୋଠରୀରୁ ସେ ଧିରେ ଧିରେ ପାଇପ ଯୋଗେ ତଳକୁ ଖସୁଥିଲେ। ହେଲେ ଏହି ସମୟରେ ସେ ଭାରସାମ୍ୟ ହରାଇ ତଳକୁ ପଡ଼ିଯାଇଥିଲେ ଏବଂ ଗୁରୁତର ଆହତ ହେଲେ। ତାଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ତେବେ ଏହି ଘଟଣାରେ ପୋଲିସ ଲଜ୍ ମାଲିକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/16/bengalur-lady-2025-12-16-19-41-03.jpg)