Advertisment

Ajit Pawar’s ‘Last Post’ : ମୃତ୍ୟୁ ପୂର୍ବରୁ କାହାକୁ ମନେ ପକାଇଥିଲେ ଡେପୁଟି ସିଏମ୍, ଜାଣନ୍ତୁ

ଆଉ ନାହାନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି। ଏନସିପି ତା’ର ଜଣେ ଟାଣୁଆ ନେତାକୁ ଆଜି ହରାଇଛି। ତେବେ ମୃତ୍ୟୁ ପୂର୍ବରୁ ସେ କରିଥିବା ଶେଷ ପୋଷ୍ଟ ସାମ୍ନାକୁ ଆସିଛି।

Ajit Pawar

Ajit Pawar Photograph: (OTV)

Advertisment

ଆଉ ନାହାନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି। ଏନସିପି ତା’ର ଜଣେ ଟାଣୁଆ ନେତାକୁ ଆଜି ହରାଇଛି। ତେବେ ମୃତ୍ୟୁ ପୂର୍ବରୁ ସେ କରିଥିବା ଶେଷ ପୋଷ୍ଟ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ବିମାନ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଅଜିତ ପାୱାର ନିଜର ଏକ୍ସ ହ୍ୟାଣ୍ଡେଲରେ କରିଥିଲେ ଶେଷ ପୋଷ୍ଟ। ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରିଥିଲେ। 

last post
last post Photograph: (X)

ଦୁର୍ଘଟଣାର ଠିକ୍ ପୂର୍ବରୁ ସକାଳ ୮.୪୪ ରେ ଏକ୍ସରେ ପୋଷ୍ଟ କରି ଲେଖିଥିଲେ ‘ମହାନ ସ୍ୱାଧୀନତା ସଂଗ୍ରାମୀ, ସ୍ୱରାଜ୍ୟର ପ୍ରଚାରକ, 'ପଞ୍ଜାବ କେଶରୀ' ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । ଯିଏ ଆମ ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ । ତାଙ୍କର ଦେଶପ୍ରେମ ଆମକୁ ସର୍ବଦା ପ୍ରେରଣା ଦେବ।’

Advertisment

ଅଜିତ ପାୱାରଙ୍କ ଏହି ଶେଷ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟ ସେୟାର କରିବାର ଠିକ୍ ଏକ ମିନିଟ୍ ଅର୍ଥାତ ୮ଟା ୪୫ ମିନିଟରେ ତାଙ୍କ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

Advertisment

ବାରାମତୀରେ ତାଙ୍କ ବିମାନ ଅବତରଣ ବେଳେ ଭୟଙ୍କର ଭାବେ ଜଳି ଯାଇଥିଲା। ଗୁରୁତର ଅବସ୍ଥାରେ ଅଜିତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି । ଏହି ଛାତିଥରା ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପିଏସ୍‌ଓ, ଜଣେ ଆଟେଣ୍ଡାଣ୍ଟ ଓ ୨ କ୍ରିଉ ମେମ୍ବର ରହିଛନ୍ତି । 

କହିବାକୁ ଗଲେ ଦେବେନ୍ଦ୍ର ଫଡନାବିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ମଙ୍ଗ ଧରିଥିଲେ । ତାଙ୍କର ଏଭଳି ଅକାଳ ବିୟୋଗରେ ଜାତୀୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

Ajit Pawar Die in Plane Crash Maharashtra Plane Crash Ajit Pawar Deputy CM Ajit Pawar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ